ଅବନୀତ୍ କୌରଙ୍କ ଉପରେ ଲଗିଲା ଠକେଇ ଅଭିଯୋଗ, ଜାଣନ୍ତୁ ପୂରା ମାମଲା

ବର୍ତ୍ତମାନ ମନୋରଞ୍ଜନ ଜଗତରେ ଅବନୀତ୍ କୌରଙ୍କୁ ଏକ ଭଲ ପରିଚୟ ମିଳିଛି । ତେବେ ଅବନୀତ୍‌ ୨୦୨୩ରେ ବଲିଉଡରେ ଡେବ୍ୟୁ କରିଛନ୍ତି । ଏହା ପରେ ସେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିବା ସହିତ ସେ ଟିଭି ଦୁନିଆରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛନ୍ତି । ଅବନୀତ୍‌ ନିଜର ପ୍ରଫେସ୍‌ନାଲ ଏବଂ ପର୍ସନାଲ ଲାଇଫ୍‌ ପାଇଁ ହେଡଲାଇନରେ ରୁହନ୍ତି । କିନ୍ତୁ ବର୍ତ୍ତମାନ ଅନ୍ୟ ଏକ କାରଣ ପାଇଁ ସେ ସମ୍ବାଦରେ ଅଛନ୍ତି । ତେବେ ଏକ ଜୁଏଲାରୀ ବ୍ରାଣ୍ଡ ତାଙ୍କ ଉପରେ ଠକେଇ ଅଭିଯୋଗ କରିଛି । ଏହି ଜୁଏଲାରୀ ବ୍ରାଣ୍ଡ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ସମ୍ବନ୍ଧରେ ପ୍ରମାଣ ସହିତ କିଛି ପୋଷ୍ଟ ସେୟାର କରିଛନ୍ତି ଏବଂ ଅଭିନେତ୍ରୀଙ୍କ ଉପରେ ଠକେଇ ଅଭିଯୋଗ କରିଛନ୍ତି ।

ଜୁଏଲାରୀ ବ୍ରାଣ୍ଡ ଏହାର ଇନଷ୍ଟାଗ୍ରାମରେ ଏକ ଲମ୍ବା ଚାଟ୍‌ ପୋଷ୍ଟ ସେୟାର କରି ଅଭିନେତ୍ରୀଙ୍କ ଉପରେ ‘ଶୋଷଣ’ର ଅଭିଯୋଗ ଲାଗାଇଛନ୍ତି । ଏଥିରେ ଉଲ୍ଲେଖ ଅଛି ଯେ ଅଭିନେତ୍ରୀ ତାଙ୍କ ବ୍ରାଣ୍ଡର ଅଳଙ୍କାରର ଫଟୋ ସେୟାର କରିବା ସମୟରେ ତାଙ୍କ ବ୍ରାଣ୍ଡକୁ କ୍ରେଡିଟ୍‌ ଦେବେ, କିନ୍ତୁ ଅନେକ ଥର କହିବା ପରେ ମଧ୍ୟ ଅଭିନେତ୍ରୀ ତାଙ୍କ ବ୍ରାଣ୍ଡକୁ କ୍ରେଡିଟ୍‌ ଦେଇନଥିଲେ । ଏପରି ଭାବେ ଜୁଏଲାରୀ ବ୍ରାଣ୍ଡ ଅଭିନେତ୍ରୀଙ୍କ ସହ କଥାବାତ୍ତାର ଏକ ସ୍କ୍ରିନସଟ ମଧ୍ୟ ସେୟାର କରିଛି ।

