ଇଣ୍ଡିଆନ୍ ଆଇଡଲ୍ ୧୨ ଶୋରୁ ବାହାରିଗଲେ ଆଶିଷ କୁଲକର୍ଣ୍ଣୀ, କାନ୍ଦି କାନ୍ଦି ସନମୁଖପ୍ରୀୟଙ୍କ ହାଲ ହେଲା ବେହାଲ୍‌

ସିଗିଂଙ୍ଗ୍ ରିୟାଲିଟି ଶୋ ଇଣ୍ଡିଆନ୍ ଆଇଡଲ୍ ୧୨ ଲଗାତାର ଚର୍ଚ୍ଚାରେ ରହି ଆସୁଛି। ନିକଟରେ ଶୋ’ରୁ ସୱାଇ ଭଟ୍ଟ ବାହରି ଯାଇଥିଲ, ଯାହାକୁ ନେଇ ଫ୍ୟାନ୍ସ ବହୁତ ନିରାଶ ହୋଇ ଯାଇଥିଲେ। ଆଉ ବର୍ତ୍ତମାନ ଆଶିଷ କୁଲକର୍ଣ୍ଣୀ ଭୋଟ କମ୍ ପାଇବା ଯୋଗୁଁ ଇଣ୍ଡିଆନ୍‌ ଆଇଡଲ୍‌ ଶୋ ରୁ ବାହାରି ଯାଇଛନ୍ତି । ଆଶିଷ ଟପ୍ ୬ରେ ନିଜ ସ୍ଥାନକୁ ବଜାୟ ରଖିପାରିଲେନି। ଆଶିଷଙ୍କ ଶୋ’ରୁ ବାହାରି ଯିବାକୁ ନେଇ କେବଳ ତାଙ୍କର ଫ୍ୟାନ୍ସମାନେ ନୁହଁନ୍ତି ବରଂ ଅନ୍ୟ ପ୍ରତିଯୋଗୀ ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ଜଜ୍ ମାନେ ଆଶିଷଙ୍କୁ ଶୋ ରୁ ବାହାରିଯିବାର ଘୋଷଣା ହେବା ମାତ୍ରେ ତାଙ୍କ ସାଥିମାନେ ଖୁବ୍ ଜୋରରେ କାନ୍ଦିବାକୁ ଲାଗିଥିଲେ । ଖାସ କରି ସନମୁଖପ୍ରିୟା ଏବଂ ସୟାଲି କାମ୍ବଲେ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଥିଲେ । ଦୁହେଁ ଆଶିଷଙ୍କୁ ଆଲିଙ୍ଗନ କରି ଖୁବ୍ କାନ୍ଦିଥିଲେ। କେବଳ ଏତିକି ନୁହେଁ ସୟାଲିଙ୍କ ବାପା ଏବଂ ସନମୁଖପ୍ରିୟାଙ୍କ ମା’ ମଧ୍ୟ ବହୁତ ଇମୋସନାଲ୍ ହୋଇ ଯାଇଥିଲେ ।

ତେବେ ସୋସିଆଲ ମିଡିଆରେ ଆଶୀଷ କୁଲକର୍ଣ୍ଣିଙ୍କ ବହିଷ୍କାରକୁ ନେଇ ୟୁଜରମାନେ ପ୍ରତିକ୍ରିୟା ଦେଉଛନ୍ତି। ଏଥର ବିଶେଷ ଅତିଥି ଭାବରେ ଆଶା ଭୋସଲେ ଶୋ’ରେ ପହଞ୍ଚିଥିଲେ, ଯେଉଁଠାରେ ପ୍ରତିଯୋଗୀମାନେ ତାଙ୍କ ସାମ୍ନାରେ ପରଫରମାନ୍ସ କରିଥିଲେ ଏବଂ ଆଶା ଭୋସଲେଙ୍କ ଗୀତ ଗାଇଥିଲେ। ଏହି ପର୍ଯ୍ୟାୟରେ ଆଶିଷ ‘ଅଭି ନା ଜାଓ ଛୋଡକେ’ ଏବଂ ‘ଦିଲ ଲେନା ଖେଲ ହୈ ଦିଲଦାର କା’ ଗୀତ ଗାଇ ଆଶା ଭୋସଲେଙ୍କ ପ୍ରଶଂସା ପାଇଥିଲେ। କିନ୍ତୁ ୬ ଜଣଙ୍କ ଭିତରୁ ଆଶୀଷ ସବୁଠାରୁ କମ୍‌ ଭୋଟ ପାଇଥିବାରୁ ଶୋରୁ ବାହାର ହୋଇଯାଇଛନ୍ତି। ଏବେ ସୋସିଆଲ ମିଡିଆରେ ଆଶିଷଙ୍କ ଶୋର ବାହାର ହୋଇଯିବା ଖବର ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.