ଆୟୁଷ୍ମାନ୍‌ ଖୁରାନା-ତାହିରା କଶ୍ୟପ ଆରମ୍ଭ କଲେ କ୍ରିସ୍‌ମାସ ସେଲିବ୍ରେଶନ, ପରସ୍ପରକୁ କିସ୍‌ କରି ଜଣାଇଲେ ଶୁଭେଚ୍ଛା

ବଲିଉଡ୍‌ ଆକ୍ଟର ଆୟୁଷ୍ମାନ୍‌ ଖୁରାନା ନିଜର ଲଗାତାର ହିଟ୍‌ ଯୋଗୁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଆୟୁଷ୍ମାନ୍‌ଙ୍କ ଫିଲ୍ମ କମ୍‌ ବଜେଟ୍‌ରେ ଅଧିକ ଆୟ କରୁଥିବାରୁ ନିର୍ଦ୍ଦେଶକ-ପ୍ରଯୋଜକମାନଙ୍କ ନଜର ତାଙ୍କ ଉପରେ ରହିଛି। ତେବେ ବର୍ତ୍ତମାନ ଏହି ଅଭିନେତା ଜଣକ ପରିବାରକୁ ସମୟ ଦେବା ପାଇଁ ଫିଲ୍ମ ଏବଂ ଶୁଟିଙ୍ଗ୍‌ରୁ ସାମାନ୍ୟ ବ୍ରେକ୍‌ ନେଇଛନ୍ତି।

ଆୟୁଷ୍ମାନ୍‌ ବଲିଉଡ୍‌ର ସେହି ଆକ୍ଟରମାନଙ୍କ ମଧ୍ୟରୁ ଜଣେ, ଯିଏ ପ୍ରଫେଶନାଲ୍‌ ଲାଇଫ୍‌ ସହ ପର୍ସନାଲ୍‌ ଲାଇଫ୍‌ ଉପରେ ମଧ୍ୟ ପୂରା ଧ୍ୟାନ ଦେଇଥାଆନ୍ତି। ଏବେ ସୋସିଆଲ ମିଡିଆରେ ମଧ୍ୟ ଏହାର ପ୍ରମାଣ ଦେଖିବାକୁ ମିଳୁଛି। ଆୟୁଷ୍ମାନ୍‌ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ ଦୁଇଜଣଙ୍କର କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଉଭୟ ଉଭୟଙ୍କ ସହିତ ଖୁବ୍‌ ଖୁସି ଥିବା ନଜର ଆସିଛନ୍ତି।

ayu2

ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି, ଆୟୁଷ୍ମାନ୍‌ ହଲିଡେ ମୁଡ୍‌ରେ ଆସିଯାଇଛନ୍ତି। ଆଉ ଏକ ଫଟୋରେ ଆୟୁଷ୍ମାନ୍‌ ଓ ତାହିରା ପରସ୍ପରକୁ କିସ୍‌ ମଧ୍ୟ କରୁଛନ୍ତି। ତାହିରା ଫଟୋ ଶେୟାର କରି କ୍ୟାପସନ ଲେଖିଛନ୍ତି, ‘He checks me out. I check him out. And we kiss…isliye merry Christmas (with my skinnier half @ayushmannk)’।

ଦୁଇଜଣଙ୍କ ଫଟୋ ଉପରେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଖୁବ୍‌ ପ୍ରତିକ୍ରିୟା ଦେଇଛନ୍ତି। ସେଥିରେ ବଲିଉଡ୍‌ ଅଭିନେତ୍ରୀ ନୁଶରତ୍‌ ଭରୁଚା ବି ସାମିଲ ଅଛନ୍ତି।

 

View this post on Instagram

 

He checks me out. I check him out. And we kiss…isliye merry Christmas 😬🌲 (with my skinnier half @ayushmannk )

A post shared by tahirakashyapkhurrana (@tahirakashyap) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like