କର୍ଣ୍ଣାଟକରେ କୈଳାଶ ଖେରଙ୍କ ଉପରେ ଆକ୍ରମଣ; ହମ୍ପି ଉତ୍ସବରେ ଅନୁରୋଧର ଗୀତ ନ ଗାଇବାରୁ ଦର୍ଶକ ଫିଙ୍ଗିଲେ ପାଣି ବୋତଲ
କର୍ଣ୍ଣାଟକରେ ଆୟୋଜିତ ହମ୍ପି ଉତ୍ସବ ସମୟରେ ବଲିଉଡ୍ର ଲୋକପ୍ରିୟ ଗାୟକ କୈଳାଶ ଖେରଙ୍କୁ ପାଣି ବୋତଲ ଫିଙ୍ଗାଯାଇଛି। କୈଳାଶ ଖେର ଉତ୍ସବ ସମୟରେ ଷ୍ଟେଜ୍ ଉପରେ ଥିଲେ। ସେ ଗୀତ ଗାଉଥିବା ବେଳେ ହଠାତ୍ ଦର୍ଶକଙ୍କ ପଟୁ କେହି ଜଣେ କୈଳାଶଙ୍କ ଉପରକୁ ପାଣି ବୋତଲ ଫିଙ୍ଗିଥିଲେ। ଯଦିଓ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମୀମାନେ କୈଳଶଙ୍କୁ ବୋତଲ ଫିଙ୍ଗିଥିବା ଅଭିଯୁକ୍ତ ଦ୍ୱୟଙ୍କୁ କାବୁ କରି ନେଇଥିଲେ।
ମିଳିଥିବା ସୂଚନା ଅନୁସାରେ, ଲୋକପ୍ରିୟ ଗାୟକ କୈଳାଶ ଖେରଙ୍କ ଷ୍ଟେଜ୍ ପରଫର୍ମାନ୍ସ ସମୟରେ ଦର୍ଶକ ଗ୍ୟାଲେରୀରେ ଥିବା ଦୁଇ ଯୁବକ ତାଙ୍କୁ କନ୍ନଡ଼ ଗୀତ ଗାଇବାକୁ ଅନୁରୋଧ କରିଥିଲେ ଏବଂ ଯେତେବେଳେ ସେ କନ୍ନଡ଼ରେ ଗୀତ ଗାଇ ନ ଥିଲେ, ତ ଯୁବକଦ୍ୱୟ ରାଗି ଯାଇଥିଲେ, ଯାହାଫଳରେ ସେମାନେ କ୍ରୋଧାନ୍ଵିତ ହୋଇ ଷ୍ଟେଜ୍ ଉପରେ ଥିବା କୈଳାଶଙ୍କ ଉପରକୁ ପାଣି ବୋତଲ ମାଡ଼ କରିଥିଲେ। ଏହି ଘଟଣା ପରେ ବୋତଲ ପିଙ୍ଗିଥିବା ଦୁଇ ଯୁବକଙ୍କୁ ପୋଲିସ କାବୁ କରି ଥାନାରେ ଅଟକ ରଖିଛି।
Hampi utsava 2023#armaanmalik #HampiUtsav2023 #kreativemarketer@ArmaanMalik22 @talesarakhushi pic.twitter.com/tbAjsw6bZP
— Kreative Marketer (@talesarakhushi) January 29, 2023
କହି ରଖୁଛୁ, ପ୍ରତିବର୍ଷ ଏଠାରେ ବିଜୟ ଉତ୍ସବ ରୂପେ ହମ୍ପି ଉତ୍ସବର ଆୟୋଜନ କରାଯାଇଥାଏ। ଏଥର ମଧ୍ୟ ଏହି ଉତ୍ସବ ୨୭ ଜାନୁୟାରୀରୁ ଆରମ୍ଭ ହୋଇଥିଲା। ଏହି ତିନି ଦିନିଆ ଉତ୍ସବର ସମାପନ ୨୯ ଜାନୁୟାରୀ ସନ୍ଧ୍ୟାରେ ଥିଲା। ରବିବାର ଉଦ୍ଯାପନୀ ସମାରୋହରେ କୈଳାଶ ଖେର ଏଠାରେ ନିଜ ଗୀତର ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ, ହଠାତ୍ ଭିଡ଼ ଭିତରୁ ଦୁଇ ଯୁବକ ତାଙ୍କ ଉପରକୁ ବୋତଲ ମାଡ଼ କରିଥିଲେ।