ହିରୋଇନଙ୍କ ସହ ରୋମାଣ୍ଟିକ୍ ମୁଡରେ ସଲମାନଙ୍କ ଭିଣୋଇ, ଏବେ କଣ କରିବେ ଅର୍ପିତା ?

ମୁମ୍ବାଇ : ବଲିଉଡ଼ରେ ଭାଇଜାନ ଭାବେ ଜଣାଯାଉଥିବା ସଲମାନ ଖାନ ବଲିଉଡ଼କୁ ଅନେକ ନବକଳାକାର ଭେଟିଦଇଛନ୍ତି। ଏବେ ସଲମାନ ବଲିଉଡ଼ରେ ଲଞ୍ଚ କରିଛନ୍ତି ତାଙ୍କର ଭିଣୋଇ ଆୟୁଷ ଶର୍ମା ଏବଂ ତାଙ୍କ ସହ ଅଭିନେତ୍ରୀ ଭାବେ ବରିନାଙ୍କୁ ଦେଖିବାକୁ ମିଳିଛି ଲଭରାତ୍ରୀ ଫିଲ୍ମରେ। ଫିଲ୍ମର ଟ୍ରେଲର ଏବଂ ଗୀତ କିଛି ସମୟ ପୂର୍ବରୁ ରିଲିଜ ହେବା ସହ ଦର୍ଶକଙ୍କୁ ଏହା ବହୁତ ଭଲ ମଧ୍ୟ ଲାଗୁଛି। ଆୟୁଷ ସଲମାନଙ୍କ ସାନ ଭଉଣୀ ଅର୍ପିତ୍ତାଙ୍କ ସ୍ବାମୀ ହୋଇଥିବା ବେଳେ ଦୁହିଁଙ୍କର ଗୋଟିଏ ଶିଶୁପୁତ୍ର ମଧ୍ୟ ଅଛି।

arpita-and-aayush

ଫିଲ୍ମର ପ୍ରମୋସନରେ ବ୍ଯସ୍ତ ରହିଥିବା ଫିଲ୍ମର ଦୁଇ କଳାକାରଙ୍କୁ ରୋମାଣ୍ଟିକ୍ ମୁଡ଼ରେ ଦେଖିବାକୁ ମିଳିଛି। ଦୁଇ କଳାକାରଙ୍କ ମଧ୍ୟରେ ଖୁବ ଘନିଷ୍ଠତା ଦେଖିବାକୁ ମିଳିଥିଲା। ଏନେଇ ଅନେକ ପ୍ରକାରର ପ୍ରଶ୍ନ ଉଠିଛି ଏବେ ମିଡ଼ିଆରେ। ଫିଲ୍ମର ପ୍ରମୋସନ କାମରେ ମଧ୍ୟ ନିୟୋଜିତ ଅଛନ୍ତି ସଲମାନ। କିନ୍ତୁ ପିଲ୍ମର ଅଭିନେତା ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ବଢ଼ିଥିବା ସଂପର୍କ ଆଗକୁ ଅର୍ପିତ୍ତାଙ୍କ ପାଇଁ ଅସୁବିଧାର କାରଣ ପାଲଟିପାରେ।

loveratri

ଲଭରାତ୍ରୀ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଅଭିରାଜ ମିନାବାଲା। ଆପଣଙ୍କ ସୂଚନା ପାଇଁ ପିଲ୍ମର ଅଭିନେତା, ଅଭିନେତ୍ରୀଙ୍କ ସହ ନିର୍ଦ୍ଦେଶକ ମଧ୍ୟ ନୂଆ। ଏହା ପୂର୍ବରୁ ସେ କିଛି ପିଲ୍ମରେ ସହ-ନିର୍ଦ୍ଦେଶକ ଭାବେ କାମ କରିବା ଆରମ୍ଭ କରିଥିଲେ। ଫିଲ୍ମର ପ୍ରଡ଼ୋକ୍ସନ ସଲମାନ ଖାନଙ୍କ ବ୍ଯାନରରେ “ସଲମାନ ଖାନ” ର୍ନିମିତ ହୋଇଛି। ଏହି ଫିଲ୍ମଟି ଆୟୁଷମାନ ଖୁରାନା, ତବୁ ଏବଂ ରାଧିକାଙ୍କ ଅନ୍ଧାଧୁନ ସହ ରିଲିଜ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.