ବିଗିଡିଲା ଅରିଜିତ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ଲାଇଭ୍ କନ୍ସର୍ଟ ସ୍ଥଗିତ ରଖିବାରୁ ଫ୍ୟାନ୍ସଙ୍କୁ ମାଗିଲେ କ୍ଷମା

ବଲିଉଡର ଜଣାଶୁଣା ସିଙ୍ଗର ଅରିଜିତ ସିଂ ତାଙ୍କ ସୁନ୍ଦର ଗୀତ କାଇବା ଯୋଗୁ ତାଙ୍କୁ ସମସ୍ତ ଲୋକ ବହୁତ ଭଲ ପାଇବା ଦିଅନ୍ତି । ଅରିଜିତ ସିଂ ମଧ୍ୟ ସାରା ଦେଶରେ ଲାଇଭ୍ କନ୍ପର୍ଟ କରନ୍ତି । ତେବେ ସେ ଅନେକ ସମୟରେ ବିଦେଶରେ ସୋ’ କରିବାକୁ ଯାଆନ୍ତି । ଏହି ଅଗଷ୍ଟରେ ସେ ଲାଇଭ୍ କନ୍ସର୍ଟ ପାଇଁ ବ୍ରିଟେନକୁ ଯିବାରଥିଲେ କିନ୍ତୁ ବର୍ତ୍ତମାନ ତାଙ୍କର ବ୍ରିଟେନ ଯାତ୍ରା ସ୍ଥଗିତ ରଖାଯାଇଛି ।
ବ୍ରିଟେନ ଗସ୍ତକୁ ସ୍ଥଗିତ ରଖିବାର କାରଣ ହେଉଛି ଅରିଜିତ ସିଂଙ୍କ ସ୍ୱାସ୍ଥ୍ୟ ସମସ୍ୟା । ସ୍ୱାସ୍ଥ୍ୟ ସମସ୍ୟା ହେତୁ ଅରିଜିତ୍ ତାଙ୍କର ଇଂଲଣ୍ଡ ଗସ୍ତର ତାରିଖ ଆଗକୁ ଚେଞ୍ଜ କରିଛନ୍ତି । ତେବେ ସୋସିଆଲ ମିଡିଆ ଜରିଆରେ ଏହି ସିଙ୍ଗର ତାଙ୍କର ସମସ୍ତ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି । ଏଥିସହ ତାଙ୍କ ୟୁକେ କନସର୍ଟର ନୂଆ ଡେଟ୍ ମଧ୍ୟ ଘୋଷଣା କରାଯାଇଛି ।
ଅରିଜିତ ସିଂ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ମେଡିକାଲ ସିଚ୍ୟୁସନ୍ କାରଣରୁ ସେ ତାଙ୍କର ଅପ୍କମିଂ ବ୍ରିଟେନ ଗସ୍ତକୁ ସ୍ଥଗିତ ରଖିଛନ୍ତି । ଏଥିସହ ସେ ପ୍ରଶଂସକଙ୍କ ନିକଟରେ କ୍ଷମା ମାଗିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଅରିଜିତ ସିଂଙ୍କର କ’ଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଛି । ଅରିଜିତ ସିଂ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ବଲିଉଡ ସିଙ୍ଗର ଲେଖିଛନ୍ତି, ଯେ ହଠାତ୍ ଦେହ ଖରାପ୍ ହେବା ଯୋଗୁ ଚିକିତ୍ସା ଅବସ୍ଥାରେ ରହିଛି, ମୁଁ ଅଗଷ୍ଟ କନସର୍ଟ ସ୍ଥଗିତ ରଖିବାକୁ ବାଧ୍ୟ ହେଉଛି ।
ଏନେଇ ଅରିଜିତ ମଧ୍ୟ ତାଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଲେଖିଛନ୍ତି, ‘ମୁଁ ଜାଣେ ଆପଣମାନେ ବହୁତ ଉତ୍ସାହର ସହିତ ଏହି ସୋ ପାଇଁ ଅପେକ୍ଷା କରିଥିଲ, ଏବଂ ମୁଁ ଆପଣଙ୍କୁ ନିରାଶ କରି କ୍ଷମା ମାଗୁଛି । ଆପଣମାନଙ୍କ ଭଲ ପାଇବା ଏବଂ ସମର୍ଥନ ମୋର ଶକ୍ତି । ହୃଦୟରୁ କ୍ଷମା ପ୍ରାର୍ଥନା ଏବଂ ଅନେକ କୃତଜ୍ଞତା ସହିତ ଅରିଜିତ ସିଂ । ଏପରି ଅନେକ ପ୍ରକାରର କଥା ନିଜ ଇନ୍ଷ୍ଟଗ୍ରାମରେ ସେୟାର କରିଛନ୍ତି ।
ଅରିଜିତ ସିଂ ମଧ୍ୟ ତାଙ୍କ ପୋଷ୍ଟରେ ବ୍ରିଟେନ ଗସ୍ତର ଲାଇଭ୍ କନ୍ସର୍ଟ ଘୋଷଣା କରିଛନ୍ତି । ତେବେ ପୂର୍ବରୁ ଅରିଜିତଙ୍କ ୟୁକେ ଲାଇଭ୍ କନ୍ସର୍ଟ ଅଗଷ୍ଟ ୧୧ ରୁ ଆରମ୍ଭ କରିଥାନ୍ତେ କିନ୍ତୁ ବର୍ତ୍ତମାନ ଏହା ସ୍ଥଗିତ ରିହିଛ । ବର୍ତ୍ତମାନ ଏହା ସେପ୍ଟେମ୍ବର ୧୫ ରୁ ଆରମ୍ଭ ହେବ । ଏହି ଲାଇଭ୍ କନ୍ସର୍ଟ ସେପ୍ଟେମ୍ବର ୧୬, ୧୯, ୨୨ରେ ହେବାକୁ ଯାଉଛି । ଯାହାକୁ ଲୋକମାନେ ବହୁତ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।