ଚେନ୍ନାଇରୁ ଫେରୁଛନ୍ତି ବାବୁସାନ ! ଆସୁଛନ୍ତି ଭୁବନେଶ୍ୱର, ସାମ୍ନାକୁ ଆସିଲା ଭିଡିଓ

ଭୁବନେଶ୍ୱର (କେନ୍ୟୁଜ): ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ପ୍ରକୃତି ଭୁବନେଶ୍ୱରରେ ପହଞ୍ଚିଥିଲେ । ତେବେ ପ୍ରଶ୍ନ ଉଠୁଥିଲା କାହିଁକି ବାବୁସାନ ଭୁବନେଶ୍ୱରରେ ଫେରିନଥିଲେ । ବାବୁ ଏବେ କେଉଁଠି ସେନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେଉଥିଲା ।

 

ତେବେ ଏହା ମଧ୍ୟରେ ବାବୁସାନଙ୍କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ବାବୁସାନ ଚେନ୍ନାଇ ଏୟାରପୋର୍ଟ ଛାଡ଼ିଥିବା କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବାବୁସାନ ଚେନ୍ନାଇ ଏୟାରପୋର୍ଟରେ ଚାଲି ଚାଲି ଆସୁଥିବା ଏକ ଭିଡିଓ ଭାଇରାଲ ହୋଇଛି । ତେଣୁ ବାବୁସାନ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିବା କୁହାଯାଉଛି । ତେବେ ବାବୁସାନଙ୍କ ସହ ଆଉ ଦୁଇଜଣ ବ୍ୟକ୍ତି ରହିଥିବା ଦେଖାଯାଉଛି ।

Leave A Reply

Your email address will not be published.