ବିବାହ ବନ୍ଧନରେ ବାନ୍ଧି ହେବେ ସୁନିଲ ସେଟ୍ଟୀଙ୍କ ତନୟ ତନୟା, କ୍ରିକେଟରଙ୍କୁ ବାହାହେବେ ଆଥିୟା

ବଲିବୁଡ ସୁପରଷ୍ଟାର ସୁନିଲ ସେଟ୍ଟୀଙ୍କ ଘରେ ବାଜିବ ସେହେନାଇ । ହେବ ଡବଲ ସେଲିବ୍ରେସନ । ଖବର ମୁତାବକ ୨୦୨୨ ହୋଇପାରେ ନିଉ କମର ଆକ୍ଟ୍ରେସ ତଥା ସୁନିଲଙ୍କ ଝିଅ ଆଥିୟାଙ୍କ ଗଠବନ୍ଧନ । ଏପଟେ ଆହାନ ମଧ୍ୟ ବିବାହ ବନ୍ଧନରେ ବାନ୍ଧିହେବେ । ଆଥିୟା ଜଣାଶୁଣା କ୍ରିକେଟର କେ ଏଲ ରାହୁଲ ସହ ଟାଇ ଅପ ହେଉଥିବା ବେଳେ ସେଇଠି ଆହାନ ମଧ୍ୟ ନିଜ ଗଲଫ୍ରେଣ୍ଡ ତାନ୍ୟାଙ୍କୁ ବିବାହ କରିବାକୁ ଚାହୁଛନ୍ତି । ଯାହା ଏହି ବର୍ଷ ହୋଇପାରେ । ନିଜ ପାଖ ଲୋକଙ୍କ କହିବା ଅନୁସାରେ ୨୦୨୨ରେ ହୋଇପାରେ ବିବାହ ।

ଆଥିୟା ଏବଂ କେଏଲ ରାହୁଲଙ୍କ ରିଲେସନସିପ କାଫି ପୂର୍ବରୁ ଚର୍ଚ୍ଚା ହେଉଛି । ପୂର୍ବ ବର୍ଷ ଆଥିୟାଙ୍କ ବର୍ଥଡେରେ କ୍ରିକେଟର କେଏଲ ରାହୁଲ ନିଜ ରିଲେସନକୁ ଇନଷ୍ଟାରେ ଅଫିସିଆଲି ଡିକ୍ଲାର କରିଥିଲେ । ଏହା ପରଠୁଆଥିୟା ମଧ୍ୟ ନିଜ ରିଲେସନକୁ ନେଇ ଓପନ ହୋଇଥିଲେ । ଯଦିଓ ଦୁହିଁଙ୍କୁ ନେଇ କାଫି ସମୟ ଧରି ଚର୍ଚ୍ଚା ହୋଇଥିଲା । ଖାଲି ଯାହା ଅପେକ୍ଷା ଥିଲା ଏହାକୁ ପବ୍ଲିକ କରିବାକୁ ନେଇ । ଏପଟେ ଉହାନ ସେଟ୍ଟୀ ମଧ୍ୟ ନିଜ ଗଲଫ୍ରେଣ୍ଡ ତାନ୍ୟାଙ୍କ ସହ ବହୁ ସମୟ ଧରି ରହିଛନ୍ତି ।

ଉହାନ ୨୦୨୧ରେ ବଲିବୁଡରେ ଫିଲ୍ମ ତଡପରୁ ଡେବ୍ୟୁ କରିଥିଲେ । ଯେଉଁଥିରେ ଉହାନ ଆକ୍ଟ୍ରେସ ତାରା ସୁତାରିଆଙ୍କ ସହ ନଜର ଆସିଥିଲେ । ଫିଲ୍ମରେ ଉହାନଙ୍କ ଆକ୍ଟିଙ୍ଗକୁ ପ୍ରଶଂସା ମଧ୍ୟ କରାଯାଇଥିଲା । ଫିଲ୍ମର ପ୍ରିମିୟରରେ ଉହାନ, ତାନ୍ୟା, ଆତିୟା, କେଏଲ ରାହୁଲ ଓ ସୁନିଲଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ନଜର ଆସିଥିଲେ ।