ରିଲିଜ ପୂର୍ବରୁ ଏହି ଦେଶ ଗୁଡିକରେ ବ୍ୟାନ ହେଲା ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’
ଆୟୁସ୍ମାନ ଖୁରାନା ଓ ଜିତେନ୍ଦ୍ର କୁମାରଙ୍କ ଅଭିନୀତ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ଦୁବାଇ ଓ ମଧ୍ୟ ପୂର୍ବ ଦେଶ ଗୁଡିକରେ ରିଲିଜ ହେବନାହିଁ । ଫିଲ୍ମ ଟିର ବିଷୟ ଅନୁଯାୟୀ ହିଁ ଏହି ସିନେମାକୁ ବ୍ୟାନ କରାଯାଇଥିବା ଜଣାଯାଇଛି । ଜିତେନ୍ଦ୍ର ଓ ଆୟୁସ୍ମାନଙ୍କ ଏକ ଦୃଶ୍ୟକୁ ନେଇ ହିଁ ଏହି ବ୍ୟାନ ଲଗାଯାଇଥିବା ଜଣାଯାଇଛି । କହି ରଖିବା ଉଚିତ ହେବକି ମଧ୍ୟ ଏସିଆ ଦେଶ ଗୁଡିକରେ ହିନ୍ଦୀ ସିନେମାର ଅନେକ ପ୍ରଶଂସକ ଅଛନ୍ତି । ଏହି ଦେଶ ଗୁଡିକରେ ଅଧିକ ବକ୍ସ ଅଫିସ କଲେକ୍ସନ ହୋଇଥାଏ । କିନ୍ତୁ ସେହି ଦେଶ ସରକାରଙ୍କ ତରଫରୁ ଜଣାଯାଇଛି ଯେକୌଣସି ପରିସ୍ଥିତିରେ ବି ସିନେମା ରିଲିଜ କରାଯିବ ନାହିଁ ।
ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ହିଁ ଘରୋଇ ବଜାରରେ ଆୟୁସ୍ମାନଙ୍କ ଏହି ସିନେମାର ବ୍ୟବସାୟକୁ ନେଇ ଅନେକ ଚାପ ରହିଛି । ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ଏବେ ପର୍ଯ୍ୟନ୍ତ ନିର୍ମିତ ହୋଇଥିବା ହିନ୍ଦୀ ସିନେମା ଗୁଡ଼ିକରୁ ଯେଉଁଟିକୁ ସମଲିଙ୍ଗୀ ସମ୍ପର୍କ ବିଷୟରେ ଦର୍ଶାଯାଇଛି । ଏହାର କଥା ବସ୍ତୁକୁ ନେଇ ବିଭିନ୍ନ ମହଲରୁ ମିଶ୍ର ପ୍ରତିକ୍ରିୟା ମାନ ଆସୁଛି । ଏବାବଦରେ ଆୟୁସ୍ମାନ ପୂର୍ବରୁ କହିଥିଲେ କି ସମଲିଙ୍ଗୀ ସମ୍ପର୍କ ଏମିତି ଏକ ବିଷୟ ଯାହା ବିଷୟରେ ଖୋଲାଖୋଲି ଭାବେ କଥା ହେବା ନିହାତି ଆବଶ୍ୟକ ।
ଆୟୁସ୍ମାନଙ୍କ ଅନୁଯାୟୀ ପ୍ରତ୍ୟକ ବ୍ୟକ୍ତିଙ୍କର ନିଜ ହିସାବରେ ବଞ୍ଚିବାର ଭରପୂର ସ୍ୱାଧୀନତା ରହିଛି । ମନୋରଞ୍ଜନ ସହିତ ଗୁରୁତ୍ୱପୂର୍ଣ କଥାବସ୍ତୁକୁ ସମାଜ ନିକଟକୁ ଆଣିବା ହିଁ ଏହିପରି ଫିଲ୍ମ ନିର୍ମାଣର ମୂଳ ଲକ୍ଷ ।