ଟିଭି ଇଣ୍ଡଷ୍ଟ୍ରୀର ବାଳିକା ବଧୂ ଫେମ ଅବିକା ଗୌର ହସପିଟାଲରେ ଆଡମିଟ୍ ହୋଇଛନ୍ତି । ଅବିକାଙ୍କ ସ୍ବାମୀ ମିଲିନ୍ଦ ଚନ୍ଦୱାନୀ ଲାଇଭ ଆସି ଅଭିନେତ୍ରୀ ହେଲ୍ଥ ସୂଚନା ଦେଇଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ । ଅବିକାଙ୍କ ସ୍ବାମୀ ମିଲିନ୍ଦ କହିଛନ୍ତି କି, ଅବିକାଙ୍କୁ ଜ୍ବର ହୋଇଛି ଏବଂ ତାଙ୍କର ଡେଙ୍ଗୁ ରିପୋର୍ଟ ପଜେଟିଭ ଆସିଛି ।
ଅବିକା ଗୌରଙ୍କ ସ୍ବାମୀ ମିଲିନ୍ଦି ଚନ୍ଦୱାନୀ ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅବିକାଙ୍କ ଅବସ୍ଥା ଠିକ୍ ନୁହେଁ, ରୋଗାଗ୍ରସ୍ତ ରହିଛନ୍ତି । ଜ୍ବରରେ ପଡ଼ିବା ସହିତ ନିଜର କାମ ଛାଡିନାହାନ୍ତି । ଲଗାତାର ନିଜ ପ୍ରୋଜେକ୍ଟରେ କାମ କରୁଛନ୍ତି । ତେଣୁ ସ୍ବାମୀ ଏହାକୁ ନେଇ ବେଶ୍ ଗର୍ବିତ ।
ମିଲିନ୍ଦ ଚନ୍ଦୱାନୀ ଭିଡିଓ ସେୟାର କରି କହିଛନ୍ତି, ଅବିକା ଗୌର ଗତ ରାତିରେ ହସପିଟାଲରେ ଆଡମିଟ୍ ହୋଇଛନ୍ତି । ଗତ ୫ ଦିନ ହେଲାଣି ୧୦୪ ଡିଗ୍ରୀ ଜ୍ବରରେ ପୀଡିତ ରହିଛନ୍ତି । ଏହା ସତ୍ତ୍ବେ ମଧ୍ୟ ନିଜ ପ୍ରୋଜେକ୍ଟରେ କାମ କରୁଛନ୍ତି । ଯାହାର ଏବେ ସୁଟିଂ ଚାଲିଛି । ମିଲିନ୍ଦଙ୍କ କହିବା ମୁତାବକ, ଜ୍ବର ହେବା ସତ୍ତ୍ବେ ଅବିକା ଏକ ବିଜ୍ଞାପନ ସୁଟ୍ ପାଇଁ ଦିଲ୍ଲୀ ଯାଇଛନ୍ତି । ଏଠାରେ ଯିବା ପୂର୍ବରୁ ନିଜର ଟେଷ୍ଟ କରିଥିଲେ । କିନ୍ତୁ ମୁମ୍ବାଇ ଫେରିବା ପରେ ତାଙ୍କ ରିପୋର୍ଟରେ ଡେଙ୍ଗୁ ହୋଇଥିବା ଜଣାପଡିଥିଲା ।
ତେବେ ଅବିକାଙ୍କ କାମ ପ୍ରତି ସମର୍ପଣ ଦେଖି ସ୍ବାମୀ ଏବଂ ଫ୍ୟାନ୍ସ ପ୍ରଶଂସା କରିଛନ୍ତି । ଅବିକାଙ୍କ କାମକୁ ନେଇ ମିଲିନ୍ଦ ପ୍ରଶଂସା କରିବା ସହିତ ଅବିକାଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ କହିଛନ୍ତି ।
Also Read : Mithun Chakraborty: ହସ୍ପିଟାଲରେ ଲୋକପ୍ରିୟ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ, ଭେଟିଲେ ଶୁଭେନ୍ଦୁ ଅଧିକାରୀ