ସୁଟିଙ୍ଗ ସେଟରେ ଘଟିଲା ଅଘଟଣ…ଛାତ ସହ ତଳକୁ ପଡିଗଲେ ଅର୍ଜୁନ

ଏକ ବଡ ଖବର ସାମନାକୁ ଆସିଛି । ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର । ନିଜ ଅପକମିଙ୍ଗ ଫିଲ୍ମ ମେରେ ହଜବେଣ୍ଡ କି ବିବି କୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ଏହି ସମୟ ମଧ୍ୟରେ ସେଟ୍ ରେ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ମେରେ ହଜବେଣ୍ଡ କି ବିବି ଫିଲ୍ମର ଏକ ଗୀତ ସୁଟ ହେଉଥିଲା ।
ଏହି ସମୟରେ ହଠାତ ଛାତ ଭୂଶୁଡି ପଡିଥିଲା । ତଳକୁ ପଡିଯାଇଥିଲେ ଅଭିନେତା ଅର୍ଜୁନ । ଏହି ଘଟଣାରେ ଅଭିନେତାଙ୍କ ସହ ଅନ୍ୟ ଲୋକେ ଆହତ ହୋଇଛନ୍ତି । ଅର୍ଜୁନ ଓ ଜ୍ୟାକି ଭଗ୍ନାନୀଙ୍କ ସହ ଫିଲ୍ମର ଡାଇରେକ୍ଟର ଆହତ ହୋଇଛନ୍ତି । ଏହି ଫିଲ୍ମର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଏହି ଗୀତର ସୁଟିଙ୍ଗ ମୁମ୍ବାଇରେ ଥିବା ରୟାଲ ପାମର ଇମ୍ପାରିୟଲ ପ୍ୟାଲେସରେ ସୁଟିଙ୍ଗ ହେଉଛି ।
ତେବେ ଏହି ଘଟଣାରେ କେହି ଅଧିକ ଗୁରୁତର ହୋଇନାହାନ୍ତି । ଆମେ ଆପଣଙ୍କୁ କହି ଦେଉଛୁ କି ଅର୍ଜୁନ କପୁରଙ୍କ ସହ ଏହି ଫିଲ୍ମରେ ଅଭିନେତ୍ରୀ ଭୂମି ପେଡେନକର ଙ୍କୁ ଦେଖିବାକୁ ମିଳିବ । ଦୁହିଁଙ୍କ ଲଭ ଟ୍ରାଙ୍ଗଲ ର ଏହି ଫିଲ୍ମ ଏହି ବର୍ଷ ସିନେମା ହଲରେ ରିଲିଜ ହେବ ।
Also read:ବ୍ରେକଅପ ପରେ ମୁହାଁମୁହିଁ ହୋଇଛନ୍ତି ମଲାଇକା ଓ ଅର୍ଜୁନ, ଭିଡିଓ ଭାଇରାଲ