ମଶାମରା ବ୍ୟାଟକୁ ଗୀତାର କରି ଶାହରୁଖଙ୍କ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଆୟୁଷ୍ମାନ ଖୁରାନା, ୧ କୋଟିରୁ ଅଧିକ ଥର ଦେଖାଯାଇଛି ଏହି ଭିଡିଓ

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡ଼ିଓରେ ଆୟୁଷ୍ମାନ ନିଆରା ଅନ୍ଦାଜରେ ଶାହାରୁଖ ଖାନଙ୍କ ଗୀତରେ ପରଫର୍ମ କରିବା ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଭିଡିଓକୁ ସେ ଏକ ସପ୍ତାହ ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଭିଡିଓକୁ ଏବେ ଯାଏଁ କୋଟିଏରୁ ଅଧିକ ଥର ଦେଖାସରିଲାଣି।

ଆୟୁଷ୍ମାନ ଖୁରାନା ଫିଲ୍ମ ‘ଦିଲବାଲେ ଦୁଲହନିଆ ଲେ ଯାଏଁଗେ’ ଫିଲ୍ମର ‘ତୁଝେ ଦେଖା ତୋ ୟେ ଜାନା ସନମ’ ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଫିଲ୍ମରେ ଶାହରୁଖ ଯେମିତି ଗୀତାର ଧରିଛନ୍ତି ଠିକ ସେମିତି ଆୟୁଷ୍ମାନ ଖୁରାନା ମଶା ମରା ବ୍ୟାଟ ଧରିଛନ୍ତି। ଏହା ତାଙ୍କର ପ୍ରଥମ ରିଲ ଭିଡିଓ।

 

View this post on Instagram

 

A post shared by Ayushmann Khurrana (@ayushmannk)

ଏହି ଭିଡିଓ ସେୟାର କରି ଆୟୁଷ୍ମାନ ଖୁରାନା କ୍ୟାପସନରେ ଲେଖିଛନ୍ତି “ଏହା ମୋର ପ୍ରଥମ ରିଲ ଭିଡିଓ। ଯାହା ଶାହାରୁଖ ଖାନଙ୍କ ପାଇଁ ହେବା ଦରକାର। ଜନ୍ମ ଦିନର ଅଭିନନ୍ଦନ ଶାହାରୁଖ ଖାନ ସାର”।

ସୂଚନାଯୋଗ୍ୟ ଯେ ଶାହାରୁଖ ଖାନଙ୍କ ଜନ୍ମଦିନ ନଭେମ୍ବର ୨ରେ ଥିଲା। ସେଦିନ ଅନେକ ବଲିଉଡ ଷ୍ଟାଙ୍ର ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.