ଅର୍ଜୁନ ଓ ଭୂମିଙ୍କ ନୂଆ ଠିକଣା, ଫଟୋ ସହିତ ଭାଇରଲ ହେଉଛି ଅର୍ଜୁନଙ୍କ କମେଣ୍ଟ

ଅର୍ଜୁନ କପୁର ଅପକମିଂ ଫିଲ୍ମ ‘ ଦ ଲେଡି କିଲର’ର ଘୋଷଣା କରିଛନ୍ତି। ଏହି ଫିଲ୍ମର ଘୋଷଣା କରି ଅଭିନେତା ଜଣକ ଫିଲ୍ମ ଲେଖାଥିବା ଏକ କ୍ଲିପ୍‌ ବୋର୍ଡ ଫଟୋ ମଧ୍ୟ ସେୟାର କରିଛନ୍ତି।

ଅର୍ଜୁନ କପୁରଙ୍କ ସହିତ ଏହି ଫିଲ୍ମରେ ଭୂମି ପେଡନେକର ରୋମାନ୍ସ କରୁଥିବାର ନଜର ଆସିବେ। ଏହି ଫିଲ୍ମର ନାମ ଲେଖି ଏକ କ୍ଲିପ ବୋର୍ଡ ସେୟାର କରିଛନ୍ତି ଅର୍ଜୁନ। ଆଉ ଲେଖିଛନ୍ତି, ‘ ଦ ଲେଡି କିଲର ସହିତ ନୂଆ ଯାତ୍ରା ଆରମ୍ଭ କରୁଛି। ଯାହାର ସୁଟିଂ ଆଜିଠାରୁ ଆରମ୍ଭ ହେଉଛି।

ଭୂମି ପେଡନକର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯାହା ସୋଲାଙ୍ଗ ଭ୍ୟାଲିର ବୋଲି ଜଣାପଡିଛି। ଏଥିରେ ଭୂମି ଲେଖିଛନ୍ତି କିଛିଦିନ ପାଇଁ ଏହା ଆମ ନୂଆ ଠିକଣା। ଏହା ସହିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଭୂମି।

 

View this post on Instagram

 

A post shared by Arjun Kapoor (@arjunkapoor)

ଅର୍ଜୁନ କପୁର ଏବଂ ଭୂମି ପେଡନେକରଙ୍କ ଫିଲ୍ମ ‘ ଦ ଲେଡି କିଲର’କୁ ଭୂଷଣ କୁମାର, କ୍ରିଷ୍ଣ କୁମାର ଏବଂ ଶୈଳଶ ଆର ସିଂ ପ୍ରଯୋଜନା କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଅଜୟ ବହଲ କରୁଛନ୍ତି। ଏହି ଫିଲ୍ମକୁ ନିର୍ମାତା କର୍ମା ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଏବଂ ଗୁଲଶନ କୁମାର ଏବଂ ଟି ସିରିଜ ବ୍ୟାନରରେ କରାଯାଉଛି।

ଏହି ଫିଲ୍ମର ବିଷୟରେ ଅର୍ଜୁନ କପୁର ସୋସିଆଲ ମିଡିଆରେ ଜଣାଇବା ପରେ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ବିକ୍ରାନ୍ତ ମେସି ଦେଇଥିବା କମେଣ୍ଟ ଭାଇରଲ ହେବାରେ ଲାଗିଛି। ବିକ୍ରାନ୍ତ ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି ‘କିଲ୍‌ ଇଟ୍‌’।

ସୂଚନାଯୋଗ୍ୟ, ଅର୍ଜୁନ କପୁର ନିକଟରେ ରଣବୀର ଏବଂ ଆଲିଆଙ୍କ ରିସେପସନ ପାର୍ଟିରେ ନଜର ଆସିଥିଲେ। ମଲାଇକା ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲେ। ତେଣୁ ଫଟୋ ବେଶ୍‌ ଚର୍ଚ୍ଚାରେ ରହିଥିଲା।

Leave A Reply

Your email address will not be published.