ରିଲିଜ ହୋଇଛି ବେବି ଜନ, ଟ୍ରେଲରରେ ନଜର ଆସିଲେ ସଲମାନ
ଦୀର୍ଘ ଦିନର ପ୍ରତୀକ୍ଷାର ଶେଷ ହୋଇଛି । ଚଳିତ ବର୍ଷ ଶେଷରେ ଅର୍ଥାତ ଡିସେମ୍ବର ମାସ ୨୫ରେ ସିନେମା ହଲରେ ରିଲିଜ ହୋଇଛି ବେବି ଜନ । ଏହି ଫିଲ୍ମରେ ବରୁଣ ଧୱନ ,କିର୍ତ୍ତି ସୁରେଶ ଏବଂ ଜାକି ସ୍ରଫଙ୍କ ଦମଦାର ଅଭିନୟ କୁ ଦେଖିବେ ଦର୍ଶକ । ମୋଷ୍ଟ ଅପଡେଟ ଆକ୍ସନ ଥ୍ରୀଲର ଫିଲ୍ମ ହେଉଛି ବେବି ଜନ ।
ଆଜିର ଦିନରେ ଫିଲ୍ମ ରିଲିଜ ହେବା ପରେ ଫିଲ୍ମର ଦର୍ଶକ ମାନେ ଫିଲ୍ମକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଏପରିକି ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ନିଜ ନିଜ ରିଭିୟୁ ସେୟାର କରିଛନ୍ତି । ଏହି ଫିଲ୍ମ ଏଟଲିଙ୍କ ୨୦୧୬ ରେ ଆସିଥିବା ବିଜୟର ବ୍ଲକ ବଷ୍ଟର ଫିଲ୍ମ ଥେରୀର ହିନ୍ଦୀ ରିମିକ ଅଟେ । ଏହି ଫିଲ୍ମରେ ଏକ ଖାସ କଥା ରହିଛି ଯାହାଦ୍ବାରା ସମସ୍ତ ଦର୍ଶକ ମାନଙ୍କର ଦଷ୍ଟି ଆକର୍ଷଣ କରିବ ତାହା ହେଉଛି ସଲମାନ ଖାନଙ୍କ ଏଣ୍ଟ୍ରି ।
ହଁ ଆଜ୍ଞା ଏହି ଫିଲ୍ମରେ ସଲମନ ଖାନଙ୍କ ଦମଦାର ଅଭିନୟ ରହିଛି । ଯାହାକି ଦର୍ଶକଙ୍କ ଧ୍ୟାନକୁ ସଲମାନଙ୍କ ଆଡକୁ ଟାଣିବ । କିନ୍ତୁ ଏହାକୁ ନେଇ ଅନେକ ଦର୍ଶକ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଏହି ଫିଲ୍ମରେ ଦର୍ଶକମାନେ ସଲମାନଙ୍କ ଅଭିନୟର କିଛି ଫୁଟେଜକୁ ଲିକ କରାଯାଇଛି ଯାହାଦ୍ବାରା କିଛି ଫାନ୍ସ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।
ପ୍ରଥମରୁ ହିଁ କୁହାଯାଇଛି କି ସଲମାନ ବରୁଣ ଧୱନଙ୍କ ଏହି ଫିଲ୍ମରେ ଅତି ଖାସ ଭୁମିକାରେ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ଏଟଲୀ ଏବଂ ବରୁଣ ଧୱନ ଏହାର ଖୁଲାସା କରିଥିଲେ । ଏହି ଟ୍ରେଲରେ ସଲମାନଙ୍କ ଏକ ଝଲକ ଦେଖିବାକୁ ମିଳିଥିଲା ।