ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଏମିତି ଖୁସି ମନାଉଛନ୍ତି ୟୁଜର୍ସ, ଭାଇରାଲ୍ ହେବାରେ ଲାଗିଛି ଏସବୁ ମିମ୍ସ
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପାଇଁ ନରେନ୍ଦ୍ର ମୋଦିଙ୍କ ସରକାର ନେଇଥିବା ନିଷ୍ପତ୍ତିକୁ ଐତିହାସିକ ବୋଲି କୁହାଯାଉଛି । ଏହି ନିଷ୍ପତ୍ତି ପରେ ଜମ୍ମୁ କଶ୍ମୀର ଏବେ ରାଜ୍ୟର ମାନ୍ୟତା ହରାଇଛି । ଏହା ଦୁଇ ଭାଗରେ ବାଣ୍ଟି ହୋଇଯାଇଛି । ଜମ୍ମୁ କଶ୍ମୀର ସହିତ ଏବେ ଲଦାଖ ମଧ୍ୟ କେନ୍ଦ୍ର ଶାସିତ ପ୍ରଦେଶ ଭାବେ ପରିଗଣିତ ହୋଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରୁଥିବାବେଳେ ଅନ୍ୟପଟେ ବଲିଉଡ୍ ସେଲିବ୍ରେଟିସ୍ ମାନେ ମଧ୍ୟ ଟ୍ବିଟ୍ କରି ନିଜର ପ୍ରତିକ୍ରିୟା ଦେଉଛନ୍ତି । ଖାସ୍ କଥା ଏହା କି ଏବେ ସୋସିଆଲ ମିଡିଆରେ ମିମ୍ସ ଭାଇରାଲ ହେବାରେ ଲାଗିଛି । ଫିଲ୍ମ ହେରା ଫେରି ର ଏକ ଫଟୋକୁ ପୋଷ୍ଟ କରି ଜଣେ ୟୁଜର୍ସ ଲେଖିଛନ୍ତି କି-ମୋଟା ଭାଇଙ୍କୁ ଶୁଣିବା ପରେ ମୋର ରିଆକ୍ସନ୍ ଏମିତି ହୋଇଯାଇଛି ।
Me after listening to Mota Bhai today#Article370revoked #Article35 #Article370Abolished #KashmirParFinalFight #KashmirHamaraHai @AmitShah
@narendramodi pic.twitter.com/kY7GQ9tviF— Kapil Yadav (@kpsweeti) August 5, 2019
ଆଉ ଜଣେ ୟୁଜର୍ସ ସମାନ ଫିଲ୍ମର ଅନ୍ୟ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖାଯାଇଛି ଏମିତି ତ ହେବାର ହିଁ ଥିଲା !
ଆଉ ଜଣେ ୟୁଜର୍ସ ରାଷ୍ଟ୍ରୀୟ ସୁରକ୍ଷା ଉପଦେଶକର୍ତ୍ତା ଅଜିତ୍ ଡୋଭାଲଙ୍କ ଫଟୋକୁ ସେୟାର କରିଛନ୍ତି । ଏହି ଫଟୋକୁ ପୋଷ୍ଟ କରି ସେ ଲେଖିଛନ୍ତି କି, ଅସଲ ଜୀବନର ହିରୋ ଏତେ ହାଣ୍ଡସମ୍ ଏବଂ ସ୍ମାର୍ଟ ହୋଇନଥାନ୍ତି । ଭାରତର ସବୁଠାରୁ ବିଦ୍ଧିମାନ ହେଉଛନ୍ତି ଏହି ବ୍ୟକ୍ତି, ଯିଏ ସବୁ ପରିସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।
ଏହାସହ ପଢନ୍ତୁ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏମିତି ହେଲା ପାକିସ୍ତାନୀ ଅଭିନେତ୍ରୀଙ୍କ ଅବସ୍ଥା, ପ୍ରତି ଟ୍ବିଟରୁ ଉଛୁଳୁଛି ବେଦନା
Real life heroes don’t look smart and handsome. india’s most precious mind. The man who played a powerful role in every crucial situation. #AjitDoval #Article370 #MissionKashmir pic.twitter.com/a7mtyQQUAO
— Prmd jangir (@prmdjangir) August 5, 2019
ଅନ୍ୟପଟେ ଆଉ ଜଣେ ୟୁଜର୍ସ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ପୋଷ୍ଟ କରି ଲେଖଇଛନ୍ତି କି, ଯେବେ ଆମେ ପରୀକ୍ଷାରେ ଲେଖିବା କେନ୍ଦ୍ର ଶାସିତ ଅଞ୍ଚଳ ହେଉଛି ଜମ୍ମୁ-କଶ୍ମୀର ।
When you have wrote jammu and kashmir as union territory in exam #Artical35A #Art35A #Article370 pic.twitter.com/qym4UpD6Wx
— kashish joshi (@aap_ka_kashish) August 5, 2019
ଆଉ ଏକ ମିମ୍ସ ରେ ପିଏମ୍ ମୋଦିଙ୍କୁ ବାହୁବଳି ସହିତ ତୁଳନା କରାଯାଇଛି ।
Close enough #370gaya#KashmirHamaraHai #BharatEKHai pic.twitter.com/Sut7xmrUpS
— सत्या (@Satya_tweets___) August 5, 2019