ମନୋରଂଜନ

ଆଥିୟାଙ୍କ ଜନ୍ମଦିନରେ ନିଜ ପ୍ରେମକୁ ପରିପ୍ରକାଶ କଲେ କେଏଲ୍‌ ରାହୁଲ, ସମ୍ପର୍କରେ ଲଗାଇଲେ ମୋହର; ଦେଖନ୍ତୁ ରୋମାଣ୍ଟିକ ଫଟୋ

ବଲିଉଡ୍‌ ଷ୍ଟାର ସୁନୀଲ ସେଟ୍ଟୀଙ୍କ ଜ୍ୱାଇଁ ହେବାକୁ ଯାଉଛନ୍ତି କ୍ରିକେଟର କେ ଏଲ୍‌ ରାହୁଲ। ସୁନୀଲଙ୍କ ଝିଅ ଆଥିୟାଙ୍କ ସହ ସମ୍ପର୍କ ଥିବା ନେଇ ରାହୁଲ ସ୍ପଷ୍ଟ କରିଛନ୍ତି। ଗତ କାଲି ଅର୍ଥାତ୍‌ ନଭେମ୍ବର ୫ରେ ଆଥିୟା ସେଟ୍ଟୀ ନିଜ ୨୯ତମ ଜନ୍ମଦିନ ପାଳନ କରିଛନ୍ତି। ଏ ଅବସରରେ କେ ଏଲ୍‌ ରାହୁଲ ସୋସିଆଲ ମିଡିଆରେ ଆଥିୟାଙ୍କ ସହ ଏକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଉଭୟେ ପରସ୍ପରକୁ କେତେ ଭଲ ପାଉଛନ୍ତି।

କେଏଲ୍‌ ରାହୁଲ ସୋସିଆଲ ମିଡିଆରେ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଆଥିୟା ଓ ରାହୁଲ ଏକାଠି ବସିଥିବା ଦେଖିବାକୁ ମଳିଛି। ଏହି ଫଟୋରେ ଉଭୟେ ମସ୍ତି ମଧ୍ୟ କରୁଛନ୍ତି। ଫଟୋ ସେୟାର କରି କ୍ୟାପ୍‌ସନ୍‌ରେ କେ ଏଲ୍‌ ରାହୁଲ ଲେଖିଛନ୍ତି- ହାପି ବର୍ଥ ଡେ’ ମାଇ ଲଭ୍‌। ଏହି କ୍ୟାପ୍‌ସନ୍‌ରେ ରାହୁଲ ଏକ ହାର୍ଟ ସିମ୍ବଲ ବି ଦେଇଛନ୍ତି। କେ ଏଲ୍‌ ରାହୁଲଙ୍କର ଏହି ଫଟୋରେ ସୁନୀଲ ସେଟ୍ଟୀ ଓ ଅହାନ ସେଟ୍ଟୀ ମଧ୍ୟ କମେଣ୍ଟରେ ହାର୍ଟ ଇମୋଜି ଦେଇଛନ୍ତି। ତେବେ ରାହୁଲଙ୍କର ଏହି ପୋଷ୍ଟରେ ଆଥିୟା ମଧ୍ୟ ରିପ୍ଲାଏ କରିଛନ୍ତି। ସେ କମେଣ୍ଟରେ ହ୍ଵାଇଟ୍‌ ହାର୍ଟ ଓ ଗ୍ଲୋବାଲ ଓ୍ଵାର୍ଲ୍ଡ ଇମୋଜି ଦେଇଛନ୍ତି।

ରାହୁଲଙ୍କର ଏହି ପୋଷ୍ଟରେ ଟାଇଗର ଶ୍ରଫ୍‌ ଓ କୃଷ୍ଣା ଶ୍ରଫ ମଧ୍ୟ କମେଣ୍ଟ କରିଛନ୍ତି। ଅନୁଷ୍କା ଶର୍ମା ମଧ୍ୟ ଏହି ପୋଷ୍ଟର କମେଣ୍ଟରେ ଏକ ହାର୍ଟ ଦେଇଛନ୍ତି। ଏଥିସହ ସାଥୀ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ସାନିଆ ମିର୍ଜା, ସାୟାମୀ ଖେର ପ୍ରମୁଖ ସେଲିବ୍ରିଟି ମଧ୍ୟ ଏହି ପୋଷ୍ଟରେ କମେଣ୍ଟ ଓ ଲାଇକ୍‌ କରିଛନ୍ତି।

ପୂର୍ବରୁ ମଧ୍ୟ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀଙ୍କୁ ଏକାଠି ଅନେକ ସ୍ଥାନରେ ଦେଖିବାକୁ ମିଳିଛି। କିନ୍ତୁ ପୂର୍ବରୁ କେହି ବି ଏହି ସମ୍ପର୍କ ବିଷୟରେ ମୁହଁ ଖୋଲି କିଛି କହିନଥିଲେ। କିନ୍ତୁ ଆଥିୟାଙ୍କ ଜନ୍ମଦିନରେ କେ ଏଲ୍‌ ରାହୁଲ ସ୍ପଷ୍ଟ କରିଛନ୍ତି ଯେ ସେ ଓ ଆଥିୟା ରିଲେସନ୍‌ସିପ୍‌ରେ ଅଛନ୍ତି।

WCW 11

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

3 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

16 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

16 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago