ପୁଣି ଚର୍ଚ୍ଚାରେ ଅରିଜିତ ସିଂ, ଲାଇଭ୍‌ କନସର୍ଟରେ କିଣିଲେ ଫ୍ୟାନ୍ସଙ୍କ ମନ

ଅରିଜିତ ସିଂ ଯିଏକି ଜଣେ ବେଶ ଚର୍ଚ୍ଚିତ କଳାକାର । ହିନ୍ଦୀ ଗାୟକଙ୍କ ମଧ୍ୟରେ ସେ ଜଣେ ଆଗ ଧାଡିର ସଫଳ କଳାକାର ଭାବେ ଖୁବ ପରିଚିତ । ଅରିଜିତ ସିଂ ଜଣେ ଏଭଳି ସିଙ୍ଗର ଯିଏ ନିଜ ସ୍ୱରରେ ସମସ୍ତଙ୍କ ହୃଦୟକୁ ଜିତିବାରେ ସଫଳ ହୋଇପାରିଛନ୍ତି । ଖୁବ କମ ବୟସରେ ସମସ୍ତଙ୍କ ପସନ୍ଦର କଳାକାର ହୋଇପାରିଛନ୍ତି ଅରିଜିତ । ଅରିଜିତ ସିଂ ନିଜ ସ୍ୱର ମାଧ୍ୟମରେ ଖୁବ ସହଜରେ ପ୍ରଶଂସକମାନଙ୍କର ହୃଦୟ ଜିତି ପାରିଛନ୍ତି ।

ନିଜର ହସ ହସ ଚେହେରାରେ ପ୍ରଶଂସକଙ୍କୁ ବାନ୍ଧି ରଖିପାରିବାର କାଇଦା ଅରିଜିତ ସିଂଙ୍କୁ ବେଶ ମାଲୁମ । ଅତି ସହଜରେ ପ୍ରଶଂସକଙ୍କୁ ଅରିଜିତ ସିଂ ଖୁସି କରିପାରନ୍ତି । ନିଜ ଇସାରାରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବାରେ ମାହିର୍ । ଏହାରି ଭିତରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯାହାକି ତାଙ୍କର ଗୋଟିଏ ଲାଇଭ କନର୍ସଟର । ନିଜ କନର୍ସଟ ମାଧ୍ୟମରେ ଏମିତି କିଛି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଭାଇରାଲ ଭିଡିଓରେ ସିଙ୍ଗର ନିଜ ଗୀତରେ ଫ୍ୟାନ୍ସଙ୍କୁ ମତୁଆଲା କରୁଥିବା ଦେଖିବାକୁ ମିଳିଛି । କିନ୍ତୁ କନସର୍ଟ ଚାଲୁଥିବା ସମୟରେ ହିଁ ତାଙ୍କୁ ଏକ କଲ୍‌ ଆସିଥିଲା । ଲାଇଭ କନସର୍ଟ ଭିଡିଓ ମଝିରେ ଅରିଜିତ ସିଂଙ୍କ ବାପାଙ୍କର କଲ୍‌ ଆସିଥିଲା । ଅରିଜିତ ନିଜ ବାପାଙ୍କ କଲ୍‌ ର ଏମିତି କିଛି ଜବାବ ରଖିଥିଲେ ଯାହା ପ୍ରଶଂସକମାନଙ୍କ ମନକୁ ଛୁଇଁପାରିଛି । ତାଙ୍କ ସଂସ୍କାର ପାଇଁ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

ନିଜର ଲାଇଭ ଭିଡିଓକୁ ଚାଲୁ ରଖିବା ସହିତ ବାପାଙ୍କ କଲ୍‌ କୁ କାଟିନଥିଲେ ଅରିଜିତ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ପ୍ରଶଂସକ ଏବଂ ନିଜ ପରିବାର ତାଙ୍କ ପାଇଁ ଉଭୟ ସମାନ । ଅରିଜିତ ସିଂଙ୍କ ଏଭଳି ଗୁଣ ପାଇଁ ତାଙ୍କୁ ଆଦର୍ଶ ରୂପେ ଗ୍ରହଣ କରିବା ଉଚିତ୍‌ ବୋଲି ପ୍ରଶଂସକମାନେ ଭାଇରାଲ ଭିଡିଓରେ କମେଣ୍ଟ କରିଛନ୍ତି ।