ହାଇ ହିଲ୍ ପିନ୍ଧି ରାମ୍ପରେ ଚାଲିବା ସମୟରେ ଗୋଡ଼ ମୋଡ଼ି ପଡିଗଲେ ୫୮ବର୍ଷିୟା ମଡେଲ୍, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଆପଣମାନେ ମଡେଲମାନଙ୍କୁ ରାମ୍ପୱାକ କରିଥିବାର ନିଶ୍ଚୟ ଦେଖିଥିବେ। କୌଣସି ବଡ ବଡ ଫ୍ୟାସନ ଇଭେଣ୍ଟରେ ସମସ୍ତଙ୍କ ନଜର ରାମ୍ପରେ ଚାଲିଚାଲି ଆସୁଥିବା ମଡେଲଙ୍କ ଉପରେ ରହିଥାଏ। ତେବେ ରାମ୍ପରେ ଚାଲିବା ସମୟରେ ଆମେ ଅନେକ ସମୟରେ ଦେଖିଛେ ମଡେଲ୍ ମାନେ ହାଇ ହିଲ୍ ପିନ୍ଧିଥାନ୍ତି। କିନ୍ତୁ ବେଳେବେଳେ ଏହି ହିଲ୍ ପାଇଁ ମଡେଲମାନଙ୍କ ଗୋଡ଼ ମୋଡ଼ି ପଡି ଯାଇଥାଏ। ଯାହାଫଳରେ ସେମାନେ ତଳେ ପଡ଼ି ଯାଇଥାଆନ୍ତି। ଏଭଳି ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ନିକଟରେ ପେରିସରେ ଭାଲେଣ୍ଟିନୋର ସ୍ପ୍ରିଙ୍ଗ ୨୦୨୩ ସୋ’ ସମୟରେ ଏକ ସୁପରମଡେଲଙ୍କ ସହିତ ସମାନ ଘଟଣା ଘଟିଥିଲା। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମଡେଲଙ୍କ କ୍ୟାଟୱାକ ଭିଡିଓ ଏହି ଭାଇରାଲ ହେବାରେ ଲାଗିଛି। ରାମ୍ପରେ ଚାଲିବା ସମୟରେ ୫୮ବର୍ଷର ମଡେଲ୍ କ୍ରିଷ୍ଟନ ମ୍ୟାକମେନାମି ଭାଲେଣ୍ଟିନୋଙ୍କ ଷ୍ଟିଲେଟୋସ (ହାଏ ହିଲ୍ ଜୋତା)ରେ ଚାଲିପାରିଲେ ନାହିଁ , ଗୋଡ଼ମୋଡ଼ି ତ‌ଳେ ପଡ଼ି ଯାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

କ୍ରିଷ୍ଟନ୍ ମ୍ୟାକମେନାମି ଜଣେ ଆମେରିକୀୟ ସୁପରମୋଡେଲ । ନିକଟରେ ସେ ପ୍ୟାରିସରେ ଆୟୋଜିତ ଭାଲେଣ୍ଟିନୋ ସ୍ପ୍ରିଙ୍ଗ ଫ୍ୟାସନ ସୋ’ କ୍ୟାଟୱାକରେ ଭାଗ ନେଇଥିଲେ। ଏଥିରେ ସେ ହାଏହିଲ ପିନ୍ଧି ଚାଲୁଥିବା ବେଳେ ତାଙ୍କର ଗୋଡ଼ ମୋଡ଼ି ହୋଇଯାଇଥିଲା। ତେବେ ସେ ତଳେ ପଡ଼ିଯିବାରୁ ତାଙ୍କୁ ପାଖରେ ଥିବା ଦର୍ଶକମାନେ ଛଠାଇବାକୁ ବାହାରିଥିଲେ । କିନ୍ତୁ ସେ ରାଗରେ ତାଙ୍କ ପାଦରୁ ହିଲ ବାହାର କରି ହାତରେ ଧରି ମଞ୍ଚ ଉପରୁ ଚାଲି ଯାଇଥିଲେ। ଯାହାର ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି।

Leave A Reply

Your email address will not be published.