ମନୋରଂଜନ

ଜେଲ୍‌ ବାହାରେ ଆର୍ଯ୍ୟନ ଖାନଙ୍କୁ ଦେଖିବା ବେଳେ ଏପଟେ ପକେଟ୍‌ମାର, ୧୦ ମୋବାଇଲ ଫୋନ୍‌ ନେଇଗଲେ ଚୋର

ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ ଡ୍ରଗ୍ସ ମାମଲାରେ ଜାମିନ୍‌ ପାଇବା ପରେ ଆର୍ଥର ରୋଡ୍‌ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଜେଲ୍‌ରୁ ବାହାରିବା ସମୟରେ ଆର୍ଯ୍ୟନ୍‌ଙ୍କୁ ଦେଖିବା ପାଇଁ ଅନେକ ପ୍ରଶଂସକ ସେଠାରେ ଭିଡ଼ ଜମାଇଥିଲେ। କିନ୍ତୁ କିଛି ଲୋକଙ୍କୁ ଆର୍ଥର ରୋଡ୍‌ ଜେଲ୍‌ ସାମ୍ନାରେ ଭିଡ଼ ଜମାଇବା ମହଙ୍ଗା ପଡ଼ି ଯାଇଛି। ଖବରରୁ ଜଣାପଡ଼ିଛି ଯେ ଜେଲ୍‌ ସାମ୍ନାରେ ଅସମ୍ଭାଳ ଭିଡ଼ ଥିବା ସୁଯୋଗରେ ପକେଟମାର୍‌ମାନେ ସକ୍ରିୟ ହୋଇ ପଡ଼ିଥିଲେ। ଭିଡ଼ ଭିତରେ ପଶି ଲୋକଙ୍କ ପକେଟରୁ ମୋବାଇଲ୍‌ ଫୋନ୍‌ ଚୋରି କରି ନେଇଛନ୍ତି। ଶୁକ୍ରବାରଠାରୁ ଏ ପର୍ଯ୍ୟନ୍ତ ଭିତରେ ପାଖାପାଖି ୧୦ ମୋବାଇଲ୍‌ ଫୋନ୍‌ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି।

କହି ରଖୁଛୁ, ଲମ୍ବା ଅପେକ୍ଷା ପରେ ବଲିଉଡ୍‌ ଷ୍ଟାର୍‌ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ ନିଜ ଘରକୁ ଫେରିଛନ୍ତି। କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଫସିଥିବା ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଆର୍ଥର ରୋଡ୍‌ ଜେଲ୍‌ରୁ ମୁକ୍ତି ମିଳି ଯାଇଛି। ଜାମିନ୍‌ ମିଳିବା ପରେ ଶାହରୁଖଙ୍କ ସୁରକ୍ଷାକର୍ମୀ ରବି ତାଙ୍କୁ ଆଣିବା ପାଇଁ ଯାଇଥିଲେ। ଆର୍ଯ୍ୟନ୍‌ ଏବେ ନିଜ ଘରେ ମନ୍ନତରେ ଅଛନ୍ତି। ପ୍ରଶଂସକମାନେ ମନ୍ନତ ବାହାରେ ଢୋଲ ବଜାଇ ଆର୍ଯ୍ୟନଙ୍କୁ ସ୍ୱାଗତ କରିଥିଲେ। ଆର୍ଯ୍ୟନ ଘରକୁ ଫେରି ଆସିଥିବାରୁ ତାଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି। ଏଥି ସହିତ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏହାରି ଭିତରେ ଜେଲ୍‌ ଅଧିକାରୀମାନେ କହିଛନ୍ତି, ଆର୍ଯ୍ୟନ ଜେଲ୍‌ରୁ ମୁକ୍ତି ପାଇବାର ପ୍ରକ୍ରିୟା ଶେଷ ହୋଇ ଯାଇଛି। ଆର୍ଯ୍ୟନଙ୍କ ସହ ଅନ୍ୟମାନେ ମଧ୍ୟ ମୁକ୍ତି ପାଇବାର ପ୍ରକ୍ରିୟା ସରିଛି। କାଗଜପତ୍ର କାମ ମଧ୍ୟ ପୂରା ହୋଇଯାଇଛି।

ସୂଚନାଥାଉ କି, ଅକ୍ଚୋବର ୨ ତାରିଖରେ ମୁମ୍ବାଇ ତଟରେ କୋର୍ଡେଲିଆ କ୍ରୁଜ ରେଭ ପାର୍ଟିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଚଢ଼ାଉ କରିଥିଲା। ଡ୍ରଗ୍ସ ସେବନ ଓ କାରବାର ଅଭିଯୋଗରେ ୨୩ ବର୍ଷୀୟ ଆର୍ଯ୍ୟନ ଖାନଙ୍କୁ ଅଟକ ରଖିଥିଲା ଏନ୍‌ସିବି। ତାଙ୍କୁ ଲଗାତାର ପଚରାଉଚରା ପରେ ଗିରଫ କରାଯାଇଥିଲା। ଏବେ ବମ୍ବେ ହାଇକୋର୍ଟ ୧ ଲକ୍ଷ ଟଙ୍କାର ପିଆର ବଣ୍ଡରେ ଜାମିନ ପ୍ରଦାନ କରିବା ପରେ କେତେଗୁଡ଼ିଏ ସର୍ତ୍ତ ରଖିଛନ୍ତି। ଏହି ସର୍ତ୍ତ ଅନୁଯାୟୀ, ଅନ୍ୟ ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରଖିବେ ନାହିଁ ଆର୍ଯ୍ୟନ। ଜାମିନ ଥିବା ବେଳେ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେ ନାହିଁ। ପ୍ରତି ଶୁକ୍ରବାର ସକାଳ ୧୧ରୁ ଅପରାହ୍ନ ୨ଟା ମଧ୍ୟରେ ମୁମ୍ବାଇ ଏନ୍‌ସିବି ଅଫିସରେ ହାଜର ହେବେ। ଆଗୁଆ ଅନୁମତି ନ ନେଇ ଦେଶ ଛାଡ଼ି ପାରିବେ ନାହିଁ। ସ୍ୱତନ୍ତ୍ର କୋର୍ଟରେ ପାସପୋର୍ଟ ଦାଖଲ କରିବେ। ମାମଲା ସମ୍ପର୍କରେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିବେ ନାହିଁ।

Roshni

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

26 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

33 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago