ଅଭିନେତା ହେଲେ ଡେଭିଡ୍ ୱାର୍ଣ୍ଣର, ମାର୍ଚ୍ଚ ୨୮ରେ ସାଉଥ ଫିଲ୍ମ ହେବ ରିଲିଜ୍

ଅଷ୍ଟ୍ରେଲିଆ କ୍ରିକେଟ ଦଳର ଦମଦାର ଖେଳାଳି ହେଉଛନ୍ତି ଡେଭିଡ ୱାର୍ଣ୍ଣର । ଯାହାଙ୍କ ବ୍ୟାଟ୍ ଦେଖି ସାରା ବିଶ୍ୱର ବୋଲରମାନେ ଭୟ କରନ୍ତି । ଡେଭିଡ୍ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ସହିତ ଆଇପିଏଲରେ ମଧ୍ୟ ନିଜର ବ୍ୟାଟିଂ ଦକ୍ଷତା ପ୍ରମାଣିତ କରିଛନ୍ତି । ଗତ ବର୍ଷ ଡେଭିଡ୍ ୱାର୍ଣ୍ଣର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ବର୍ତମାନ ଡେଭିଡ୍ ୱାର୍ଣ୍ଣର ଅଭିନୟ ଜଗତରେ ନିଜର ଦମ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି । ସେ ଖୁବ୍ ଶୀଘ୍ର ଏକ ଦକ୍ଷିଣ ଭାରତୀୟ ଫିଲ୍ମରେ ନଜର ଆସିବେ ।

ଏହି ଫିଲ୍ମରେ ଡେଭିଡ୍ ବଲିଉଡ୍ ଷ୍ଟାର କାର୍ତ୍ତିକ ଆର୍ଯ୍ୟନଙ୍କ ନାୟିକାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ଦେଖାଯିବେ ।  କ୍ରିକେଟ ଜଗତର ଏହି ଷ୍ଟାର ଖେଳାଳି ଏବେ ଗ୍ଲାମର ଦୁନିଆରେ ନିଜର ଏକ ପରିଚୟ ତିଆରି କରିବାକୁ ଯାଉଛନ୍ତି । ଡେଭିଡ୍ ପୂର୍ବରୁ ଏସ୍ ଏସ୍ ରାଜାମୌଲିଙ୍କ ସହିତ ଏକ ବିଜ୍ଞାପନ ସୁଟିଂ କରି ସାରିଛନ୍ତି ।  କାର୍ତ୍ତିକ ଆର୍ଯ୍ୟନଙ୍କ ନାୟିକାଙ୍କ ସହ କାମ କରିବେ ।

ଗତ ବର୍ଷ ଡେଭିଡ୍ ୱାର୍ଣ୍ଣର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ।   ଡେଭିଡ୍ ଖୁବ୍ ଶୀଘ୍ର ଏକ ଦକ୍ଷିଣ ଭାରତୀୟ ଫିଲ୍ମରେ ନଜର ଆସିବେ ।  ଏହି ଫିଲ୍ମରେ ଡେଭିଡ୍ ବଲିଉଡ୍ ଷ୍ଟାର କାର୍ତ୍ତିକ ଆର୍ଯ୍ୟନଙ୍କ ନାୟିକାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ଦେଖାଯିବେ ।  କ୍ରିକେଟ ଜଗତର ଏହି ଷ୍ଟାର ଖେଳାଳି ଏବେ ଗ୍ଲାମର ଦୁନିଆରେ ନିଜ ପାଇଁ ଏକ ନାମ କରିବାକୁ ଚାହୁଁଛନ୍ତି ।   ଡେଭିଡ୍ ୱାର୍ଣ୍ଣର ତେଲୁଗୁ ଫିଲ୍ମ ରବିନ୍ ହୁଡ୍ ରେ କାମ କରିଛନ୍ତି ।

ତେବେ ଡେଭିଡଙ୍କ ଚରିତ୍ର ବିଷୟରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ ।  ଡେଭିଡ୍ ଏବେ ଏହି ସିନେମାରେ ଶ୍ରୀଲୀଲାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ଦେଖିବାକୁ ମିଳିବ । ଶ୍ରୀଲୀଲା କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ଆଶିକି ଥ୍ରୀ  ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମଟି ଚଳିତ ମାସ ୨୮ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମଟି ଭେଙ୍କି କୁଡୁମୁଲାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ଏବଂ ଭେନେଲା କିଶୋର, ଶ୍ରୀଲିଲା ଏବଂ ଲାଲ ଭଳି ଅଭିନେତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଡେଭିଡ୍ ୱାର୍ଣ୍ଣର ଅଷ୍ଟ୍ରେଲିଆ କ୍ରିକେଟ ଦଳର ଜଣେ ଶକ୍ତିଶାଳୀ ଖେଳାଳି ରହିଆସିଛନ୍ତି । ପ୍ରାୟ ୧୫ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଜଗତରେ ଦମଦାର ପ୍ରଦର୍ଶନ କରିଛନ୍ତି । ବର୍ତମାନ ସେ କ୍ରିକେଟରୁ ଅବସର ନେଇସାରିଛନ୍ତି । ଡେଭିଡ୍ ଭାରତ ଦ୍ୱାରା ବହୁତ ପ୍ରଭାବିତ ଏବଂ ପ୍ରାୟତଃ ଭାରତୀୟ ଗୀତରେ ରିଲ୍ ତିଆରି କରନ୍ତି । ଡେଭିଡଙ୍କର ଭାରତୀୟ ଖେଳାଳିମାନଙ୍କ ସହିତ ମଧ୍ୟ ଏକ ଦୃଢ଼ ସମ୍ପର୍କ ଅଛି । ଏବେ ଦେଖିବାକୁ ବାକି ରହିଲା ଯେ ଡେଭିଡ୍ ୱାର୍ଣ୍ଣର ଏହି ଫିଲ୍ମରେ କେତେ ପ୍ରଭାବ ପକାଇ ପାରିବେ ।

Also read : ମୁମ୍ବାଇ ଗଳିରେ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ ୱାର୍ଣ୍ଣର, ପିଲାଙ୍କ ସହ ଖେଳିଲେ କ୍ରିକେଟ୍