ଫିଲ୍ମ ‘କଭି ଖୁସି କଭି ଗମ୍‌’ରେ ବି ଅଭିନୟ କରିଛନ୍ତି ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌, ଦେଖନ୍ତୁ ଫଟୋ

ଆଜି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଛି ଏନ୍‌ସିବି। ଡ୍ରଗ୍‌ସ ମାମଲାରେ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ଆଜି ଆର୍ଯ୍ୟନ୍‌ଙ୍କ ସମେତ ୮ ଜଣଙ୍କୁ ଏନ୍‌ସିବି ଗିରଫ କରିଛି। ତେବେ ଗିରଫ ହେବା ପରେ ଚର୍ଚ୍ଚାରେ ଅଛନ୍ତି ଆର୍ଯ୍ୟନ୍‌। ତେବେ ଖୁବ୍‌ କମ୍‌ ଦର୍ଶକ ଜାଣିଥିବେ ଯେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୂର୍ବରୁ ବି କାମ କରିଛନ୍ତି ଆର୍ଯ୍ୟନ୍‌। ଶିଶୁ କଳାକାର ଭାବେ ସେ ପରଦାକୁ ଏକାଧିକ ଥର ଆସିସାରିଛନ୍ତି।

ଫିଲ୍ମ ‘କଭି ଖୁସି କଭି ଗମ୍’ରେ ଆର୍ଯ୍ୟନ୍‌ ଶାହାରୁଖଙ୍କ ପିଲା ବେଳର ଭୂମିକା କରିଥିଲେ। ଜୟା ବଚ୍ଚନଙ୍କ କୋଳରେ ଥିଲେ। ସେହିପରି କଭି ଅଲବିଦା ନା କେହନା ଫିଲ୍ମରେ ମଧ୍ୟ ସେ ଦେଖିବାକୁ ମିଳିଥିଲେ। ଗତ ୨୦୧୯ରେ ‘ଲାୟନ କିଙ୍ଗ’ କାର୍ଟୁନ ଫିଲ୍ମ ପାଇଁ ସେ ଶିମ୍ବା ଚରିତ୍ର ଲାଗି ଭଏସ୍ ଦେଇଥିଲେ।

aryan2

ପରେ ତାଙ୍କୁ ଏକ କାର୍ଯ୍ୟକ୍ରମରେ ଶାହରୁଖ ସମସ୍ତଙ୍କୁ ପରିଚୟ କରାଇ ଦେଇଥିଲେ। ତେବେ ଏକଥା ବି କହିଥିଲେ ଯେ ଆର୍ଯ୍ୟନ୍ ଫିଲ୍ମରେ ଅଭିନୟ କରିବାକୁ ଅଧିକ ଆଗ୍ରହୀ ନୁହେଁ । ସେ ନିର୍ଦ୍ଦେଶକ ହେବାକୁ ଚାହାନ୍ତି। ତେବେ ଏହା ପରେ ପରେ ସୁପରଷ୍ଟାରଙ୍କ ଲାଡଲା ଭାବେ ତାଙ୍କ ଗତିବିଧି ଉପରେ ସବୁବେଳେ ନଜର ରଖୁଥିଲା ଗଣମାଧ୍ୟମ। ଏମିତିକି ଅମିତାଭ ବଚ୍ଚନଙ୍କ ନାତୁଣୀ ନାଭ୍ୟା ନଭେଲିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ତେବେ ଡ୍ରଗ୍ସ ମାମଲା ଏବେ ଉଭୟ ଶାହାରୁଖ ଓ ଆର୍ଯ୍ୟନ୍‌ ବଦନାମ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.