ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ, ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ

ଆଜି କୋର୍ଟରେ ଖାରଜ ହେଲା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ । ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଲାନି ଜାମିନ । ୧୪ ଦିନ ପର୍ଯ୍ୟନ୍ତ ଆର୍ଯ୍ୟନ ବିଚାର ବିଭାଗୀୟ ହାଜତରେ ରହିବେ । ତାଙ୍କ ସହିତ ଅରବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ଜାମିନ ମିଳିନଥିବା ନେଇ ଜଣାଯାଇଛି । ଜାମିନ ଆବେଦନ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଥିବା ଜଣାଯାଇଛି ।

କହିରଖିବା ଉଚିତ ହେବକି ବଲିଉଡର କିଙ୍ଗ ଖାଁ ବା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଡ୍ରଗ୍ସ ଲିଙ୍କ ନେଇ ଗିରଫ କରିଥିଲା ଏନସିବି ଟିମ । ରବିବାର କୄଜରେ ଚାଲିଥିବା ରେଭ ପାର୍ଟିରୁ ହିଁ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା । ପ୍ରଥମେ ତିନି ଦିନ ପାଇଁ ତାଙ୍କୁ ରିମାଣ୍ଡରେ ରଖାଯାଇଥିବା ବେଳେ ପରେ ଏହି ଅବଧିକୁ ୧୧ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି । ଏହି ଘଟଣା ପରେ ଅନେକ ବଲିଉଡ କଳାକାର ଆର୍ଯ୍ୟନଙ୍କ ସମର୍ଥନରେ ଆସିଛନ୍ତି । ସୂଚନା ଦେବା ଯୋଗ୍ୟକି ଆର୍ଯ୍ୟନଙ୍କ ସମେତ ଅନ୍ୟ ୭ ଅଭିଯୁକ୍ତଙ୍କୁ ୧୧ ଯାଏ ରିମାଣ୍ଡ ଅନୁମତି ଲୋଡିଥିଲା ।

କ୍ରୁଜ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଅଧିକ ଗୁମର ଖୋଲିବା ନେଇ ଏନସିବି ଚେଷ୍ଟା ଚଳାଇଛି । ପୂର୍ବରୁ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କର ହେପାଜତ ମିଆଦ ମଧ୍ୟ ବଢ଼ାଯାଇଥିଲା । ଆର୍ଯ୍ୟନଙ୍କୁ ୭ ତାରିଖ ଯାଏ କଷ୍ଟୋଡିରେ ନେଇ ପଚରାଉଚରା କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏସମୟରେ ଡ୍ରଗସ୍‌ ନେଉଥିବା ସ୍ୱୀକାର କରିଥିଲେ ଜୁନିୟର ଖାନ୍‌ । ଆର୍ଯ୍ୟନଙ୍କ ଫୋନରୁ ଆପତ୍ତିଜନକ ତଥ୍ୟ ଜବତ ହୋଇଛି । ସେ ଡ୍ରଗସ୍‌ ପାଇଁ ବ୍ୟବହାର ସାଙ୍କେତିକ ଭାଷା ବ୍ୟବହାର କରୁଥିବା ନେଇ ମଧ୍ୟ ଖବର ଆସିଥିଲା । ନିଶା ବ୍ୟବସାୟୀଙ୍କ ସହ ସମ୍ପର୍କରେ ଥିଲେ ବୋଲି ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.