ଅର୍ଜୁନ ବାଜିମାରିନେଲେ ‘ଖତରୋଁ କେ ଖିଲାଡି-୧୧’ ଟ୍ରଫି, ଜିତିଲେ ୨୦ ଲକ୍ଷ ଟଙ୍କା ଏବଂ କାର

‘ଖତରୋଁ କେ ଖିଲାଡି ୧୧’ ଟାଇଟଲ ଜିତିଲେ ଅର୍ଜୁନ ବିଜଲାନି। ରବିବାର ଦିନ ଶୋ ଗ୍ରାଣ୍ଡ ଫିନାଲେ ହୋଇଥିଲା। ସମସ୍ତଙ୍କୁ ପଛରେ ପକାଇ ଅଭିନେତା ଅର୍ଜୁନ ବିଜଲାନି ରୋହିତ ଶେଟ୍ଟୀଙ୍କ ସୋ’ର ଏହି ସିଜନରେ ବିଜେତା ହୋଇଛନ୍ତି । ଖତରୋଁ କେ ଖିଲାଡି ସିଜନ ୧୧ ଜିତିବା ସହିତ ଅର୍ଜୁନ ବିଜଲାନିଙ୍କୁ ଟ୍ରଫି, ୨୦ ଲକ୍ଷ ଟଙ୍କା ଏବଂ ଏକ ନୂଆ କାର ମଧ୍ୟ ଜିତିଛନ୍ତି।

ଅର୍ଜୁନ ବିଜଲାନୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦିବ୍ୟଙ୍କା ତ୍ରିପାଠୀ ଶେଷ ପର୍ଯ୍ୟନ୍ତ ରହିଥିଲେ। ଦିବ୍ୟଙ୍କା ଖତରୋଁ କେ ଖିଲାଡି ୧୧ ର ପ୍ରଥମ ରନର୍ ହୋଇଛନ୍ତି। ଅର୍ଜୁନ ଏବଂ ଦିବ୍ୟଙ୍କାଙ୍କ ବ୍ୟତୀତ ଶ୍ୱେତା ତିୱାରୀ, ରାହୁଲ ବୈଦ୍ଯ, ବିଶାଲ ଆଦିତ୍ୟ ସିଂ ଏବଂ ବରୁଣ ସୁଦ ରିଆଲିଟି ସୋ’ରେ ଫାଇନାଲିଷ୍ଟ ହୋଇଥିଲେ।

 

View this post on Instagram

 

A post shared by Arjun Bijlani (@arjunbijlani)

ସୂଚନାଯୋଗ୍ଯ, ପୂର୍ବରୁ ଅର୍ଜୁନ ବିଜଲାନୀଙ୍କ ସ୍ତ୍ରୀ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଟ୍ରଫିର ଫଟୋ ସେୟାର କରି ସ୍ପଷ୍ଟ କରି ଦେଇଥିଲେ। କେବଳ ଶୋ’ଟି ରବିବାର ଦିନ ଅନ ଏୟାର ହେବା ପରେ ଜଣାପଡିଛି।