୬୦ ବର୍ଷରେ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପରେ ଏମିତି ପୋଷ୍ଟ୍ ଲେଖିଲେ ଆଶିଷ ବିଦ୍ୟାର୍ଥୀଙ୍କ ପ୍ରଥମ ପତ୍ନୀ
ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ ୬୦ ବର୍ଷ ବୟସରେ ପୁଣି ଥରେ ବିବାହ କରିବା କଥାକୁ ତାଙ୍କ ପ୍ରଥମ ପତ୍ନୀ ସହଜ ପସନ୍ଦ କରିପାରୁନାହାନ୍ତି । ତାଙ୍କ ପ୍ରଥମ ପତ୍ନୀ ରାଜୋଶିଙ୍କ ଇନ୍ଷ୍ଟାଗ୍ରାମ୍ ଷ୍ଟୋରି ଦେଖିଲେ ଏକଥା ବାରି ହୋଇପଡ଼ିଛି। ସେ ତାଙ୍କ ଇନ୍ଷ୍ଟାରେ ଦୁଇଟି ଷ୍ଟୋରି ସେୟାର କରିଛନ୍ତି ।
ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୂପାଲି ବରୁଆଙ୍କୁ ବିବାହ କରିବା ପରେ ଏବେ ତାଙ୍କୁ ନେଇ ସବୁଠି ଚର୍ଚ୍ଚା । ସେ ୬୦ ବର୍ଷ ବୟସରେ ରୂପାଲିଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଛନ୍ତି । ଜାତୀୟ ଫିଲ୍ମ ପୁରସ୍କାର ଜିତିଥିବା ଆଶିଷ ପୂର୍ବରୁ ରାଜୋଶି ବରୁଆଙ୍କୁ ବିବାହ କରିଥିଲେ । ତାଙ୍କର ଆର୍ଥ ବିଦ୍ୟାର୍ଥୀ ନାମକ ଜଣେ ପୁଅ ମଧ୍ୟ ରହିଛନ୍ତି । ଏହା ସତ୍ତ୍ୱେ ଆଶିଷ ଏବେ ୩୩ ବର୍ଷୀୟ ରୂପାଲିଙ୍କୁ ପୁଣି ବିବାହ କରିଛନ୍ତି । ଗୌହାଟୀର ରୂପାଲି ଫ୍ୟାଶନ ଉଦ୍ୟୋଗ ସହ ଜଡ଼ିତ। ଗତ ମେ’ ୨୫ରେ ଉଭୟ କୋଲକାତାରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରିପୋର୍ଟ ମୁତାବକ, ସେମାନେ କୋର୍ଟ ବିବାହ କରିଛନ୍ତି । ଉଭୟଙ୍କ ପରିବାର ଏବଂ କିଛି ହାତ ଗଣତି ବନ୍ଧୁମାନଙ୍କ ଉପସ୍ଥିତିରେ ରେଜିଷ୍ଟ୍ରୀ ମ୍ୟାରେଜ କରିଛନ୍ତି ।
ତେବେ ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ଅନେକ ଆଞ୍ଚଳି ଫିଲ୍ମରେ ଅଭିନୟ କରି ଆଶିଷ ବିଦ୍ୟାର୍ଥୀ ଘରେଘରେ ପରିଚିତ ହୋଇ ପାରିଛନ୍ତି । ୬୦ ବର୍ଷରେ ବିବାହ କରିଥିବା ଆଶିଷ କହିଛନ୍ତି, “ଜୀବନର ଏ ବୟସରେ ରୂପାଲିଙ୍କୁ ବିବାହ କରିବା ମୋତେ ବେଶ ଆନନ୍ଦ ଦେଉଛି । ତେବେ ଏବିବାହ ପରେ କେଉଁଠି ନା କେଉଁଠି ଲାଗୁଛି ୬୦ ବର୍ଷ ବୟସରେ ସେ ପୁଣି ଥରେ ବିବାହ କରିବା କଥାକୁ ତାଙ୍କ ପ୍ରଥମ ପତ୍ନୀ ସହଜ ପସନ୍ଦ କରିପାରୁନାହାନ୍ତି । ତାଙ୍କ ପ୍ରଥମ ପତ୍ନୀ ରାଜୋଶିଙ୍କ ଇନ୍ଷ୍ଟାଗ୍ରାମ୍ ଷ୍ଟୋରି ଦେଖିଲେ ଏକଥା ବାରି ହୋଇପଡ଼ିଛି। ସେ ତାଙ୍କ ଇନ୍ଷ୍ଟାରେ ଦୁଇଟି ଷ୍ଟୋରି ସେୟାର କରିଛନ୍ତି । ଦୁଇଟି ଯାକ ଷ୍ଟୋରି ସେ ତାଙ୍କ ସ୍ୱାମୀ ଆଶିଷ ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ହିଁ ଲେଖିଛନ୍ତି ।
ସେ ତାଙ୍କର ପ୍ରଥମ ପୋଷ୍ଟ୍ରେ ଲେଖିଛନ୍ତି, ‘ଯିଏ ଆପଣଙ୍କ ପାଇଁ ଠିକ୍ ଲୋକ, ସେ କେବେ ବି ଆପଣଙ୍କୁ ଏ ପ୍ରଶ୍ନ ପଚାରିବେନି କି ଆପଣ ତାହା ପାଇଁ କେତେ ଇମ୍ପୋରଟାଣ୍ଟ । ସେ ଏପରି କିଛି କରିବନି ଯେଉଁଥିରେ ଆପଣଙ୍କୁ କଷ୍ଟ ଲାଗିବ।’ ସେହିପରି ସେ ତାଙ୍କର ଆଉ ଏକ ଷ୍ଟୋରିରେ ଲେଖିଛନ୍ତି, ‘ବେଶି ଭାବିବା ଓ ସନ୍ଦେହ କରିବା ଏବେ ଆପଣଙ୍କ ମୁଣ୍ଡରୁ ବାହାରି ଯାଇପାରେ । ସବୁକିଛି ସଫା ହୋଇଯିବା ପରେ ଦ୍ଵନ୍ଦ ଦୂର ହୋଇପାରେ। ଶାନ୍ତି ଆପଣଙ୍କ ଜୀବନର ଏକଲାପଣକୁ ଦୂର କରିଦେଇପାରେ । ଆପଣ ସବୁବେଳେ ମଜ୍ବୁତ୍ ରହି ଆସିଛନ୍ତି। ଏବେ ଆଶୀର୍ବାଦ ପାଇବାର ସମୟ ଆସିଗଲା । ଆପଣ ତାହାର ଯୋଗ୍ୟ ।’
ଏଥିସହ ସେ କହିଛନ୍ତି, ଆଶିଷଙ୍କର ମଧ୍ୟ ନିଜ ଜୀବନକୁ ପୂର୍ଣ୍ଣ ଭାବେ ଉପଭୋଗ କରିବାକୁ, ବଞ୍ଚିବାକୁ ଅଧିକାର ଅଛି। ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ ମୋର କିଛି ବି ଆପତ୍ତି ନାହିଁ । ଆମ ରାସ୍ତା ଅଲଗା ହେଲେବି ଆମେ ଭଲ ବନ୍ଧୁ ହୋଇ ସବୁବେଳେ ରହିବୁ । ଆଶିଷଙ୍କ ପ୍ରତି ମୋ’ ମନରେ ସବୁବେଳେ ସମ୍ମାନ ଓ ଶୁଭକାମନା ରହିବ । ମୁଁ ଜାଣିଛି ତାଙ୍କ ମନରେ ମଧ୍ୟ ମୋ’ ପ୍ରତି ସେହି ସମ୍ମାନ ରହିଛି । ଏପଟେ ସେମାନଙ୍କର ଏକ ୨୩ ବର୍ଷୀୟ ପୁଅ ଅଛି, ଯିଏକି ବାପାଙ୍କ ୨ୟ ବିବାହକୁ ସମର୍ଥନ କରୁଛନ୍ତି । ତେବେ ଆଶିଷ ଓ ତାଙ୍କ ପ୍ରଥମ ପତ୍ନୀଙ୍କ ସଂପର୍କରେ କାହିଁକି ଫାଟ ହୋଇଥିଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।