ଏହି ନିର୍ଦ୍ଦେଶକଙ୍କ ପ୍ରେମରେ ଆଶା ପାରେଖ ଏତେ ପାଗଳ ଥିଲେ ଯେ , ସିଏ ମିଳିଲେନି ବୋଲି ରହିଗଲେ ଅବିବାହିତା

ବିଗତ ଦିନର ଲୋକପ୍ରିୟ ଅଭିନେତ୍ରର ଆଶା ପାରେଖଙ୍କ ଆଜି ହେଉଛି ଜନ୍ମଦିନ । ୭୬ ବର୍ଷ ବୟସରେ ପାଦ ଦେଇଛନ୍ତି ଏହି ସଦାବାହାର ନାୟିକା । ୨ ଅକ୍ଟୋବର ୧୯୪୨ରେ ଜନ୍ମ ଗ୍ରହଣ କରିଥିଲେ ଆଶା । ଗୋଟିଏ ସମୟ ଥିଲା ଆଶା ପାରେଖଙ୍କ ଦିୱାନା ଥିଲା ପୁରା ଦେଶ । ଆଉ ଆଶା ପାରେଖ ଅନ୍ୟ ଜଣକ ପ୍ରେମରେ ଥିଲେ ପାଗଳ । ହେଲେ କଣ ଏମିତି ହେଲା ଯେ ବିବାହ ନକରି ସାରା ଜୀବନ କୁଆଁରୀ ରହିଗଲେ ଆଶା ।

asha parekhଆଶାଙ୍କ କହିବାର ଥିଲା ତାଙ୍କ ଭାଗ୍ୟରେ ବିବାହ ଲେଖାଯାହିଁ , ସେ ଖୁସି ଯେ ଅବିବାହିତ ଅଛନ୍ତି । କୁହାଯାଏ ଆଶା ପାରେଖଙ୍କ ଛବି ଏକ ଅଭିନେତ୍ରୀଙ୍କ ପରି ଥିଲା ଯାହାଙ୍କ ପର‌୍ୟ୍ୟନ୍ତ ପହଂଚିବା କିମ୍ବା ଦେଖାକରିବା ସହଜ ଥିଲା । ବୋଧେ ସେଥିପାଇଁ କେହି ବିବାହ ପାଇଁ ତାଙ୍କ ହାତ ମାଗିନାହାଁନ୍ତି ।

ଆଶା ପାରେଖଙ୍କ ନାଁ ଆମୀର ଖାନଙ୍କ ଦାଦା ତଥା ନିର୍ଦ୍ଦେଶକ ନାସିର୍ ହୁସେନଙ୍କ ସହ ଯୋଡା ଯାଇଥିଲା । ତେବେ ଏହି କଥାରେ କେତେ ସତ୍ୟତା ଥିଲା ତାହା କାହାକୁ ଜଣା ନାହିଁ । କିନ୍ତୁ ଏକ ସାକ୍ଷାତାକାରରେ ଆଶା ପାରେଖ୍ ଖୁଲାସା କରିଥିଲେ ଯେ ଲମ୍ବା ସମୟ ଯାଏଁ ତାଙ୍କର ଜଣେ ପ୍ରେମିକ ଥିଲେ । ଆଶାଙ୍କ ଏହି ପ୍ରେମିକ ଆଉ କେହି ନୁହେଁ ନିର୍ଦ୍ଦେଶକ ନାସିର୍ ହୁସୈନ୍ । ନାସିରଙ୍କ ସହ କାହିଁକି ବିବାହ ହୋଇନଥିଲା ପ୍ରଶ୍ନର ଉତ୍ତରରେ ଆଶା କହିଥିଲେ ଯେ ସେ କେବେ ଚାହାଁନ୍ତିନି ନାସିର୍ ତାଙ୍କ ପରିବାର ଠାରୁ ଅଲଗା ହୁଅନ୍ତୁ ବୋଲି । ତେଣୁ ସାରା ଜୀବନ ଆଶା ଅବିବାହିତ ରହିଲେ ।

You might also like