ମନୋରଂଜନ

ବାଦଶାହଙ୍କ ନୂଆ ପୋଷ୍ଟ ସୋସିଆଲ ମିଡିଆରେ ସୃଷ୍ଟି କଲା ଆଲୋଡ଼ନ, ଜାଣନ୍ତୁ କାହିଁକି

ର‍୍ୟାପର ବାଦଶାହ ସାରା ବିଶ୍ୱରେ ଅନେକ ନାମ ଅର୍ଜନ କରିଛନ୍ତି । କେବଳ ଏତିକି ନୁହେଁ, ସେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ର‍୍ୟାପିଙ୍ଗ୍ ଗୀତଗୁଡ଼ିକୁ ଏକ ନୂଆ ଲେବଲକୁ ଆଣିଛନ୍ତି । ବାଦଶାହ ପ୍ରାୟତଃ ତାଙ୍କ ଗୀତ ପାଇଁ ହେଡଲାଇନରେ ରହିଥାନ୍ତି । କିନ୍ତୁ ଏଥର ବାଦଶାଦ ଚର୍ଚ୍ଚାରେ ରହିବାର କାରଣ ହେଉଛି ତାଙ୍କର ଗୋଟିଏ ପୋଷ୍ଟ। । ବାସ୍ତବରେ, ଟେକ୍ସାସର ଡଲାସରେ କିଛି କାରଣ ହେତୁ ନିକଟରେ ବାଦଶାହଙ୍କୁ ତାଙ୍କ ସୋ ବନ୍ଦ କରିବାକୁ ପଡିଲା । ଏସବୁ ଭିତରେ ବାଦଶାହଙ୍କ ଲେଟଷ୍ଟ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ଫ୍ୟାନ୍ସଙ୍କ ନିକଟରେ କ୍ଷମା ମାଗୁଛନ୍ତି । ଏହା ସହିତ ବାଦଶାହ ମଧ୍ୟ ଡଲାସ୍ କନସର୍ଟ ମଝିରେ ବନ୍ଦ ହେବାର କାରଣ ପ୍ରକାଶ କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଏହା ପଛର କାରଣ କ’ଣ ରହିଛି ।

ବାଦଶାହ ଡଲାସ୍ କନସର୍ଟକୁ ମଝିରେ ବନ୍ଦ କରିବାର କାରଣ ପ୍ରକାଶ କରି କହିଛନ୍ତି, ଡଲାସ୍‌ରେ ଆଜି ଯାହା ଘଟିଛି, ସେଥିପାଇଁ ମୋ ହୃଦୟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଛି ଏବଂ ନିରାଶ ହୋଇଛି । ପ୍ରମୋଟର୍ସମାନେ ସବୁକିଛିର ସଠିକ୍ ଯତ୍ନ ନେବା ଆବଶ୍ୟକ କରନ୍ତି, ବିଶେଷତ ଏକ ବଡ଼ ସୋ ପାଇଁ ଅଧିକ ଧ୍ୟାନ ଦେବା ଉଚିତ । ଯେଉଁମାନେ ସେମାନଙ୍କର କଷ୍ଟ କରିଥିବା ଟଙ୍କା ସହିତ ଟିକେଟ୍ କିଣୁଛନ୍ତି ଏବଂ ଏକ ଟ୍ରାଭେଲ୍‌ ପାଇଁ ସମସ୍ତ କଠିନ ପରିଶ୍ରମ କରୁଥିବା କ୍ରୁଙ୍କ ପାଇଁ ମଧ୍ୟ ଏହା ଭୁଲ୍ । ଆମେ ସପ୍ତାହେ ପାଇଁ ରିହର୍ସାଲ୍ କରୁ, ମାସ ପାଇଁ ଯୋଜନା କରୁ ଏବଂ ଟ୍ରାଭେଲ୍‌ କରୁ । ତେବେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରୀରେ ସମସ୍ତଙ୍କ ସମ୍ମାନ ରହିବା ଆବଶ୍ୟକ । ଜଣେ କଳାକାରଙ୍କ ପରି କ୍ରୁ ଏବଂ ପ୍ରଶଂସକଙ୍କ ସମାନ ସମ୍ମାନ ରହିବା ଉଚିତ୍ । ତେବେ ବାଦଶାହ ଏପରି ଅନେକ କଥା ଲେଖିଛନ୍ତି ।

ଏହା ବ୍ୟତୀତ ବାଦଶାହ ତାଙ୍କ ପୋଷ୍ଟରେ ଫ୍ୟାନ୍ସଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି, ‘ମ୍ୟାନେଜ୍‌ମେଣ୍ଟ ଟିମ୍‌ ସବୁକିଛି ଠିକ୍ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାହା ହୋଇପାରିଲା ନାହିଁ । ଏହା ବ୍ୟତୀତ ବାଦଶାହ ଏପରି ମଧ୍ୟ କହିଛନ୍ତି, ଯେ ମୁଁ କଥା ଦେଉଛି ମୁଁ ପୁଣି ଫେରିବି । ବର୍ତ୍ତମାନ ବାଦଶାହଙ୍କ ଏହି ପୋଷ୍ଟକୁ ନେଇ ସୋସିଆଲ ଆଲୋଡ଼ନ ସୃଷ୍ଟି ହୋଇଛି ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago