ଫ୍ୟାନ୍ସ ନିରାଶ, ‘ପୁଷ୍ପା ୨’ରେ ଖଳନାୟକ ଭାବେ ନଜର ଆସିବେନି ଅର୍ଜୁନ କପୁର

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା। ପୁଷ୍ପା ବ୍ଲକବଷ୍ଟର ହେବା ପରେ ଫ୍ୟାନ୍ସ ପୁଷ୍ପା ୨ ପାଇଁ ଚାହିଁ ରହିଛନ୍ତି। ଆଉ ପ୍ରତିଦିନ ପୁଷ୍ପା ୨କୁ ନେଇ ନୂଆ ନୂଆ ଖବର ମଧ୍ୟ ସାମ୍ନାକୁ ଆସୁଛି।  ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ପୁଷ୍ପା ୨କୁ ନେଇ ଏବେ ଠୁ ଚର୍ଚ୍ଚା ଜୋର ଧରିଛି।  ନିକଟରେ ପୁଷ୍ପା ୨ଫିଲ୍ମର ସୁଟିଂ ନେଇ ଅଭିନେତ୍ରୀ ରଶ୍ମିକା ମନ୍ଦାନା କିଛି ଖବର ସେୟାର କରିଥିଲେ। ହେଲେ ଏବେ ଫିଲ୍ମ ‘ପୁଷ୍ପା ୨’ରେ ଅର୍ଜୁନ କପୁରଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା। ଯାହାପରେ ମେକର୍ସଙ୍କ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ମିଡିଆରେ ଚର୍ଚ୍ଚା ଚାଲିଥିଲା କି, ପୁଷ୍ପା ୨ରେ ଅର୍ଜୁନ କପୁର ନଜର ଆସିପାରନ୍ତି। ଏହି ଫିଲ୍ମରେ ଅର୍ଜୁନ ମୁଖ୍ୟ ଖଳନାୟକ ଫହଦ ଫାସିଲଙ୍କୁ ରିପ୍ଲେସ କରିପାରନ୍ତି। ଏହାମଧ୍ୟରେ ଫିଲ୍ମର ନିର୍ଦ୍ଦେଶକଙ୍କ ବୟାନ ସାମ୍ନାକ ୁଆସିଛି। ଏକ ଇଣ୍ଟରଭ୍ୟୁରେ ଫିଲ୍ମର ନିର୍ମାତା ନବୀନ ୟେରନେନି ଖବରକୁ ଖଣ୍ଡନ କରିଛନ୍ତି। ତେବେ ସେ କହିଛନ୍ତି, ପୁଷ୍ପା ୨ରେ ଫହଦ ଫାସିଲ ହିଁ ଲିଡ ରୋଲରେ ନଜର ଆସିବେ।

ତେବେ ପୁଷ୍ପା ଫିଲ୍ମରେ ଅର୍ଜୁନ କପୁର ମୁଖ୍ୟ ଖଳନାୟକ ହେବା ଖବର ସଂପୂର୍ଣ୍ଣ ମିଥ୍ୟା। ଫିଲ୍ମର ସୁଟିଂ ଏହି ମାସରୁ ଆରମ୍ଭ ହେବ। ଅକ୍ଟୋବର ୨୦ରୁ ୩୦ ମଧ୍ୟରେ ଫିଲ୍ମର ସୁଟିଂ ହୋପାରେ। ଫିଲ୍ମ ପୁଷ୍ପାର ପ୍ରଥମ ସୁଟ୍‌ ହାଇଦ୍ରାବାଦରେ କରାଯିବ। ଏହା ପରେ ଜଙ୍ଗଲ କିମ୍ବା ଅନ୍ୟ କୌଣସି ଲୋକେସନରେ ସୁଟ୍‌ କରାଯିବ।

ସୂଚନାଯୋଗ୍ୟ, ଫିଲ୍ମ ପୁଷ୍ପା ୨ରେ ଅଲ୍ଲୁ ଅୁର୍ଜନଙ୍କ ସହିତ ରଶ୍ମିକା ମନ୍ଦାନା ମଧ୍ୟ ଖୁବଶୀଘ୍ର ସୁଟିଂ ଆରମ୍ଭ କରିବେ। ୨୦୨୧ରେ ଏହାର ପ୍ରଥମ ପାର୍ଟ ରିଲିଜ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା। ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ। ଏହାପରେ ଏବେ ପୁଣିଥରେ ଫ୍ୟାନ୍ସ ଏହିଫିଲ୍ମର ସିକ୍ୱେଲକୁ ଅପେକ୍ଷା କରି ରହିଛନ୍ତି।

କୁହାଯାଉଛି ଯେ ରଶ୍ମିକା ମନ୍ଦାନାଙ୍କ ଭୂମିକା ଶ୍ରୀବଲ୍ଲୀକୁ ଖଳନାୟକ ହତ୍ୟା କରୁଛି। ଫଳରେ ଅଲ୍‌ଲୁ ଅର୍ଜୁନ୍‌ ରାଗିଯାଇ ସବୁ କିଛି ଧ୍ୱଂସ କରି ଦେଉଛନ୍ତି। ତା’ ପରେ ପ୍ରତିଶୋଧ ପରାୟଣ ହୋଇ ଭିଲେନ୍‌କୁ ମାରିଦେଉଛନ୍ତି। କିନ୍ତୁ ସେ ଚନ୍ଦନ କାଠ ତସ୍କରୀ କରିବା ଛାଡ଼ୁ ନାହାନ୍ତି। ଏଥିରୁ ମୋଟା ଅଙ୍କର ଲାଭ କରିବା ପରେ ପୁଷ୍ପାରାଜ କେମିତି ବଞ୍ଚୁଛନ୍ତି, ତାହା ଆଗାମୀ ଫିଲ୍ମର କାହାଣୀ ରହିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଚର୍ଚ୍ଚା କେତେ ଦୂର ସତ ତାହା ଏବେ ଯାଏଁ ଜଣାପଡ଼ିନାହିଁ। ଟ୍ଵିଟରରେ ଲୋକମାନେ ଫିଲ୍ମର ଷ୍ଟୋରୀକୁ ନେଇ ବିଭିନ୍ନ କମେଣ୍ଟ କରୁଛନ୍ତି।

Also Read : ଅମିତାଭଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିବ ଉପହାର, ମାତ୍ର ୮୦ ଟଙ୍କାରେ ଦେଖିପାରିବେ ଫିଲ୍ମ ‘ଗୁଡବାଏ’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.