ଅର୍ଜୁନ ରାମପାଲଙ୍କ ଝିଅ ମାୟରା ହେଲେ ‘ନ୍ୟାସନାଲ୍‌ କ୍ରଶ୍‌’, ଗ୍ଲାମରସ୍‌ ଫଟୋ ହେଉଛି ଭାଇରାଲ୍‌

ବଲିଉଡ୍‌ କଳାକାରମାନଙ୍କ ପିଲାମାନେ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି। ନିକଟରେ ଅର୍ଜୁନ ରାମପାଲଙ୍କ ଝିଅ ମାୟରା ରାମପାଲଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସୋସିଆଲ ମିଡିଆରେ ହଠାତ୍‌ ତାଙ୍କ ଗ୍ଲାମରସ୍‌ ଫଟୋ ଫ୍ୟାନମାନଙ୍କୁ ଦିଓ୍ଵାନା କରି ଦେଇଛି। ମାୟରାଙ୍କ ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ୍‌କୁ ପବ୍ଲିକ୍‌ କରିବା ପାଇଁ ତାଙ୍କ ପ୍ୟାରେଣ୍ଟ୍‌ସଙ୍କ ତରଫରୁ ଗ୍ରୀନ୍‌ ସିଗ୍ନାଲ ମିଳିବା ପରେ ଫଟୋ ଭାଇରାଲ ହେବାରେ ଲାଗଛି।

ଫଟୋଗୁଡ଼ିକରେ ମାୟରା ରାମପାଲ ବହୁତ କ୍ୟୁଟ୍‌ ନଜର ଆସୁଛନ୍ତି। ତାଙ୍କ ଫଟୋ ଦେଖିବା ପରେ ଲୋକେ ଖୁବ୍‌ ପ୍ରଶଂସା କରିବାରେ ଲାଗିଛନ୍ତି। ନିକଟରେ ଅର୍ଜୁନ ଓ ମାୟରା ଲଞ୍ଚ୍‌ ଡେଟ୍‌ରେ ଏକାଠି ନଜର ଆସିଥିଲେ। ଝିଅ ସହିତ ନିଜର ଫଟୋଗୁଡ଼ିକୁ ଅର୍ଜୁନ ସେୟାର କରିଛନ୍ତି। ଏଗୁଡ଼ିକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରୁଛନ୍ତି।

ମାୟରାଙ୍କ ସୋସିଆଲ ଆକ୍ଟିଭିଟି ଦେଖିଲେ ଲାଗୁଛି, ଯେପରି ସେ ଏହି ନିକଟରେ ହିଁ ସୋସିଆଲ ମିଡିଆରେ ଆକ୍ଟିଭ ହୋଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମରେ ସେ ମାତ୍ର ୮ଟି ପୋଷ୍ଟ୍‍ ଲୋକଙ୍କ ସହିତ ସେୟାର କରିଛନ୍ତି। ନିଜର ଅଧିକ ଫଟୋ ନ ଥିଲେ ମଧ୍ୟ ଲୋକେ ତାଙ୍କ ଫଟୋଗୁଡ଼ିକୁ ବେଶ୍‌ ପସନ୍ଦ କରୁଛନ୍ତି। ଲୋକମାନଙ୍କୁ ମାୟରାଙ୍କ ଫଟୋ ଏତେ ପସନ୍ଦ ଆସୁଛି ଯେ ସେମାନେ ତାଙ୍କୁ ‘ନ୍ୟାସନାଲ୍‌ କ୍ରଶ୍‌’ କହିବା ଆରମ୍ଭ କରି ଦେଇଛନ୍ତି।

 

View this post on Instagram

 

A post shared by @rampal72