ହନି ସିଂଙ୍କୁ କ୍ଷମା ମାଗିଲେ ବାଦଶାହ, ୨ ମାସ ପରେ ଝଗଡାକୁ ନେଇ ନିରବତା ଭାଙ୍ଗିଲେ ରାପର

ହନି ସିଂ ଏବଂ ବାଦଶାହ ସେମାନଙ୍କ ସମ୍ପର୍କକୁ ନେଇ କିଛି ସମୟ ହେବ ଖବରରେ ରହିଛନ୍ତି । ଅନେକ ଥର, ଉଭୟଙ୍କ ମଧ୍ୟରେ ମତଭେଦ ଏବଂ ବିବାଦର ଖବର ସାମ୍ନାକୁ ଆସୁଛି । ଯାହା ସେମାନଙ୍କ ପ୍ରଶଂସକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ରାପର ବାଦଶାହ ନିକଟରେ ୟୋ ୟୋ ହନି ସିଂଙ୍କୁ କ୍ଷମା ମାଗିଥିଲେ ଏବଂ ସେମାନଙ୍କର ୧୫ ବର୍ଷର ଝଗଡା ଶେଷ କରିବାକୁ କହିଥିଲେ । ବାଦଶାହ ହନି ସିଂଙ୍କୁ ସମସ୍ତ ଲୋକଙ୍କ ସାମ୍ନାରେ କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ ସେମାନଙ୍କ ମଧ୍ୟରେ କିଛି ଭୁଲ ବୁଝାମଣା ଅଛି, କିନ୍ତୁ ସେ ବର୍ତ୍ତମାନ ଏହି ଶତ୍ରୁତାକୁ ଶେଷ କରିବାକୁ ଚାହୁଁଛନ୍ତି । ବାଦଶାହଙ୍କ କ୍ଷମା ମାଗିବା ପରେ ହନି ସିଂ ପ୍ରଥମ ଥର ପାଇଁ ଏନେଇ ନୀରବତା ଭାଙ୍ଗିଛନ୍ତି ।

ତେବେ ଏକ ଇଣ୍ଟରଭ୍ୟୁରେ ଯେତେବେଳେ ୟୋ ୟୋ ହନି ସିଂଙ୍କୁ ତାଙ୍କ ଏବଂ ବାଦଶାହଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ପଚରାଗଲା, ସେ ଏପରି କିଛି କହିଥିଲେ ଯାହା ପୁଣି ଥରେ ଉଭୟଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ୟୋ ୟୋ ହନି ସିଂ କହିଛନ୍ତି, ଆଜି ପର୍ଯ୍ୟନ୍ତ ମୁଁ କାହା ବିଷୟରେ କିଛି ଭୁଲ କହି ନାହିଁ । ସେ ଏପରି ମଧ୍ୟ କହିଛନ୍ତି ଯେ ମୁଁ ବୁଝିପାରୁ ନାହିଁ କାହିଁକି ଲୋକମାନେ ହନି ସିଂ ଏବଂ ବାଦଶାହ ଝଗଡା ବିଷୟରେ ଏତେ କଥାବାର୍ତ୍ତା କରୁଛନ୍ତି ।

ଏହା ପରେ ବାଦଶାହଙ୍କ କ୍ଷମା ମାଗିବା ଉପରେ ହନି ସିଂ କହିଛନ୍ତି, ‘ଏହା ବ୍ୟତୀତ ଅନ୍ୟ କାହାରି ପାଖରେ କିଛି କଥା ନାହିଁ ଆଲୋଚନା କରିବାକୁ ? ଜଣେ ବ୍ୟକ୍ତି ଏତେ ବର୍ଷ ଧରି ମୋ ବିଷୟରେ କଥାବାର୍ତ୍ତା କଲା, ତା’ପରେ ଦିନେ ସେ କ୍ଷମା ମାଗିଲେ । ମୁଁ ସେ ବିଷୟରେ କ’ଣ କହିବି, ତେଣୁ ମୁଁ ଏହା ବିଷୟରେ କଥାବାର୍ତ୍ତା କରିବା ଆବଶ୍ୟକ ମନେ କରେ ନାହିଁ । ତାଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ … ମୁଁ ତାଙ୍କୁ କୌ ଣସି ଗୁରୁତ୍ୱ ଦେଉ ନାହିଁ, ସେ କେବେବି ମୋର ବନ୍ଧୁ ନଥିଲେ । ଯଦି ସେ ମୋର ବନ୍ଧୁ ହୋଇଥାନ୍ତେ, ତେବେ ଏହା ଏକ ଭିନ୍ନ କଥା ହୋଇଥାନ୍ତା ।

ତେବେ ହନି ସିଂଙ୍କ ଓ୍ଵାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ‘ବ୍ଲୁ ଆଇଜ୍’, ‘ଦେଶୀ କାଲାକର’, ‘ହାଇ ହିଲ୍ସ’ ଏବଂ ‘ଲୁଙ୍ଗି ଡ୍ୟାନ୍ସ’ ଭଳି ଲୋକପ୍ରିୟ ଗୀତ ଗାଇଛନ୍ତି । ତେବେ ହନି ସିଂ ୨୦୦୩ ରେ ସେଶନ ଏବଂ ରେକର୍ଡିଂ ଆଟିଷ୍ଟ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.