ଝିଅ ବାହାଘରକୁ ନେଇ ଇମୋସନାଲ୍‌ ସୁନିଲ୍‌ ସେଟ୍ଟୀ, ଆଥିୟା-କେଏଲ୍‌ ରାହୁଲଙ୍କର କରିବେ ଗ୍ରାଣ୍ଡ୍‌ ୱେଡିଂ…ଏମିତି କରୁଛନ୍ତି ପ୍ରସ୍ତୁତି

ରଣବୀର ଓ ଆଲିଆଙ୍କ ବିବାହ ପରେ ଏବେ ସୁନିଲ୍‌ ସେଟ୍ଟୀଙ୍କ ଝିଅ ଆଥିୟା ଓ କ୍ରିକେଟର କେଏଲ୍‌ ରାହୁଲଙ୍କ ବିବାହ ଚର୍ଚ୍ଚାରେ ରହିଛି। ମିଡିଆ ରିପୋର୍ଟ ମୁତାବକ, କପଲ୍‌ ଆସନ୍ତା ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ। ଯଦିଓ ବାହାଘରକୁ ନେଇ ବର୍ତ୍ତମାନ ଖବର ନିଶ୍ଚିତ ହୋଇନାହିଁ। କିନ୍ତୁ ରିପୋର୍ଟ ଅନୁସାରେ, ସୁନିଲ୍‌ ସେଟ୍ଟୀ ଏବେ ଝିଅର ବିବାହ ପ୍ରସ୍ତୁତିରେ ଖୁବ୍‌ ବ୍ୟସ୍ତ ଅଛନ୍ତି।

ଝିଅ ଆଥିୟାଙ୍କ ବିବାହକୁ ନେଇ ସୁନିଲ୍‌ ସେଟ୍ଟୀ ବହୁତ ଇମୋସନାଲ୍‌ ହୋଇଯାଇଛନ୍ତି। ଦୀର୍ଘ ଦିନ ପରେ ସେଟ୍ଟୀ ପରିବାରରେ ଏହା ପ୍ରଥମ ବିବାହ ହେବାକୁ ଯାଉଛି। ଏଥିପାଇଁ ସବୁ ବାପାଙ୍କ ପରି ସୁନିଲ୍‌ ମଧ୍ୟ ବିବାହରେ ସବୁ କିଛି ପରଫେକ୍ଟ ଚାହୁଁଛନ୍ତି। ଖବର ମୁତାବକ, ଅଭିନେତା ଏବେଠାରୁ ବିବାହ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କପଲ୍‌ଙ୍କର ଓ୍ଵିଣ୍ଟର େଓ୍ଵଡିଂ ହେବ। ଆଥିୟାଙ୍କ ବିଗ୍‌ ଡେ’ ପାଇଁ ସୁନିଲ୍‌ ବେଷ୍ଟ୍‍ ହୋଟେଲ, କ୍ୟାଟରର୍ସ ଏବଂ ଡିଜାଇନରମାନଙ୍କୁ ବୁକ୍‌ କରି ନେଇଛନ୍ତି।

ଆଥିୟା ଓ କେଏଲ୍‌ ରାହୁଲଙ୍କ ବିବାହ ଗ୍ରାଣ୍ଡ ଆଫେୟାର ହେବ। ଅନୁମାନ କରାଯାଉଛି ଯେ ଜୁହୁର ଏକ ପଞ୍ଚତାରକା ହୋଟେଲରେ ବିବାହ ଆୟୋଜନ କରାଯିବ। ଏଥିରେ ଇଣ୍ଡଷ୍ଟ୍ରୀର ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯିବ। କେବଳ ବଲିଉଡ୍‌ ନୁହେଁ, କେଏଲ୍‌ ରାହୁଲଙ୍କର ଘନିଷ୍ଠ କ୍ରିକେଟରମାନଙ୍କୁ ମଧ୍ୟ ବିବାହରେ ଡକାଯିବ। କୁହାଯାଉଛି, ଲମ୍ବା ସମୟ ପରେ ଇଣ୍ଡଷ୍ଟ୍ରୀରେ କୌଣସି ଗ୍ରାଣ୍ଡ େଓ୍ଵଡିଂ ଆଫେୟାର ହେବାକୁ ଯାଉଛି। ସୁନିଲ୍‌ ସେଟ୍ଟୀ ଚାହୁଁଛନ୍ତି ଯେ ସମସ୍ତେ ତାଙ୍କ ଝିଅର ବିବାହ ସମାରୋହ ଉପଭୋଗ କରନ୍ତୁ।

ସେପଟେ ଆଥିୟା ସେଟ୍ଟୀଙ୍କ ଜେଜେ, ଯିଏକି ଆଥିୟାଙ୍କର ଅତି ନିକଟତମ ଥିଲେ, ସେ ନାତୁଣୀର ବିବାହ ଦେଖିବାକୁ ଇଚ୍ଛା ରଖିଥିଲେ। ହେଲେ ତାଙ୍କର ଏହି ଇଚ୍ଛା ପୂରଣ ହୋଇପାରି ନ ଥିଲା। ସୁନିଲ୍‌ ସେଟ୍ଟୀ ବହୁତ ଇମୋସନାଲ୍‌ ଥିବାବେଳେ ବାପାଙ୍କ ଇଚ୍ଛାକୁ ପୂରା କରିବା ପାଇଁ ନିଜର ସମ୍ପୂର୍ଣ୍ଣ ପ୍ରଚେଷ୍ଟା ଜାରି ରଖିଛନ୍ତି। କହି ରଖୁଛୁ, ଆଥିୟା ଓ କେଏଲ୍‌ ରାହୁଲଙ୍କ ଯୋଡ଼ିକୁ ଫ୍ୟାନମାନେ ଖୁବ୍‌ ପସନ୍ଦ କରୁଛନ୍ତି।  ସୋସିଆଲ ମିଡିଆରେ ଦୁଇ ଜଣଙ୍କର ଏକାଠି ଫଟୋ ଏବଂ ଆଉଟିଙ୍ଗ୍‌ ଫଟୋଗୁଡ଼ିକ ଖୁବ୍‌ ଭାଇରାଲ ହୋଇଥାଏ।

ସେପଟେ ଦେଖିବାକୁ ଗଲେ, କିଛିଦିନ ତଳେ ରଣବୀର କପୁର ନିଜ ଗାର୍ଲଫ୍ରେଣ୍ଡ ଆଲିଆଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାନ୍ଦ୍ରା ଅଞ୍ଚଳରେ ଥିବା ବାସ୍ତୁ ବିଲ୍ଡିଂରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ବଲିଉଡର ଏହି କପଲ୍ ବିଗତ ୫ ବର୍ଷ ଧରି ପରସ୍ପରକୁ ଡେଟ୍ କରି ଆସୁଥିଲେ। ଦୁଇଜଣ ପାରମ୍ପରିକ ପଞ୍ଜାବୀ ଷ୍ଟାଇଲରେ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.