ପୁଣି କମାଲ୍ ଦେଖାଇଲା ଏସଏସ ରାଜମୌଲୀଙ୍କ ଫିଲ୍ମ ’’ବାହୁବଳୀ ଦ ଏପିକ୍’’ । ଯେଉଁଥିରେ ସାଉଥ ସୁପରଷ୍ଟାର ପ୍ରଭାସ ବାହୁବଳୀ ଭୂମିକାରେ ପୁଣି ନଜର ଆସିଛନ୍ତି । ଗତକାଲି ରିଲିଜ ହେବା ପରେ ପ୍ରଥମ ଦିନରେ ବକ୍ସ ଅଫିସରେ ଦମଦାର ଓପନିଂ କରିଛି । ବାହୁବଳୀର ୨ ଟି ପାର୍ଟ ସଫଳ ହେବାର ୧୦ ବର୍ଷ ପରେ ଏସଏସ ରାଜମୌଲୀ ଏହାର ଆଉ ଏକ ପାର୍ଟ ଥିଏଟରକୁ ଫେରାଇ ଆଣିଛନ୍ତି । କିନ୍ତୁ ଏହି ପାର୍ଟରେ ପୂର୍ବ ୨ଟି ପାର୍ଟର ଝଲକ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ବଢିବାରେ ଲାଗିଛି । ଯାହା ଖୁବ୍ ଭଲ ପ୍ରତିକ୍ରିୟା ହାସଲ କରିଛି । ରାଜାମୌଲୀଙ୍କ ଫିଲ୍ମର ପ୍ରଥମ ଦିନର ବକ୍ସ ଅଫିସ କଲେକ୍ସନ ପ୍ରକାଶ ପାଇଛି ।
ଆପଣଙ୍କୁ ଜଣାଇ ରଖୁଛୁ ଯେ, ବାହୁବଳୀ ଦି ଏପିକ୍ ଫିଲ୍ମଟି ପ୍ରଥମ ଦିନରେ ୯.୨୫ କୋଟି ଟଙ୍କା ଆୟ କରିଥିଲା । ଯେଉଁଥିରେ ୧.୧୫ କୋଟି ଟଙ୍କା ସ୍କ୍ରିନିଂରୁ ଆୟ କରିଥିଲା । ଯାହା ପ୍ରଥମ ଦିନରେ ମୋଟ୍ ଆୟ ପ୍ରାୟ ୧୦.୪ କୋଟି ଟଙ୍କା କରିଥିଲା ।
ଯଦି ହିନ୍ଦୀ ଭାଷାରେ କୁହାଯାଏ ତେବେ ଏହି ଫିଲ୍ମ ପ୍ରାୟ ୧.୨୫-୧.୫୦ କୋଟି ଟଙ୍କା ରୋଜଗାର କରିଥିଲା । ସାରା ବିଶ୍ବରେ ଏହା ପ୍ରଥମ ଦିନରେ ମୋଟ୍ ୧୪ କୋଟି ଟଙ୍କା ହାସଲ କରିଥିଲା । ଯାହା ବିଶେଷ କରି ସାଉଥ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ସାଉଥରେ ଏହି ଫିଲ୍ମ ପ୍ରଥମ ଦିନରେ ୬୩.୬୩% କରିଥିଲା । ପ୍ରଥମ ସପ୍ତାହରେ ଏହି ଫିଲ୍ମ ଭଲ ଆୟ କରିବ ବୋଲି ଅନୁମାନ କରାଯାଉଛି । ଯାହାକୁ ଏବେ ସୋସିଆଲ ମିଡିଆରେ ସକରାତ୍ମକ ପ୍ରତିକ୍ରିୟା ମିଳୁଛି ।
Also Read : ହସପିଟାଲରେ ଭର୍ତ୍ତି ହେଲେ ଧର୍ମେନ୍ଦ୍ର, ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