ଇଣ୍ଡିଆନ ଆଇଡଲ ୧୨ ସେଟରେ ଜୟ ଭାନୁଶାଲୀଙ୍କ ଉପରକୁ ବାବା ରାମଦେବ କାହିଁକି ଉଠାଇଲେ LPG ସିଲିଣ୍ଡର, ଜାଣନ୍ତୁ

ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରି ଉପରେ କରୋନାର ଗମ୍ଭୀର ପ୍ରଭାବ ପଡିଛି। କରୋନାର ଦ୍ୱିତୀୟ ଲହରୀରେ ବିଭିନ୍ନ ସେଟରେ ନୂଆ ନୂଆ କରୋନା ମାମଲା ଏବେ ସାମ୍ନାକୁ ଆସିଲାଣି। ଏଥିପାଇଁ ଇଣ୍ଡିଆନ ଆଇଡଲ୧୨(Indian Idol-12) ସେଟରେ ମେକର୍ସ ମାନେ ବାକି ଥିବା ସବୁ ଏପିସୋଡର ସୁଟିଂ ସମାପ୍ତ କରିସାରିଛନ୍ତି । ଏହାର ଗୋଟେ ଏପିସୋଡରେ ରାମଦେବ ବାବା ନଜର ଆସିଛନ୍ତି। କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ଟିପ୍ସ ମଧ୍ୟ ଦେଇଛନ୍ତି।

Indian Idol-12ର ସୁଟିଂ ସେଟରେ ବାବା ରାମଦେବଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାବା ରାମଦେବ ଏହି ଏପିସୋଡ୍‌ ରେ ସୋ’ର ହୋଷ୍ଟ ଜୟ ଭାନୁଶାଲୀଙ୍କ ସହ ମସ୍ତି କରୁଥିବାର ଦେଖିବାକୁ ମିଳିଛି। ଭାଇରାଲ ହୋଇଥିବା ଫଟୋରେ ବାବା ରାମଦେବ ଏଲପିଜି ସିଲିଣ୍ଡର ଟେକୁଥିବାର ଦେଖିବାକୁ ମିଳିଛି। ଏହାସହ ଜୟ ଭାନୁଶାଲୀ ତଳେ ବସିଥିବାର ପୋଷ୍ଟ ମଧ୍ୟ ଭାଇରାଲ ହୋଇଛି।

ବାବାଙ୍କର ସହନଶୀଳତା କ୍ଷମତା ଦେଖି ସେହି ସମୟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଲିବ୍ରେଟୀ ଫଟୋଗ୍ରାଫର ବିରଲ ଭୟାନୀ ସେଟ୍‌ ର ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହା ସହ କ୍ୟାପସନରେ ଲେଖିଛନ୍ତି ‘ବାବା ରେ ବାବା।’

ସୋ’ରେ ବାବା ରାମଦେବଙ୍କ ବ୍ୟତିତ ଆକ୍ଟ୍ରେସ ତଥା ରାଜନେତା ଜୟପ୍ରଦା ମଧ୍ୟ ନଜର ଆସିବେ। ଏଥିପାଇଁ ସୋ’ରେ ଥିବା ସମସ୍ତ ପ୍ରତିଯୋଗୀ ଜୟପ୍ରଦାଙ୍କ ସୁପରହିଟ ଗୀତ ଗାଇ ଦର୍ଶକଙ୍କ ସହ ଜର୍ଜଙ୍କୁ ମନୋରଞ୍ଜନ କରାଇବେ । ଏହି ଏପିସୋଡରେ ଉଭୟ ଜୟପ୍ରଦା ଓ ବାବା ରାମଦେବ ପ୍ରତିଯୋଗୀଙ୍କୁ ଉତ୍ସାହିତ କରାଉଥିବାର ଦେଖିବାକୁ ମିଳିବ ।

ତେବେ ଏଥର Indian Idolର ସିଜିନ 12ରେ ନେହା କକ୍କର , ହିମେଶ ରେସମିୟା ଓ ବିଶାଲ ଦଦଲାନି ଜର୍ଜ ରୂପେ ସାମ୍ନାକୁ ଆସିଛନ୍ତି। ଏହା ପୂର୍ବରୁ ସେଟରେ ରେଖା, ହେମାମାଳିନୀ, ନିତୁ କପୁର, ଜିତେନ୍ଦ୍ର, ଏକତା କପୁର ଓ ଏ.ଆର.ରେହମାନ ଆସିଥିଲେ। କହିଦେବାକୁ ଚାହୁଁ ଯେ, ଏହା ସୋନିର ସବୁଠୁ ଲୋକପ୍ରିୟ ପ୍ରୋଗ୍ରାମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.