ଫିଲ୍ମ ‘ପଠାନ’ର ବିକନୀ ବିବାଦରେ ମୁହଁ ଖୋଲିଲେ ଅଭିନେତ୍ରୀ ଆଶା ପାରେଖ, କହିଲେ ଆମ ଚିନ୍ତାଧାରା ହୀନ ହୋଇଗଲାଣି

ଶାହରୁଖଙ୍କ ଫିଲ୍ମ ‘ପଠାନ’ ରିଲିଜ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛି। ଫିଲ୍ମର ଗୀତ ବେଶରମ ରଙ୍ଗକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ । ଏହି ଗୀତରେ ଦୀପିକା ପାଦୁକୋନଙ୍କ କେଶରୀ ରଙ୍ଗର ବିକନୀ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହାକୁ ନେଇ କେତେକ ହିନ୍ଦୁ ସଂଗଠନ ଆପତ୍ତି କରିଛନ୍ତି। ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ଆଶା ପାରେଖ ।

ଏକ ଟିଭି ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ଆଶା ପାରେଖ କହିଛନ୍ତି, ଫିଲ୍ମ ‘ପଠାନ’ର ବେଶରମ ରଙ୍ଗ ଗୀତକୁ ନେଇ ଦୀପିକାଙ୍କ ବିକନୀକୁ ନେଇ ଉଠିଥିବା ବିବାଦକୁ ନେଇ କହିଛନ୍ତି, ବିକନୀ ଉପରେ କୌଣସି ବିବାଦ ଉଠିନି କିନ୍ତୁ କେଶରୀ ରଙ୍ଗକୁ ନେଇ ହଙ୍ଗାମା ହେଉଛି। ମୋତେ ଲାଗୁଛି, ଆମ ଚିନ୍ତାଧାରା ଧୀରେ ଧୀରେ ଛୋଟିଆ ହୋଇଗଲାଣି। ଆମେ ପରିବର୍ତ୍ତନ ସମାଜ ସହିତ ଚିନ୍ତାଧାରା ମଧ୍ୟ ଛୋଟ ହୋଇଗଲାଣି ।

 

View this post on Instagram

 

A post shared by Shah Rukh Khan (@iamsrk)

ଲୋକଙ୍କ ପାଇଁ ବଲିଉଡ ସହଜ ଟାର୍ଗେଟ ହୋଇଗଲାଣି। ଗୋଟେ ପଟେ ଆମେ ନିଜକୁ ଉନ୍ନତି କରୁଥିବା କହୁଥିବା ବେଳେ ଅନ୍ୟ ପଟେ ବିକନୀର ରଙ୍ଗକୁ ନେଇ ବିବାଦ ଦେଖାଗଲାଣି । ଏହା ଆମର ହୀନ ଚିନ୍ତାଧାରା ବୋଲି କୁହାଯାଉଛି ।  ବିକନୀ ବିବାଦରେ ହିନ୍ଦୁ ସଂଗଠନ ସହିତ ଅନେକ ନେତା ମଧ୍ୟ ଆପତ୍ତିଜନକ କହୁଛନ୍ତି । ପ୍ରଥମେ ମଧ୍ୟପ୍ରଦେଶର ସରକାରରେ ଥିବା ମନ୍ତ୍ରୀ ନରୋତ୍ତମ ମିଶ୍ର ବିକନୀକୁ ନେଇ ଆପତ୍ତି ଉଠାଇଥିଲେ ।

ଅଯୋଧ୍ୟାର ମହନ୍ତ ରାଜୁ ଦାସ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’କୁ ବହିଷ୍କାର କରିବାକୁ ଅପିଲ୍‌ କରିଥିଲେ। ସେ କହିଥିଲେ, ଯେଉଁ ଥିଏଟରରେ ପଠାନ୍‌ ଫିଲ୍ମ ପଡ଼ିବ, ସେଠାରେ ନିଆଁ ଲଗାଇ ଦେବାକୁ ମୁଁ ଦର୍ଶକମାନଙ୍କୁ ଅପିଲ୍‌ କରିଥିଲେ। ରାଜୁ ଦାସ ବଲିଉଡ୍‌ ଏବଂ ଶାହରୁଖ ଖାନଙ୍କ ଉପରେ କ୍ରମାଗତ ଭାବେ ସନାତନ ଧର୍ମକୁ ପରିହାସ କରୁଥିବା ନେଇ ଅଭିଯୋଗ ଲଗାଇଛନ୍ତି।

ଫିଲ୍ମ ‘ପଠାନ’ ଜାନୁଆରୀ ୨୫ ୨୦୨୩ରେ ରିଲିଜ ହେବ। ଫିଲ୍ମଟି ରିଲିଜ ହେବା ପୂର୍ବରୁ ଏହାର ଗୀତ ବହୁତ ସୁପରହିଟ୍‌ ହୋଇଛି। ଫ୍ୟାନ୍ସ ଏହାକୁ ପସନ୍ଦ କରୁଛନ୍ତି ।

ସୂଚନାଯୋଗ୍ୟ, ଫିଲ୍ମ ‘ପଠାନ’ର ଗୀତ ବେଶରମ ରଙ୍ଗ ଗତ କିଛିଦିନ ତଳେ ରିଲିଜ ହୋଇଥିଲା। ଏହି ଗୀତ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଫ୍ୟାନ୍ସ ପସନ୍ଦ ଆସିବା ସତ୍ତ୍ୱେ ଗୀତରେ ଗେରୁଆ ବସ୍ତ୍ର ପାଇଁ ବିବାଦରେ ଫସିଥିଲା । ବାସ୍ତବରେ, ପଠାନର ବେଶରମ ରଙ୍ଗ୍ ଗୀତର ଏକ ସିନରେ ଦୀପିକା କେସରୀ ରଙ୍ଗର ବିକିନୀ ପିନ୍ଧିଛନ୍ତି, ଯାହାକୁ ହିନ୍ଦୁ ସଙ୍ଗଠନ ବିରୋଧ କରୁଛନ୍ତି। ଫିଲ୍ମକୁ ସୋସିଆଲ ମିଡିଆରେ ବୟକଟ କରିବାକୁ ଟ୍ରେଣ୍ଡ୍‌ ବି ଆରମ୍ଭ ହେଇଥିଲା ।

Leave A Reply

Your email address will not be published.