ଅମୀର ଖାନଙ୍କୁ ଆସାମ ଯିବାକୁ ମନା କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ନିକଟରେ ରିଲିଜ ହୋଇଛି ବଲିଉଡ୍‌ ଷ୍ଟାର ଆମିର ‌ଖାନ୍‌ଙ୍କ ଅଭିନୀତ ନୂଆ ଫିଲ୍ମ ଲାଲ ସିଂ ଚଡ୍ଡା । ଫିଲ୍ମ ବାବଦରେ ସାମ୍ନାକୁ ଆସିବା ପର ଠାରୁ ହିଁ ଅମୀରଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ଆଉ ଏବେ ଅମୀରଙ୍କୁ ଆସାମ ଗସ୍ତ ପାଇଁ ବାରଣ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କୁ ଏବେ ଆସାମକୁ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି।

ସୂଚନା ମୁତାବକ ଆସାମରେ ଆସନ୍ତା ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ତିନି ଦିନ ପାଇଁ `ହର୍‌ ଘର୍‌’ ତ୍ରିରଙ୍ଗା ଅଭିଯାନ ଚାଲିବ। ତେଣୁ ଏହି ସମୟରେ ଆମିର ଖାନ୍‌ଙ୍କୁ ତାଙ୍କ ଆସାମ ଗସ୍ତକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଆସାମ ଯିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରସ୍ତାବ ଦେ‌ଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆମିର ଖାନ୍‌ ଅଗଷ୍ଟ ୧୪ରେ ତାଙ୍କ ମୁଭିର ପ୍ରମୋସନ ପାଇଁ ଗୌହାଟି ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରଖିଥିଲେ । କିନ୍ତୁ ଏହି କାର୍ଯ୍ୟକ୍ରମକୁ ସେ ଦିନକ ପାଇଁ ଘୁଞ୍ଚାଇ ଦେଇଛନ୍ତି | ଅଗଷ୍ଟ ୧୬ ତାରିଖରେ ସେ ଆସାମ ଯାଇପାରନ୍ତି ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟକି ଆମିର ଖାନଙ୍କ ଫିଲ୍ମ ଲାଲ ସିଂ ଚଡ୍ଡା ରିଲିଜ ହୋଇସାରିଛି । ଫିଲ୍ମଟିକୁ ନେଇ ଦର୍ଶକଙ୍କ ଠାରୁ ଭିନ୍ନ ପ୍ରତିକ୍ରିୟା ମିଳିଛି । ପ୍ରଥମ ଦିନରେ ଏହା ସେତେଟା ଫଳ ଦେଇ ନଥିବା ଜଣାପଡ଼ିଛି। ପୁଣି ଫିଲ୍ମଟି ବିରୋଧରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବାକୁ ମଳିଛି । ଫିଲ୍ମରେ ଭାରତୀୟ ସେନାକୁ ଅପମାନ କରାଯାଇଥିବା ଅଭିଯୋଗ ଉଠିବା ପରେ ଏହାକୁ ବୟକଟ କରିବାକୁ ସୋଶାଲ ମିଡିଆରେ ପୁଣି ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.