ପାପାରାଜିଙ୍କୁ ଦେଖି ଓଢ଼ଣୀରେ ବେବି ବମ୍ପ୍ ଲୁଚାଇଲେ ଆଥିୟା ସେଟ୍ଟି, ବହୁତ ଜଲଦି ହେବେ ମା’

ସୁନିଲ ସେଟ୍ଟିଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଟ୍ଟି ଗତ ବର୍ଷ ଜାନୁୟାରୀରେ କ୍ରିକେଟର କେଏଲ୍ ରାହୁଲଙ୍କୁ ବିବାହ କରିଥିଲେ । ଏବେ ଏହି ଯୋଡ଼ି ବହୁତ ଜଲଦି ପ୍ୟାରେଣ୍ଟସ୍ ହେବାକୁ ଯାଉଛନ୍ତି । ନିକଟରେ କପଲ୍ ପ୍ରେଗନାନ୍ସି ଆନାଉନ୍ସମେଣ୍ଟ କରିଥିଲେ । ପ୍ରେଗନାନ୍ସି ଆନାଉନ୍ସମେଣ୍ଟ ପରେ ଆଜି ପ୍ରଥମ ଥର ପାଇଁ ଆଥିୟାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରାଯାଇଛି ।

ଆଜି ସକାଳେ ଆଥିୟା ବହୁତ ସାଦାସିଧା ଅନ୍ଦାଜରେ ଏୟାରପୋର୍ଟରେ ନଜର ଆସିଥିଲେ । ଅଭିନେତ୍ରୀ ଏହି ସମୟରେ କଟନ ସୁଟ୍ ପିନ୍ଧିଥିଲେ ଏବଂ ମ୍ୟାଚିଙ୍ଗ୍ ଦୁପଟ୍ଟା ପକାଇଥିଲେ । ସେ ନୋ ମେକଅପ୍ ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ ।

ଖାସ୍ କଥା ହେଉଛି, ଆଥିୟା ପ୍ରେଗନାନ୍ସି ଆନାଉନ୍ସମେଣ୍ଟ ପରେ ପ୍ରଥମ ଥର ସର୍ବସାଧାରଣରେ ସ୍ପଟ୍ ହୋଇଛନ୍ତି । ଏୟାରପୋର୍ଟରେ ଚାଲି ଚାଲି ଯାଉଥିବା ବେଳେ ସେ ପାପାରାଜିଙ୍କ ଆଡ଼କୁ ଚାହିଁ ନ ଥିଲେ । ଏହି ସମୟରେ ସେ ଓଢ଼ଣୀରେ ନିଜ ବେବି ବମ୍ପ୍ ଲୁଚାଉ ଥିବାର ନଜର ଆସିଥିଲେ । ଅଭିନେତ୍ରୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବିବାହର ଦେଢ଼ ବର୍ଷ ପରେ ଆଥିୟା ମା’ ହେବାକୁ ଯାଉଛନ୍ତି । ସ୍ୱାମୀ କେଏଲ୍ ରାହୁଲଙ୍କ ସହ ସେ ଏକ ଜଏଣ୍ଟ ପୋଷ୍ଟରେ ନିଜର ପ୍ରେଗନାନ୍ସି ବିଷୟରେ ଘୋଷଣା କରିଥିଲେ । ଏହି ପୋଷ୍ଟରେ ଲେଖା ଯାଇଥିଲା, ‘ଆମର ସୁନ୍ଦର ଆଶୀର୍ବାଦ ବହୁତ ଜଲଦି ଆସୁଛି’ । ପୋଷ୍ଟରେ ଛୋଟ ଶିଶୁର ପାଦ ଚିହ୍ନ ଥିବା ଇମୋଜି ଦିଆଯାଇଥିଲା । ଏହାସହିତ ୨୦୨୫ ଲେଖା ହୋଇଥିଲା ।

ଆଥିୟା ୧୯୯୨ ନଭେମ୍ବର ୫ରେ ମୁମ୍ବାଇରେ ଜନ୍ମ ହୋଇଥିଲେ । ସେ ନ୍ୟୁୟର୍କ ଫିଲ୍ମ ଏକାଡେମୀରୁ ଆକ୍ଟିଂ କୋର୍ସ କରିଛନ୍ତି । ୨୦୧୫ରେ ହିରୋ ଫିଲ୍ମରୁ ଆଥିୟା ବଲିଉଡ୍ ଡେବ୍ୟୁ କରିଥିଲେ ।

You might also like