ମନୋରଂଜନ

ଆର୍ଯ୍ୟନଙ୍କୁ ଜେଲ୍‌ ନା ବେଲ୍‌ ! ବମ୍ବେ ହାଇକୋର୍ଟରେ ଆଜି ଶୁଣାଣି

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଥର ରୋଡ ଜେଲରେ ରହିଛନ୍ତି। ଆଜି ବମ୍ବେ ହାଇକୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଶୁଣାଣି ହେବ। ତାଙ୍କର ଜାମିନ ଆବେଦନ ଉଭୟ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏବଂ ସେସନ କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଅକ୍ଟୋବର ୨୦ ରେ ଏନଡିପିଏସ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ, ଏହା ପରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମାନଶିନ୍ଦେଙ୍କ ନେତୃତ୍ୱରେ ତାଙ୍କ ଟିମ୍ ହାଇକୋର୍ଟରେ ପହଞ୍ଚିଥିଲେ। କୋର୍ଟ ଅକ୍ଟୋବର ୨୬ କୁ ଶୁଣାଣି ତାରିଖ ଦେଇଥିଲେ।

ସୂଚନା ଅନୁଯାୟୀ, ଭାରତର ପୂର୍ବ ଅଟର୍ନୀ ଜେନେରୋଲ ମୁକୁଲ ରୋହତଗୀ ବମ୍ବେ ହାଇକୋର୍ଟରେ ଆଜି ଆର୍ଯ୍ୟନ ଖାନ ପକ୍ଷରୁ ଓକିଲ ସତୀଶ ମାନଶିନ୍ଦେଙ୍କ ସହିତ କୋର୍ଟରେ ପହଞ୍ଚିବେ। ଏନସିବି ଆର୍ଯ୍ୟନ ଖାନ ଏବଂ ହାଇକୋର୍ଟରେ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ଜାମିନକୁ ବିରୋଧ କରିବ। ବମ୍ବେ ହାଇକୋର୍ଟରେ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ୫୭ ନମ୍ବରରେ ଥିବାବେଳେ ଅରବାଜ ମର୍ଚାଣ୍ଟଙ୍କ ଜାମିନ ଆବେଦନ ୬୪ ନମ୍ବରରେ ତାଲିକାଭୁକ୍ତ ହୋଇଛି।

ଆର୍ଯ୍ୟନ୍ ଆଜି ଜେଲରୁ ବାହାରିପାରିବେ କି ନାହିଁ, ତାହା କୋର୍ଟରେ ହାଜର ହେବା ପରେ ଜଣାପଡିଛି। ଯଦି ଆଜି ତାଙ୍କୁ ଜାମିନ ମିଳିବ ନାହିଁ, ତେବେ ଅସୁବିଧା ବଢିପାରେ। କାରଣ ଅକ୍ଟୋବର ୨୯ ଶୁକ୍ରବାର ପର୍ଯ୍ୟନ୍ତ କୋର୍ଟ ଖୋଲା ରହିବ। ଏହା ପରେ ଶନିବାର ଏବଂ ରବିବାର ଦିନ ଛୁଟିଦିନ । ତା’ପରେ ଦୀପାବଳି ଛୁଟି ହୋଇଯିବ। ଯଦିଓ ଶନିବାର ଦିନ କୋର୍ଟରେ କେସର ଫାଇଲିଂ ହୋଇଥାଏ, କିନ୍ତୁ ବିଚାରପତି ନିଷ୍ପତ୍ତି ନେଲେ ଯାଇ ଶୁଣାଣି ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ଆର୍ଯ୍ୟନଙ୍କୁ ଜେଲରୁ ମୁକାଳିବା ପାଇଁ ଶାହରୁଖ ସମସ୍ତ ଚେଷ୍ଟା କରୁଛନ୍ତି। ନୂଆ ନୂଆ ଓକିଲକୁ କେସ୍‌ ଦେଉଛନ୍ତି। ସତୀଶ ମାନଶିନ୍ଦେଙ୍କ ଛଡା ବରିଷ୍ଠ ଓକିଲ ଅମିତ ଦେଶାଇ ମଧ୍ୟ ଆର୍ଯ୍ୟନଙ୍କ କେସ୍‌ ଲଢିଛନ୍ତି।  ଗତକାଲି ବାପା ଶାହାରୁଖ ଖାନ୍‌ଙ୍କ ପରେ ଏବେ ପୁଅ ଆର୍ଯ୍ୟନ୍‌କୁ ଭେଟିବାକୁ ଜେଲ୍‌ରେ ପହଞ୍ଚିଥିଲେ ମା’ ଗୌରୀ ଖାନ୍‌। ଡ୍ରଗ୍ସ କେସ୍‌ରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଏବେ ଜେଲରେ ଅଛନ୍ତି। ଦୀର୍ଘ ଦିନ ଧରି ଜେଲରେ ରହିବା ପରେ ଆଜି ମା’ ଗୌରୀ ପୁଅକୁ ଭେଟିବାକୁ ଆର୍ଥର ରୋଡ୍‌ ଜେଲରେ ପହଞ୍ଚିଥିଲେ। ଆର୍ଯ୍ୟନ୍‌ଙ୍କୁ ନେଇ ଶାହାରୁଖ ଖାନ୍‌ ଓ ଗୌରୀ ଖାନ୍‌ ଉଭୟେ ବହୁତ ଟେନ୍ସନ୍‌ରେ ଅଛନ୍ତି। ଶାହାରୁଖ ଓ ଗୌରୀ ଉଭୟ ଆର୍ଯ୍ୟନ୍‌ଙ୍କ ହାଲଚାଲ ବୁଝିବାକୁ ଜେଲକୁ ଯାଉଛନ୍ତି।

Swagatika

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

32 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

44 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

57 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

60 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago