ଗୋଟେ ଗୀତ ଗାଇବା ପାଇଁ ଏତିକି ଟଙ୍କା ନିଅନ୍ତି ବଲିଉଡ଼ର ଏହି କଣ୍ଠଶିଳ୍ପୀ
ଆପଣ କେବେ ବିନା ସଙ୍ଗୀତରେ ବଞ୍ଚିପରିବେ କି ? ହୁଏତ ଆପଣ ମନା କରିବେ କାରଣ ଆମ ସମସ୍ତଙ୍କୁ ପସନ୍ଦ ସଙ୍ଗୀତ। ଆମେ ଅନେକ କାମ କରିଥାଉ ଏହି ଗୀତ ଶୁଣି, ଖାସ କରି ବଲିଉଡ ମ୍ୟୁଜିକ୍ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଜଣେ କଣ୍ଠଶିଳ୍ପୀ ହେବା ମଧ୍ୟ ଏତେ ସହଜ ନୁହେଁ, ପାଇଁ ମଧ୍ୟ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ । ଏମିତି ରାତି ଦିନ ସମାନ କରି ଗୀତ ଅଭ୍ୟାସ କରିବାକୁ ପଡ଼ିଥାଏ। ତେବେ ଆପଣ କ’ଣ ଜାଣିଛନ୍ତି କି, ବଲିଉଡ ସିଙ୍ଗରମାନେ ଗୋଟେ ଗୀତ ପାଇଁ କେତେ ଟଙ୍କା ନିଅନ୍ତି ?
ବଲିଉଡ଼ ଗାୟକମାନେ ପ୍ରତି ଗୀତ ପାଇଁ ବଡ଼ ଆମାଉଣ୍ଟର ଅଙ୍କ ଚାର୍ଜ କରିଥାନ୍ତି। ଏମିତିକି ବାଦଶାହଙ୍କ ଠାରୁ ଆରମ୍ଭ କରି ନେହା କକ୍କରଙ୍କ ପର୍ଯ୍ୟନ୍ତ ସବୁ ଗାୟକମାନେ କେବଳ ଗୋଟେ ଗୀତ ରେକର୍ଡ କରିବା ପାଇଁ ନେଇଥାନ୍ତି ଲକ୍ଷ ଲକ୍ଷ ଟଙ୍କା। ଆପଣ ଜାଣିଥିବେ, ନିକଟରେ ଗାୟକ ସୋନୁ ନିଗମଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏମିତିକି ତାଙ୍କ ପୂର୍ବରୁ ବହୁ ଗାୟକ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିସାରିଛନ୍ତି। ଅବଶ୍ୟ, ସୋନୁ ନିଗମ ପ୍ରାୟ ତିନି ଦଶନ୍ଧି ଧରି ସବୁଠାରୁ ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଜଣେ ଗାୟକ, କିନ୍ତୁ ବର୍ତ୍ତମାନ ଆହୁରି ଅନେକ କଣ୍ଠଶିଳ୍ପୀ ସମ୍ନାକୁ ଆସିଛନ୍ତି ଯେଉଁମାନେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ, ଶ୍ରୋତାଙ୍କୁ ସଂଗୀତ ମାଧ୍ୟମରେ ଭରପୁର ମନୋରଞ୍ଜନ ଦେଇଛନ୍ତି।
ସେମାନଙ୍କ ମଧ୍ୟରୁ ପ୍ରଥମେ ନାଁ ଆସେ ଶ୍ରେୟା ଘୋଷାଲ, ନେହା କକ୍କର ଓ ବାଦଶାହଙ୍କର। ତେବେ ଆସନ୍ତୁ ଜାଣିବା ଏହି ନାମୀ କଣ୍ଠଶିଳ୍ପୀମାନେ ଗୋଟେ ଗୀତ ଗାଇବା ପାଇଁ ଓ ରେକର୍ଡିଂ କରିବା ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ?
