୨୦୧୯ରେ ମଲାଇକାଙ୍କୁ ବିବାହ କରିବେ ଅର୍ଜୁନ୍, କଥାରେ କଥାରେ ଖୁଲାସା କଲେ କରଣ ଯୋହର

ବଲିଉଡରେ ଏବେ ଚାଲିଛି ବିବାହ ଋତୁ । ଦୀପିକା – ରଣବୀର ଏବଂ ପ୍ରିୟଙ୍କା – ନିକଙ୍କ ପରେ ଏବେ ଆଉ ଏକ ସେଲିବ୍ରିଟି ଯୋଡିଙ୍କ ନାଁ ଚର୍ଚ୍ଚାକୁ ଆସିଯାଇଛି । ସେମାନେ ଆଉ କେହି ନୁହଁନ୍ତି, ସେମାନେ ହେଉଛନ୍ତି ମଲାଇକା ଅରୋରା ଏବଂ ଅର୍ଜୁନ୍ କପୁର । ଉଭୟଙ୍କ ସମ୍ପର୍କକୁ ନେଇ ଦୀର୍ଘ ଦିନ ହେବ ଖୁବ୍ ଚର୍ଚ୍ଚା ହେଉଛି । ଏବେ ଏହି ଖବରରେ ମୋହର ମାରିଛନ୍ତି କରଣ ଜୋହର। ଲୋକପ୍ରିୟ ଚାଟ୍ ସୋ କଫି ୱିଥ୍ କରଣ ରେ ଉଭୟଙ୍କ ବିବାହକୁ ନେଇ ଇସାରା କରିଛନ୍ତି କରଣ ।
କଫି ୱିଥ୍ କରଣର ନିକଟରେ ଏକ ଏପିସୋଡରେ ଗେଷ୍ଟ ଥିଲେ ଆମୀର୍ ଖାନ୍ । ସୋରେ ମଲାଇକାଙ୍କ ସ୍ପେଶାଲ୍ ଅପିୟରାନ୍ସ ଥିଲା । ତେବେ ମଲାଇକାଙ୍କ ହାତ ଧରି ଆମୀର ଏବଂ କରଣ ଆସୁଥିବା ବେଳେ କରଣ କହିଥିଲେ ଖୁବ୍ ଶୀଘ୍ର ଆପଣଙ୍କ ଜୀବନରେ ଏହା ହେବାକୁ ଯାଉଛି । ଯାହାକୁ ଶୁଣି କରଣଙ୍କୁ ଚୁପ୍ କରିବାକୁ ଲାଗିଥିଲେ ମଲାଇକା ।
ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ ୨୦୧୯ରେ ବିବାହ କରିପାରନ୍ତି ମଲାଇକା ଏବଂ ଅର୍ଜୁନ୍ । ସେହିପରି ନିକଟରେ ମଲାଇକା ନିଜର ଜନ୍ମଦିନ ଇଟାଲିରେ ସେଲିବ୍ରେଟ୍ କରିଥିଲେ । ଯେଉଁଠି ତାଙ୍କ ସହ ଥିଲେ ଅର୍ଜୁନ୍ କପୁର । ତେଣୁ ଏହାକୁ ଆଖି ଆଗରେ ରଖି ଇଣ୍ଡିଆଜ୍ ଗଟ୍ ଟ୍ୟାଲେଂଟରେ ମଲାଇକାଙ୍କୁ ଚିଡାଇଥିଲେ କରଣ । ମଲାଇକାଙ୍କୁ ବାରମ୍ବାର ପଚାରିଥିଲେ କାହା ସହ ନିଜ ଜନ୍ମଦିନ ପାଳନ କରିଥିଲ । କିନ୍ତୁ ଏହି ପ୍ରଶ୍ନକୁ ଅଣଦେଖା କରିଚାଲିଥିଲେ ମଲାଇକା ।
ସୂଚନାଯୋଗ୍ୟ ୨୦୧୭ରେ ଅରବାଜ୍ ଏବଂ ମଲାଇକାଙ୍କ ବିବାହ ବିଛେଦ ହୋଇଥିଲା । ଖବର ଅନୁସାରେ ଉଭୟ ଅଲଗା ହେବା ପଛର କାରଣ ଅର୍ଜୁନ୍ କପୁର କୁହାଯାଉଛି ।