ଏହି ପୋଷ୍ଟରେ ବ୍ରାଣ୍ଡ ତରଫରୁ ଏକ ଚାଟ୍‌ ସ୍କ୍ରିନସଟ ସେୟାର କରାଯାଇଛି, ଯେଉଁଥିରେ ‘ଅଭିନେତ୍ରୀ ଅବନୀତ୍ କୌର ୟୁରୋପ ଗସ୍ତ ପାଇଁ ଆମ ବ୍ରାଣ୍ଡ RANG ରୁ ଅଳଙ୍କାର କିଣିଛନ୍ତି । ତାଙ୍କ ଷ୍ଟାଇଲିଷ୍ଟଙ୍କ ସହ ଆମର କଥାବର୍ତ୍ତା ହୋଇଥିଲା । ଆମର ଜୁଏଲାରୀ ପିନ୍ଧିବା ପରେ ମଧ୍ୟ ଅବନୀତ୍‌ ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟରେ RANG ଟ୍ୟାଗ୍ କରିବାକୁ ରାଜି ହୋଇଥିଲେ । ତେବେ ଜୁନ୍ ୨୯,୨୦୨୪ ରେ, ଆମେ ତାଙ୍କୁ ୯ ଟି ଜୁଏଲାରୀ ଅଭିନେତ୍ରୀଙ୍କୁ ଡବଲ୍ ଫ୍ଲୋରାଲ୍ କାନଫୁଲ, ମୋଡ଼ାଯାଇଥିବା ଲୁପ୍ ହ୍ୟାଣ୍ଡକଫ୍ ବ୍ରେସଲେଟ୍ ଏବଂ କାନଫୁଲ ଦେଇଥିଲୁ । ଏହି ବିଶ୍ୱାସରେ କି ସେ ତାଙ୍କ ଦେଇଥିବା କଥା ପୂରା କରିବେ ।

‘ତାଙ୍କର ଏକ ମାସର ୟୁରୋପ ଛୁଟି ସମୟରେ ଅବନୀତ୍‌ ପ୍ରାୟ ୭ ଥର ଆମ ଅଳଙ୍କାର ପିନ୍ଧିଥିଲେ । କିନ୍ତୁ ସେ କେବଳ ତାଙ୍କ ପୋଷ୍ଟରେ ଲଗଜୁରୀ ବ୍ରାଣ୍ଡ ବିଷୟରେ ଉଲ୍ଲେଖ କରିଥିଲେ । ଯେତେବେଳେ ଅବନୀତ୍‌ ତାଙ୍କର ପ୍ରଥମ ପୋଷ୍ଟରେ ଆମର ବ୍ରାଣ୍ଡକୁ ଟ୍ୟାଗ୍ କରିନଥିଲେ । ଏହା ପରେ ଆମେ ତାଙ୍କ ଷ୍ଟାଇଲିଷ୍ଟ ସହିତ ଯୋଗାଯୋଗ କରିଥିଲୁ । ତପରେ ତାଙ୍କ ଷ୍ଟାଇଲିଷ୍ଟ କହିଛନ୍ତି ଯେ ସେ ଅବନୀତଙ୍କ ସହ କଥା ହୋଇଥିଲେ, ଯିଏ ଆମ ବ୍ରାଣ୍ଡକୁ ଅଲଗା ପୋଷ୍ଟରେ ଅନ୍ୟ ପୋଷାକ ସହିତ କ୍ରେଡିଟ୍‌ ଦେବାକୁ ରାଜି ହୋଇଥିଲେ । ଏହା ପରେ ମଧ୍ୟ ଅବନୀତ ପୁଣି ପୋଷ୍ଟ ସେୟାର କରିଥିଲେ, କିନ୍ତୁ କ୍ରେଡିଟ୍‌ ଦେଇନଥିଲେ । ତା’ପରେ ଆମେ ପୁଣି ଥରେ ଷ୍ଟାଇଲିଷ୍ଟକୁ ମ୍ୟାସେଜ୍‌ କଲୁ କାହିଁକି ଅବନୀତ୍‌ ଦେବେ ବୋଲି କହି କ’ଣ ପାଇଁ ଦେଇନାହାନ୍ତି । ଏହା ପରେ ମଧ୍ୟ ଅବନୀତ୍ କୌର ଏହି ଜୁଏଲାରୀ ବ୍ରାଣ୍ଡକୁ କ୍ରେଡିଟ୍‌ ଦେଇନାହାନ୍ତି । ଯାହାଫଳରେ ଜୁଏଲାରୀ ବ୍ରାଣ୍ଡର ଲୋକ ଅଭିନେତ୍ରୀଙ୍କ ଉପରେ ଏହି ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.