ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲିଙ୍କୁ ଆକ୍ରମଣ ! ପୀଡ଼ିତାଙ୍କୁ ବଞ୍ଚାଇବାକୁ ଯାଇ ଭାଙ୍ଗିଲା ହାତ

ବଲିଉଡ୍ ଷ୍ଟାର୍ ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ତଥା ଅଭିନେତ୍ରୀ ସୋମି ଅଲିଙ୍କୁ ନେଇ ଏକ ଶକିଙ୍ଗ୍ ଖବର ସାମ୍ନାକୁ ଆସିଛି । ଖବର ମୁତାବକ, ସୋମି ଅଲିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କୁ ଶକ୍ତ ଆଘାତ ଲାଗିଛି । ସୋସିଆଲ ଆକ୍ଟିଭିଷ୍ଟ ସୋମି ମାନବ ଚାଲାଣର ଶିକାର ହେଉଥିବା ଜଣେ ମହିଳାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଉପରେ ଆଟାକ୍ କରାଯାଇଥିଲା ।

ଅଭିନେତ୍ରୀ ନିଜେ ଏ କଥା ଖୁଲାସା କରିଛନ୍ତି । ବର୍ତ୍ତମାନ ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତାଙ୍କ ହାତ ଭାଙ୍ଗିଯାଇଛି । ତାଙ୍କ ଶରୀରର ଅନେକ ଜାଗାରେ ଆଘାତ ମଧ୍ୟ ଲାଗିଛି । ସୋମି କହିଛନ୍ତି, ମୁଁ ପୀଡ଼ିତମାନଙ୍କୁ ଉଦ୍ଧାର କରିବାରେ ପୋଲିସ ସହ ମିଶି କାମ କରୁଛି ।

ସେ କହିଛନ୍ତି କି, ଗତ ୧୭ ବର୍ଷ ଧରି ସେ ‘ନୋ ମୋର୍ ଟିୟର୍ସ’ ଅଭିଯାନ ଚଳାଇଛନ୍ତି । ଏହି ସମୟ ମଧ୍ୟରେ ଏହା ହେଉଛି ତାଙ୍କ ଉପରେ ୯ମ ଆକ୍ରମଣ । ପୀଡ଼ିତା ଏବଂ ମାନବ ଚାଲାଣକାରୀଙ୍କୁ ଏକସାଥୀରେ ସେ ଘଟଣାସ୍ଥଳରେ ଅପେକ୍ଷା କରିଥିଲେ । ପୀଡ଼ିତା ବିଲକୁଲ ବି ଜାଣି ନ ଥିଲେ ଯେ ସେ ଯେଉଁ ଘରକୁ କାମ କରିବାକୁ ଯାଉଛନ୍ତି, ସେଠାରେ ମାନବ ଚାଲାଣକାରୀ ଅଛନ୍ତି । ଏମିତିରେ ସେ ନିଜ କାରରୁ ଓହ୍ଲାଇ ପଡ଼ିଥିଲେ । ଏହି ସମୟରେ ସେଠାରେ ମାନବ ଚାଲାଣକାରୀ ପହଞ୍ଚି ଯାଇଥିଲେ । ସେମାନେ ତାଙ୍କ ହାତକୁ ମୋଡ଼ି ଦେଇଥିଲେ, ଯାହାଫଳରେ କି ତାଙ୍କ ବାମ ହାତ ଭାଙ୍ଗିଯାଇଛି ।

ସୋମି କହିଛନ୍ତି, ସୌଭାଗ୍ୟବଶତଃ ତାଙ୍କୁ ଅଧିକ ଆଘାତ ଲାଗିନାହିଁ । ତଥାପି ସେ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ବିଛଣାରେ ପଡ଼ି ରହିଛନ୍ତି । ସୁସ୍ଥ ହେବାକୁ ତାଙ୍କୁ ୬ରୁ ୮ ସପ୍ତାହ ସମୟ ଲାଗିବ । ତାଙ୍କ ବାମ ହାତକୁ ସେ ହଲାଇପାରୁ ନାହାନ୍ତି । ତାଙ୍କ ହାତରେ ପ୍ଲାଷ୍ଟର ପଡ଼ିଛି । ଏବେ ତାଙ୍କୁ କେବଳ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ସୋମି କହିଛନ୍ତି ।

You might also like