ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ଆର୍ଯ୍ୟନ ଖାନ, ହିରୋ ନୁହେଁ ସ୍କ୍ରିପ୍ଟ ରାଇଟର ଭାବେ କରିବେ କାମ

ବଲିଉଡରେ ଖୁବଶୀଘ୍ର ଏଣ୍ଟ୍ରି କରିବେ କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନ । କିଛିଦିନରୁ ଏହାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଆଉ ଫ୍ୟାନ୍ସ ଆର୍ଯ୍ୟନଙ୍କ ଡେବ୍ୟୁକୁ କେତେ ବେଳେ କରିବେ ତାହାକୁ ଚାହିଁ ରହିଥିଲେ । ଏବେ ଆର୍ଯ୍ୟନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ତାଙ୍କ ଡେବ୍ୟୁକୁ ନେଇ ଆର୍ଯ୍ୟନ୍ ସୋସିଆଲ୍ ମିଡିଆରେ ସାଇଟ୍ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରଲ୍ ହେବାରେ ଲାଗିଛି।
ଆର୍ଯ୍ୟନ ତାଙ୍କ ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଏକ ଫିଲ୍ମର ସ୍କ୍ରିପ୍ଟ ରହିଛି ଏବଂ ସେହି ସ୍କ୍ରିପ୍ଟରେ ଆର୍ଯ୍ୟନଙ୍କ ନାମ ଲେଖାଯାଇଛି । ଏହା ସହିତ ଫଟୋରେ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟର ପ୍ରଡକ୍ସନ ବ୍ୟାନରର ନାମ ମଧ୍ୟ ଦେଖିବାକୁ ମିଳିଛି । ଏହି ଫଟୋରୁ ଜଣାପଡୁଛି କି, ଆର୍ଯ୍ୟନ ବଲିଉଡରେ ଡେବ୍ୟୁ କୌଣସି ହିରୋ ଭାବେ ନୁହେଁ ବରଂ ଜଣେ ରାଇଟର ଭାବେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।
View this post on Instagram
ଏହି ଫଟୋକୁ ସେୟାର କରି ଆର୍ଯ୍ୟନ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ ରାଇଟିଂ ସମ୍ପୂର୍ଣ୍ଣ ହୋଇଛି … ଆକ୍ସନ କହିବା ବାକି ଅଛି। ତାଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ, ସେ ଏକ ଆକ୍ସନ୍ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିବେ । ଏଥି ସହ ତାଙ୍କ ପିତା ଶାହରୁଖ ଖାନ ମଧ୍ୟ ଆର୍ଯ୍ୟନ ଖାନଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଇଛନ୍ତି । ଏହାଛଡା ଗୌରୀ ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି ।
ଏହାଛଡା ଆର୍ଯ୍ୟନଙ୍କ ପୋଷ୍ଟରେ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, ସନାୟା କପୁର, ତାଲା ଶର୍ମା, ସିକନ୍ଦର ଖେର, ମନୀଷ ମଲହୋତ୍ରା ପ୍ରମୁଖ କମେଣ୍ଟ କରିଥିବା ଜଣାପଡିଛି।
ପୂର୍ବରୁ ସୂଚନା ରହିଥିଲା କି, ଆର୍ଯ୍ୟନ୍ ଏବେ ଚୁପ୍ଚାପ୍ କେତେକ ଫିଲ୍ମରେ କାମ କରୁଛନ୍ତି। ଏହା ଫିଚର ଫିଲ୍ମ ଭାବେ କିମ୍ବା ୱେବ୍ ସିରିଜ୍ ଭାବେ ରିଲିଜ୍ ହୋଇପାରେ। ଆର୍ଯ୍ୟନ୍ ଯେଉଁ ବିଷୟରେ କାମ କରୁଛନ୍ତି, ସେଥିରୁ ଗୋଟିଏ ରେଡ୍ ଚିଲ୍ଲୀ ଏଣ୍ଟରଟେନ୍ମେଣ୍ଟର ବ୍ୟାନରରେ ଆମାଜନ ପ୍ରାଇମ୍ ପାଇଁ ୱେବ୍ ସିରିଜ୍ ତିଆରି କରୁଛି। ସେହିପରି ଆଉ ଏକ ଫିଚର ଫିଲ୍ମ ମଧ୍ୟ ତିଆରି କରାଯାଉଛି। ଆମାଜନ୍ ପ୍ରାଇମ୍ ପାଇଁ ତିଆରି ହେଉଥିବା ୱେବ୍ ସିରିଜ୍ରେ ଜଣେ ଫ୍ୟାନ୍ର ସଂଘର୍ଷମୟ କାହାଣୀ ପ୍ରଦର୍ଶିତ ହେବ, ଯାହାର ଜୀବନ ରୋମାଞ୍ଚରେ ଭରପୂର।
ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍ ସିପ୍ରେ ପାର୍ଟି କରୁଥିବା ବେଳେ ଏନ୍ସିବି ରେଡ୍ରେ ଧରାପଡ଼ିଥିଲେ ଆର୍ଯ୍ୟନ୍ଙ୍କ ସମେତ ମୋଟ ୮ ଜଣ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଥିଲେ। ଏହି ୮ଜଣ ହେଲେ ମୁନ୍ମୁନ୍ ଧମେଚା, ନୁପୂର ସାରିକା, ଇସ୍ମିତ ସିଂହ, ମୋହକ ଜସଓ୍ଵାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଆର୍ଯ୍ୟନ୍ ଖାନ୍ ଓ ଅରବାଜ ମର୍ଚ୍ଚାଣ୍ଟ।