ଏକା ସାଙ୍ଗରେ ନଜର ଆସିବେ ନଓ୍ଵାଜୁଦ୍ଦିନ ଏବଂ ଆଥିୟା

ମୁମ୍ବାଇ : ଖୁବ ଶୀଘ୍ର ଏକା ସାଙ୍ଗରେ ନଜର ଆସିବାକୁ ଯାଉଛି ଏକ ମିକ୍ସ ମ୍ଯାଚ୍ ଯୋଡ଼ି। ଆଜ୍ଞା ହଁ ,ବଲିଉଡ଼ର ଭିଲିଆନ୍ ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ସହ ସ୍କ୍ରିନ୍ ସେୟାର କରିବେ ସୁନିଲ ସେଟ୍ଟୀ ତନୟା ଆଥିୟା ସେଟ୍ଟୀ । ଫିଲ୍ମ ମୋତିଚୁର ଚକନାଚୁରରେ ଏହି ଯୋଡି ଏକାଠି କାମ କରିବେ ନେଇ ସୂଚନା ରହିଛି। ଏହା ଏକ କମେଡି ଫିଲ୍ମ ।
ପୁରା କାହାଣୀ ବିବାହକୁ ନେଇ ପ୍ରସ୍ତୁତ ହେଇଛି । ଆଥିୟା ଏଥିରେ ଏକ ଛୋଟ ସହରର ଯୁବତୀ ଭୂମିକାରେ ଅଭିନୟ କରିବେ । ଏଥିପାଇଁ ସେ ଯୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଦେବମିତ୍ର ହସନ୍ ଫିଲ୍ମର ନିର୍ଦ୍ଦେଶନା ଦେବେ । ପୂର୍ବରୁ ଆଥିୟା ହିରୋ ଓ ମୁବାଁରକା ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଦୁଇଟି ଯାକ ଫିଲ୍ମ ବକ୍ସଅଫିସରେ ବିଶେଷ ସଫଳତା ପାଇପାରିନାହିଁ । ଏବେ ଆଥିୟା ମୋତିଚୁର ଚକନାଚୁର ନେଇ କାଫି ଏକ୍ସାଇଟେଡ୍ ଅଛନ୍ତି ।