ଏସିଆର ସବୁଠାରୁ ସେକ୍ସି ଟିଭି ଅଭିନେତ୍ରୀ ବନିଲେ ହିନା ଖାନ, ସୋସିଆଲ ମିଡିଆରେ ଛୁଟୁଛି ପ୍ରଶଂସାର ସୁଅ 

ଏସିଆର ସବୁଠାରୁ ସେକ୍ସି ଟିଭି ଅଭିନେତ୍ରୀ ହିନା ଖାନା। ହିନା ଏସିଆର ସବୁଠାରୁ ସେକ୍ସି ଅଭିନେତ୍ରୀ ଲିଷ୍ଟରେ ତିନି ନମ୍ବର ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଦୀପିକା ପ୍ରଥମ ଏବଂ ଆଲିଆ ଭଟ୍ଟ ଦ୍ୱିତୀୟରେ ରହିଥିବା ବେଳେ ଟିଭି ଇଣ୍ଡଷ୍ଟ୍ରୀ ସେକ୍ସି ଅଭିନେତ୍ରୀ ସ୍ଥାନରେ ନିଜକୁ ୧ ନମ୍ବର ସ୍ଥାନରେ ରଖିବାରେ ସକ୍ଷମ ହୋଇଛନ୍ତି ହିନା। ଏହି ଲିଷ୍ଟ ୟୁକେର ଏକ ମାଗାଜିନ ଦ୍ୱାରା ଜାରି ହୋଇଛି। ଏହି ଲିଷ୍ଟ ଅନ୍‌ଲାଇନ ଭୋଟିଂ, ମଡିଆ କଭରେଜ, ଏବଂ ଅଲଗା ଅଲଗା ପ୍ରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଆଧାରରେ କରାଯାଇଛି।

hina

ହିନା ପ୍ରଥମ ଲୋକପ୍ରିୟ ଟିଭି ସିରିଅଲ ‘ୟେ ରିସ୍ତା କ୍ୟାୟା କହଲାତା ହୈ’ରେ ଟିଭି ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଥିଲେ। ଏହି ସିରିଅଲରେ ହିନାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। କିନ୍ତୁ ସିରିଅଲ‘ କସୌଟୀ ଜିନ୍ଦେଗୀ କି’ରେ ହିନାଙ୍କ ଚରିତ୍ର କୋମଲିକା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଯେଉଁପାଇଁ ଲୋକପ୍ରିୟ ହୋଇପାରିଥିଲେ ହିନା। ଏହାଛଡା ବିଗ୍‌ବସ ସିଜନ ୧୧ର ରନର୍ସ ଅପ୍‌ ମଧ୍ୟ ହୋଇଥିଲା। ଯେଉଁଥି ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥିଲେ ହିନା।

Leave A Reply

Your email address will not be published.