ନେହା କକ୍କର:
ପ୍ରଥମେ ଆସୁଛନ୍ତି ନେହା କକ୍କର, ତାଙ୍କ ଭଏସକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଏମିତିକି ନେହାଙ୍କର ଫାନ୍ସ ଫୋଲୋଇଂ ମଧ୍ୟ କିଛି କମ ନାହିଁ । ବର୍ତ୍ତମାନ ଶ୍ରୋତାଙ୍କ ପ୍ରଥମ ପସନ୍ଦ ନେହା କକ୍କର ।
ଏକ ରିପୋର୍ଟ ଅନୁଯାୟୀ, ନେହା ଗୋଟେ ଗୀତ ପାଇଁ ୧୦ ରୁ ୧୮ ଲକ୍ଷ ଟଙ୍କା ନିଅନ୍ତି ।
ଅରିଜିତ ସିଂ:
ବଲିଉଡର ଅଧିକ ଟଙ୍କା ଚାର୍ଜ କରୁଥିବା ଗାୟକମାନଙ୍କ ମଧ୍ୟରୁ ଅରିଜିତ ସିଂ ବାଦ୍ ପଡ଼ିନାହାନ୍ତି । ସେ ପ୍ରାୟ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି, ଯାହାକି ହିଟ୍ ମଧ୍ୟ ହୋଇଛି । ରିପୋର୍ଟ ଅନୁଯାୟୀ, ଗୋଟେ ଗୀତ ପାଇଁ ଅରିଜିତ ସିଂ ୧୮ ରୁ ୨୦ ଲକ୍ଷ ଟଙ୍କା ନିଅନ୍ତି । ପୁଣି ଯଦି ଷ୍ଟେଜ ଶୋ ଥାଏ, ସେଥି ପାଇଁ ସେ ପ୍ରାୟ ୧.୫ କୋଟି ଟଙ୍କା ନିଅନ୍ତି।
ବାଦଶାହ :
ବାଦଶାହ ମଧ୍ୟ ବଲିଉଡର ଜଣେ ଏମିତି ଗାୟକ, ଯିଏକି ଗୀତ ରେକର୍ଡିଂ ପାଇଁ ଅଧିକ ଟଙ୍କା ଚାର୍ଜ କରନ୍ତି । ସେ ମ୍ୟୁଜୀକ୍ ଭିବିଡ଼ିଓ ଠାରୁ ଆରମ୍ଭ କରି ଅନେକ ବଲିଉଡ ଫିଲ୍ମରେ ହିଟ୍ ଗୀତ ଗାଇଛନ୍ତି । ସେ ମଧ୍ୟ ଗୋଟେ ଗୀତ ପାଇଁ ୧୮ରୁ ୨୦ ଲକ୍ଷ ଟଙ୍କା ନେଇଥାନ୍ତି।
ମିକା ସିଂ :
ଏକ ରିପୋର୍ଟ ଅନଯାୟୀ ଗୋଟେ ଗୀତ ଗିଇବା ପାଇଁ ପଞ୍ଜାବୀ ଗାୟକମାନେ ପ୍ରାୟ ୨୦ ରୁ ୨୨ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ତେବେ ସେମାନଙ୍କ ମଧ୍ୟରେ ଆସୁଛନ୍ତି ମିକା ସିଂ। ସେ ଗୋଟେ ଗୀତ ଗାଇବା ପାଇଁ ପ୍ରାୟ ୨୨ ଲକ୍ଷ ଟଙ୍କା ନିଅନ୍ତି।
ମୋହିତ ଚୌହାନ:
କଣ୍ଠଶିଳ୍ପୀ ମୋହିତ ଚୌହାନଙ୍କ ଗୀତକୁ ସମସ୍ତେ ପସନ୍ଦ କରନ୍ତି । ସେ ମଧ୍ୟ ଗୋଟେ ଗୀତ ଗାଇବାକୁ ୧୫ ରୁ ୧୭ ଲକ୍ଷ ଟଙ୍କା ନିଅନ୍ତି।
ଶ୍ରେୟା ଘୋଷାଲ:
ସବୁଠାରୁ ଲୋକପ୍ରିୟ ପ୍ଲେ-ବ୍ୟାକ୍ ସିଙ୍ଗରମାନଙ୍କ ମଧ୍ୟରେ ଅଛନ୍ତି ଶ୍ରେୟା ଘୋଷାଲ । ଶ୍ରେୟା ପ୍ରତି ଗୀତ ପାଇଁ ପ୍ରାୟ ୨୫ ୨୭ ଲକ୍ଷ ଟଙ୍କା ନେଇଥାନ୍ତି।
ସୁନିଧି ଚୌହାନ:
ଏକ ରିପୋର୍ଟ ଅନୁଯାୟୀ ସୁନିଧି ଗୋଟେ ଗୀତ ରେକର୍ଡ଼ିଂ ପାଇଁ ନିଅନ୍ତି ୧୨ ରୁ ୧୬ ଲକ୍ଷ ।
ସୋନୁ ନିଗମ:
ସୋନୁଙ୍କ ଗୀତକୁ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଲୋକ ଖୁବ୍ ପସନ୍ଦ କରନ୍ତି । ଏମିତିକି ସେ ଓଡ଼ିଆରେ ମଧ୍ଯ ଗୀତ ଗାଇଛନ୍ତି। ଓଲିଉଡ ସଙ୍ଗ ‘ପୁଚୁକି ଗାଲି ‘ ଗୀତକୁ ଲୋକ ଖୁବ୍ ପସନ୍ଦ କରିଥିଲେ। ତେବେ ସୋନୁ ନିଗମ ଗୋଟେ ଗୀତ ଗାଇବା ପାଇଁ ପ୍ରାୟ ୧୧ ରୁ ୧୫ ଲକ୍ଷ ଟଙ୍କା ନିଅନ୍ତି । ଖାଲି ଏତିକି ନୁହେଁ ବଲିଉଡରେ ଅନେକ କଣ୍ଠଶିଳ୍ପୀ ଅଛନ୍ତି ଯେଉଁମାନେ ପ୍ରାୟ ଗୋଟେ ଗୀତ ପ୍ରତି ୧୦ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଚାର୍ଜ କରନ୍ତି ।