୧୨ ବର୍ଷ ବଡ଼ ମଲାଇକା ଅରୋରାଙ୍କୁ ବାହା ହେବାକୁ ପ୍ରସ୍ତୁତ ନାହାନ୍ତି ଅର୍ଜୁନ କପୁର! ଏହାର ଅସଲ କାରଣ ନିଜେ କହିଲେ ଅଭିନେତା

ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। କିନ୍ତୁ ଅର୍ଜୁନଙ୍କ କହିବା ହେଲା, ବର୍ତ୍ତମାନ ସେ ମଲାଇକାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନାହାନ୍ତି। ଏହି କଥା ନିଜେ ଅର୍ଜୁନ ନିକଟରେ ‘କଫି ଓ୍ଵିଥ୍‌ କରନ୍‌’ରେ ଖୁଲାସା କରିଛନ୍ତି।

ବାସ୍ତବରେ, ଶୋ’ ସମୟରେ କରନ୍‌ ଅର୍ଜୁନଙ୍କୁ ତାଙ୍କ ରିଲେସନଶିପ୍‌ ବିଷୟରେ ପ୍ରଶ୍ନ କରିଥିଲେ ଏବଂ ପଚାରିଥିଲେ କି, ‘ତାଙ୍କର ଓ ମଲାଇକାଙ୍କର କ’ଣ ଜଲ୍‌ଦି ବିବାହ କରିବାର ପ୍ଲାନିଂ ଅଛି’? ଏହି ପ୍ରଶ୍ନର ଉତ୍ତରରେ ଅର୍ଜୁନ କହିଥିଲେ, ‘ସତ କହିବାକୁ ଗଲେ ନା। କାହିଁକି ନା, ଲକ୍‌ଡାଉନ ଏବଂ କୋଭିଡ୍‌ ଦୁଇ ବର୍ଷରେ ବହୁତ କିଛି ହୋଇଛି। ମୁଁ ନିଜ କ୍ୟାରିୟରରେ ଫୋକସ୍‌ କରିବାକୁ ଚାହୁଁଥିଲି। ମୁଁ ଜଣେ ବାସ୍ତବବାଦୀ ମଣିଷ। ଏମିତି ନୁହେଁ କି, ମୋତେ କିଛି ବି ଲୁଚାଇବାର ଆବଶ୍ୟକ ଅଛି। ମୁଁ ଏଠାରେ ବସି ଲାଜ କରୁ ନାହିଁ’।

ଅର୍ଜୁନ ଆଗକୁ କହିଥିଲେ, ‘ମୁଁ ପ୍ରକୃତରେ ପ୍ରଫେସନାଲ ରୂପେ ଆହୁରି ସ୍ଥିର ହେବାକୁ ଚାହୁଁଛି। ଆର୍ଥିକ ସ୍ଥିତିର କଥା କହୁ ନାହିଁ। ଭାବନାତ୍ମକ କଥା କହୁଛି। ମୁଁ ଏମିତି କାମ କରିବାକୁ ଚାହୁଁଛି, ଯଦ୍ଦ୍ଵାରା ମୋତେ ଖୁସି ମିଳି ପାରିବ। କାହିଁକି ନା, ଯଦି ମୁଁ ଖୁସି ଅଛି, ତ ମୁଁ ନିଜ ପାର୍ଟନରକୁ ଖୁସି କରି ପାରିବି। ମୁଁ ହସଖୁସିର ଜୀବନ ଜିଇଁ ପାରିବି। ମୋତେ ଲାଗୁଛି, ମୋତେ ଅଧିକ ଖୁସି ନିଜ କାମରୁ ମିଳୁଛି’।

କରନ୍‌ଙ୍କ ସହ କଥାବାର୍ତ୍ତା ବେଳେ ଅର୍ଜୁନ କହିଥିଲେ, ମଲାଇକା ତାଙ୍କ ଜେଜେ ମା’ଙ୍କୁ ଭେଟି ସାରିଛନ୍ତି। ଅର୍ଜୁନ ଏହି ସମୟରେ ମଲାଇକାଙ୍କ ସହ ନିଜ ସମ୍ପର୍କ ବିଷୟରେ ପରିବାର ଲୋକ ଏବଂ ପ୍ରିୟଜନଙ୍କୁ କହିବା ପାଇଁ ପର୍ଯ୍ୟାପ୍ତ ସମୟ ନେବା କଥା କହିଥିଲେ।

 

View this post on Instagram

 

A post shared by Karan Johar (@karanjohar)

ଏପରି କି, ଅର୍ଜୁନ ଏହା ମଧ୍ୟ କହିଥିଲେ କି, ସେ ନିଜର ଏବଂ ମଲାଇକାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କ ପରିବାର ପ୍ରତି ସମ୍ବେଦନଶୀଳ ହେବାକୁ ଚାହୁଁଛନ୍ତି। କହି ରଖୁଛୁ, ମଲାଇକା ଓ ଅର୍ଜୁନ ପାଖାପାଖି ୬ ବର୍ଷ ହେବ ପରସ୍ପରକୁ ଡେଟ୍‌ କରି ଆସୁଛନ୍ତି। ଅର୍ଜୁନଙ୍କୁ ବର୍ତ୍ତମାନ ୩୭ ବର୍ଷ ବୟସ ଏବଂ ସେ ମଲାଇକାଙ୍କ ଠାରୁ ୧୨ ବର୍ଷ ସାନ। ମଲାଇକା ଅରୋରା ଓ ଅରବାଜ୍‌ ଖାନ୍‌ଙ୍କ ମଧ୍ୟରେ ୨୦୧୭ ମସିହାରେ ଛାଡ଼ପତ୍ର ହୋଇଥିଲା। ସେମାନଙ୍କର ଏକ ପୁଅ ମଧ୍ୟ ଅଛି ଅରହାନ୍‌, ଯାହାଙ୍କ ବୟସ ୧୯ ବର୍ଷ।

Leave A Reply

Your email address will not be published.