ଡ୍ରିମ୍ଗର୍ଲର ସଫଳତା ପରେ ସାର୍ଟଲେସ୍ ହେଲେ ଆୟୁଷ୍ମାନ୍, ଭାଇରାଲ୍ ହେଉଛି ଫଟୋ
ବଲିଉଡ୍ରେ କମ୍ ସମୟ ମଧ୍ୟରେ ଅଧିକ ସଫଳତା ସାଉଣ୍ଟିଥିବା ଅଭିନେତାଙ୍କ ମଧ୍ୟରୁ ଆୟୁଷ୍ମାନ୍ ଖୁରାନା ଜଣେ। ଷ୍ଟାଇଲ୍ ଓ ହଟ୍କେ ଅନ୍ଦାଜ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଆୟୁଷ୍ମାନ୍। ଭିକି ଡୋନ୍ର ଫିଲ୍ମ ଜରିଆରେ ବଲିଉଡ୍ରେ ପାଦ ଥାପିଥିବା ଆୟୁଷ୍କାନ୍ଙ୍କର ବହୁତ ଫ୍ୟାନ୍ ଫଲୋୟର୍ସ ହୋଇସାରିଲେଣି। ୨୦୧୭ ମସିହାରେ ତାଙ୍କ ଫିଲ୍ମ ବରେଲୀ କି ବର୍ଫି ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ପରେ ବ୍ୟାକ୍ ଟୁ ବ୍ୟାକ୍ ଆୟୁଷ୍ମାନ୍ ଦର୍ଶକଙ୍କୁ ଗୁଡ଼ାଏ ହିଟ୍ ଫିଲ୍ମ ଭେଟି ଦେଇଥିଲେ।
ଏହାସହ ପଢ଼ନ୍ତୁ: ଭାଇରାଲ୍ ହେଉଛି ରାନୁ ମଣ୍ଡଳଙ୍କ ଆଉ ଏକ ଗୀତ ‘‘ଆଦତ୍’’ର ମେକିଂ ଭିଡିଓ, ରିଲିଜ୍ ପୂର୍ବରୁ ସାଉଁଣ୍ଟିଲାଣି ପ୍ରଶଂସା
ସୋସିଆଲ୍ ମିଡ଼ିଆରେ ଆୟୁଷ୍ମାନ୍ ସବୁବେଳେ ଆକ୍ଟିଭ୍ ରହିବାକୁ ପସନ୍ଦ କରନ୍ତି। ଏବେ ଆୟୁଷ୍ମାନ୍ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଫ୍ୟାନ୍ଙ୍କ ପାଇଁ ଏକ ଫଟୋ ଅପ୍ଲୋଡ୍ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଫଟୋକୁ ଲକ୍ଷେରୁ ଅଧିକ ଲୋକ ଲାଇକ୍ ଦେଇସାରିଲେଣି। ଏହି ଫଟୋରେ ଆୟୁଷ୍ମାନ୍ ସାର୍ଟଲେସ୍ ଥିବା ଦେଖିବାକୁ ମିଳିଛି। ଫଟୋରେ ସେ ଝରକା ଦେଇ ସମୁଦ୍ରକୁ ଚାହିଁଛନ୍ତି। ଏହି ଫଟୋ ସହ ସେ ଏକ ଉଚ୍ଚକୋଟୀର କ୍ୟାପସନ୍ ମଧ୍ୟ ଲେଖିଛନ୍ତି।
ଆୟୁଷ୍ମାନ୍ ଶୁଭ ମଙ୍ଗଳ ସାବଧାନ, ଅନ୍ଧାଧୂନ୍, ବଧାଇ ହୋ, ଆର୍ଟିକଲ ୧୫ ଏବଂ ଡ୍ରିମ୍ ଗର୍ଲ ଆଦି ଫିଲ୍ମରେ କାମ କରିଛନ୍ତି। ତେବେ ତାଙ୍କର ସମସ୍ତ ଫିଲ୍ମ ସୁପର ହିଟ୍ ସାବ୍ୟସ୍ତ ହୋଇଛି।