ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗ୍ରାବିଏଲଙ୍କ ଭାଇ ଗିରଫ, ଡ୍ରଗ୍ସ କେସରେ ଧରିଲା ଏନସିବି
ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗ୍ରାବିଏଲଙ୍କ ଭାଇ ଆଗିସିଲୋସ ଡେମେଟ୍ରିୟାଡେସଙ୍କୁ ଗିରଫ କଲା ଏନ୍ସିବି। ଗୋଆରେ ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ଶନିବାର ଆଗିସିଲୋସ୍ଙ୍କୁ ଗିରଫ କରାଯାଇଛି।
ଏନେଇ ଏନ୍ସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ କହିଛନ୍ତି ” ଏନ୍ସିବି ମୁମ୍ବାଇ ଓ ଗୋଆ ଶାଖା ଆଗିସିଲୋସ୍ଙ୍କ ଚୋପଡେମ ପେର୍ନେମ୍ ସ୍ଥିତି ବାସଭବନରୁ ଚରସ ଜବତ କରିଛି।” ବେଆଇନ୍ ନିଶା ଜବତ ହୋଇଥିବା କାରଣରୁ ତାଙ୍କୁ ଗିରଫ କରାଯାଇଛି।
NCB Mumbai and Goa in a joint operation arrest Bollywood actor Arjun Rampal’s girlfriend Gabriella Demetriades’s brother from Goa, in connection with a drugs case; seized charas: Narcotics Control Bureau
— ANI (@ANI) September 25, 2021
ଏହା ପୂର୍ବରୁ ମଧ୍ୟ ଆଗିସିଲୋସ ଦୁଇଥର ଗିରଫ କରି ସାରିଛି ଏନ୍ସିବି। ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଡ୍ରଗ୍ସ ଦେଉଥିବା ଦଲାଲ ସହିତ ଆଗିସିଲୋସଙ୍କ ସମ୍ପର୍କ ଥିବା ନେଇ ତାଙ୍କୁ ଗିରଫ କରାଯାଇଥିଲା।