ଅରୁଦ୍ୱୀପଙ୍କ ନାଁରେ ଲିଗାଲ ନୋଟିସ, କାର୍ଯ୍ୟରେ ସହଯୋଗ କରୁନଥିବା ଅଭିଯୋଗ

ଇଣ୍ଡିଆନ ଆଇଡଲ ବିଜେତା ପବନଦ୍ୱୀପ ଓ କଣ୍ଟେଷ୍ଟେଣ୍ଟ ଅରୁଣିତା କାଞ୍ଜିଲାଲ । ଯାହାଙ୍କୁ ଦର୍ଶକ ଭଲଭାବରେ ଜାଣନ୍ତି । ଏହି ସୋରେ ଲଭବାର୍ଡ ଭାବେ ଜଣାଥିବା ଅରୁଦ୍ୱୀପ ଅର୍ଥାତ ଅରୁଣିତା ଦୁହେଁ ଏବେ ଏକ ସମସ୍ୟାରେ ପଡିଛନ୍ତି ଜାଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଦୁହେଁ ଆଇନଗତ ଅସୁବିଧାରେ ପଡିଛନ୍ତି । ଏହି ଖବର ଜଣାପଡିବା ପରେ ପ୍ରଶଂସକମାନେ ଚିନ୍ତାରେ ପଡିଛନ୍ତି ।

ରିପୋର୍ଟ ଅନୁଯାୟୀ ଏକ ଚୁକ୍ତିନାମା ପରେ ମ୍ୟୁଜିକ ଆଲବମ ଅକ୍ଟୋପସ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡର ସୁଟିଂ ତଥା ପ୍ରମୋସନରେ ଉଭୟ ସହଯୋଗ କରିିନଥିଲେ । କୁହାଯାଉଛି ଯେ ଅରୁଣିତା ଓ ପବନଦ୍ୱୀପଙ୍କୁ ୨୦ଟି ଗୀତ ନିର୍ମାତାଙ୍କ ସହ ଏକ ରୋମାଣ୍ଟିକ ଭିଡିଓ ସୁଟ କରିବାର ଥିଲା ।

ତେବେ ଜାରି କରାଯାଇଥିବା ଲିଗାଲ ନୋଟିସରେ କୁହାଯାଇଛି କି ଇଣ୍ଡିଆନ ମୋସନ ପିକ୍ଚର୍ସ ଆସୋସିଏସନକୁ ଅକ୍ଟୋପସ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ଆପ୍ରୋଚ କରିଥିଲା । ସେ ସୂଚନା ଦେଇଛନ୍ତି କି ସୋନି ପିକ୍ଚର୍ସ ନେଟୱର୍କ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏଗ୍ରିମେଣ୍ଟ କରିଥିଲେ । ଏଠି କହିରଖୁଛୁ ଯେ ପବନଦ୍ୱୀପ ଓ ଅରୁଣୀତା ଇଣ୍ଡିଆନ ଆଇଡଲ ଜିତିବା ପୂର୍ବରୁ ସୋନି ଉଭୟଙ୍କୁ ସେବା ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଉଭୟ ଏବେ ଗୀତ ସୁଟିଂ ପାଇଁ ସହଯୋଗ କରୁନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.