ସଲମାନ ଦେଲେ Audi କାର ତ ବିରାଟ ଦେଲେ BMW, ଜାଣନ୍ତୁ କିଏ ଦେଲା ସବୁଠାରୁ ଦାମି ଉପହାର

ଚର୍ଚ୍ଚିତ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲ ୨୩ ଜାନୁଆରୀରେ ଦୁହେଁ ଦୁହିଁଙ୍କର ହାତ ଧରି ସାତ ଜନ୍ମ ପାଇଁ ଜୀବନ ସାଥି ହୋଇଛନ୍ତି। ଦୁହିଁଙ୍କ ବିବାହରେ ପରିବାର ଏବଂ କେତେ ଜଣ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି। ଜୀବନର ଏହି ନୂଆ ଯାତ୍ରାକୁ ଆରମ୍ଭ କରିବା ସମୟରେ ବଲିଉଡ ଏବଂ କ୍ରିକେଟ ଜଗତର ଅନେକ ତାରକା ତାଙ୍କୁ ଶୁଭକାମନା ଦେଇଛନ୍ତି। ମିଡିଆ ରିପୋର୍ଟ ମୁତାବକ ଉଭୟଙ୍କୁ ବିବାହରେ କୋଟି କୋଟି ଟଙ୍କା ଗିଫ୍ଟ ମିଳିଛି।

କିଏ ତାଙ୍କୁ ଲକ୍ଷାଧିକ ଟଙ୍କାର ପରଫ୍ୟୁମ ଗିଫ୍ଟ କରିଛି ତ ଆଉ କିଏ କୋଟି କୋଟି ଟଙ୍କାର କାର। ଆଜ୍ଞା ହଁ, ସୁନିଲ ସେଟ୍ଟିଙ୍କ ଝିଅ ଏବଂ ଜ୍ୱାଇଁକୁ ବିବାହରେ ବହୁତ ଦାମି ଜିନିଷ ଉପହାରରେ ମିଳିଛି। ସୁନିଲ ସେଟ୍ଟି ଝିଅ ଏବଂ ଜ୍ୱାଇଁଙ୍କୁ ମୁମ୍ବାଇରେ ଏକ ଆପାର୍ଟମେଣ୍‌ଟ ଗିଫ୍ଟ କରିଛନ୍ତି। ସଲମାନ୍‌ ଖାନ୍‌ ନିଜର ଖାସ୍‌ ବନ୍ଧୁର ଝିଅକୁ ବିବାହରେ Audi କାର ଗିଫ୍ଟ କରିଛନ୍ତି। ଯାହାର ଦାମ୍‌ ୧.୬୩ କୋଟି କୁହାଯାଉଛି।

ସେହିପରି ଜ୍ୟାକି ସ୍ରଫ ଏବଂ ସୁନିଲ ସେଟ୍ଟୀ ମଧ୍ୟ ବହୁତ ଭଲ ବନ୍ଧୁ। ସେଥିପାଇଁ ଜ୍ୟାକି ସ୍ରଫ ଆଥିୟାଙ୍କୁ ନିଜ ଝିଅ ମାନନ୍ତି। ସେ ଆଥିୟା ଏବଂ କେଏଲ ରାହୁଲଙ୍କୁ Chopard ର ଘଡି ଗିଫ୍ଟ କରିଛନ୍ତି। ଯାହା ୩୦ ଲକ୍ଷ ଟଙ୍କାର ବୋଲି କୁହାଯାଉଛି। ଅର୍ଜୁନ କପୁର ଏବଂ ଆଥିୟାଙ୍କ ଫ୍ରେଣ୍ଡସିପ୍‌ ସମସ୍ତଙ୍କୁ ଜଣା। ଏଥିପାଇଁ ଅର୍ଜୁନ ନିଜ ବନ୍ଧୁ ଆଥିୟାଙ୍କୁ ଡାଇମଣ୍ଡ ବ୍ରେସଲେଟ ଉପହାରରେ ଦେଇଛନ୍ତି। ଯାହାର ଦାମ ୧.୫ କୋଟି ଟଙ୍କାର ବୋଲି ଜଣାପଡିଛି।

rahulଆଥିୟା ସେଟ୍ଟି ଏବଂ କେଏଲ ରାହୁଲଙ୍କ ବିବାହ ସୁନିଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ହୋଇଛି। ବିବାହର ରିତିନୀତି ୨୧ ଜାନୁୟାରୀରୁ ଆରମ୍ଭ ହୋଇଥିବାବେଳେ ୨୩ ଜାନୁଆରୀରେ ବିବାହ ସମ୍ପନ୍ନ ହୋଇଛି। ଉଭୟ ଅନେକ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍‌ କରିବା ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଆଥିୟା ସେଟ୍ଟି ୨୦୧୯ରୁ କେଏଲ ରାହୁଲଙ୍କୁ ଡେଟ କରୁଥିଲେ। ଉଭୟ ନିଜର ରିଲେସନସିପ ବର୍ଷ ୨୦୨୨ରେ ଅଫିସିଆଲ କରିଦେଲେ। ଉଭୟ ସୋସିଆଲ ମିଡିଆରେ ଏକା ସାଥିରେ ଅନେକ ଫଟୋ ସେୟାର କରନ୍ତି। ଏହାବ୍ୟତୀତ ସେମାନେ ପ୍ରାୟ ସମୟରେ ଏକାଠି ନଜର ବି ଆସନ୍ତି। କେଏଲ ରାହୁଲ ଏବଂ ଆଥିୟାଙ୍କ ଭ୍ୟାକେସନର ଫଟୋ ବି ଇଣ୍ଟରନେଟରେ ଛାଇ ଯାଏ।

Leave A Reply

Your email address will not be published.