ପ୍ରେମିକାଙ୍କୁ ବାହା ହେଲେ ସିଙ୍ଗର ଅରମାନ ମଲିକ, ବର୍ଷେ ପୂର୍ବରୁ କରିଥିଲେ ପ୍ରପୋଜ୍

ବଲିଉଡ୍ ଜଗତରୁ ଗୋଟିଏ ପରେ ଗୋଟିଏ ଖୁସି ଖବର ଶୁଣିବାକୁ ମିଳୁଛି । ଏବେ ମ୍ୟୁଜିକ୍ କମ୍ପୋଜର ଅନୁ ମଲିକଙ୍କ ପୁତୁରା ତଥା ସିଙ୍ଗର ଅରମାନ ମଲିକ ନିଜ ଗାର୍ଲଫ୍ରେଣ୍ଡ ଆଶନା ଶ୍ରଫଙ୍କୁ ବିବାହ କରିଛନ୍ତି । ବିବାହର ଫଟୋଗୁଡ଼ିକ ସାମ୍ନାକୁ ଆସିଛି । ଏଥିରେ କପଲ୍ ବରକନ୍ୟା ସାଜି ବହୁତ ଲଭି ଡଭି ଅନ୍ଦାଜରେ ପୋଜ୍ ଦେଇଛନ୍ତି ।

ଅରମାନ ଓ ଆଶନା ମ୍ୟାଚିଙ୍ଗ୍ ବ୍ରାଇଡାଲ୍ ଆଉଟଫିଟ୍ସରେ ସଜେଇ ହୋଇଛନ୍ତି । ଫଟୋରେ ଉଭୟଙ୍କ ଯୋଡ଼ି ଖୁବ୍ ସୁନ୍ଦର ଦେଖାଯାଉଛି । ଅରମାନ ପିଚ୍ ରଙ୍ଗରେ ଶେରୱାନୀ ପିନ୍ଧିଥିବା ବେଳେ ଆଶନା କ୍ୟାରୀ କରିଛନ୍ତି ଟ୍ୟାଙ୍ଗି ଅରେଞ୍ଜ୍ ରଙ୍ଗର ବ୍ରାଇଡାଲ୍ ଲେହେଙ୍ଗା ।

ବିବାହର ଫଟୋଗୁଡ଼ିକରେ କପଲ୍ ଏକଦମ୍ ଡ୍ରିମି ଲାଗୁଛନ୍ତି । ଉଭୟ ପରସ୍ପରକୁ ଆଲିଙ୍ଗନ କରୁଥିବା ବେଳେ ଇମୋସନାଲ୍ ବି ନଜର ଆସିଛନ୍ତି । ଫଟୋ ପୋଷ୍ଟ କରି ଅରମାନ ଲେଖିଛନ୍ତି, ‘ତୁ ହି ମେରା ଘର୍’ । କପଲଙ୍କୁ ସେଲିବ୍ରିଟି ସାଙ୍ଗମାନଙ୍କଠାରୁ ଆରମ୍ଭ କରି ଫ୍ୟାନମାନେ ବିବାହର ଶୁଭେଚ୍ଛା ଜଣାଇଛନ୍ତି ।

ଅରମାନ ଓ ଆଶନା ନିଜ ବିବାହ ତାରିଖ ଘୋଷଣା କରି କହିଥିଲେ ଯେ ସେମାନେ ୨୦୨୪ରେ ବିବାହ କରିବେ । ସେମାନେ ଇଣ୍ଟିମେଟ୍ ୱେଡିଂରେ ସାତ ଫେରା ନେବେ । ଅରମାନ, ଆଶନାଙ୍କୁ ୨୦୧୯ରୁ ଡେଟ୍ କରୁଥିଲେ । ୨୦୨୩ରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ଆଣ୍ଠୁ ମାଡ଼ି ବସି ସିଙ୍ଗର ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ୍ କରିଥିଲେ ।

ଆଶନା ଜଣେ ଜଣାଶୁଣା ଫ୍ୟାସନ ଇନଫ୍ଲୁଏନ୍ସର ଏବଂ ବ୍ଲଗର । ସେପଟେ ଅରମାନ ‘ମେଁ ହୁ ହିରୋ ତେରା’, ‘ବୋଲ ଦୋ ନ ଜରା’, ‘ମେଁ ରହୁ ୟା ନା ରହୁଁ’ ଭଳି ହିଟ୍ ଗୀତ ଗାଇଛନ୍ତି ।