ବିବାହର ୧୦ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ‘ବାଲିକା ବଧୁ’ ଫେମ୍ ନେହା ମର୍ଦା, ବେବି ବମ୍ପର ଫଟୋ ଭାଇରାଲ

ବିଗତ ଦିନର ଲୋକପ୍ରିୟ ଟିଭି ସିରିଏଲ୍ ‘ବାଲିକା ବଧୁ’ ଫେମ୍ ନେହା ମର୍ଦା ବିବାହର ୧୦ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି। ଅଭିନେତ୍ରୀ ପାଟନାର ବିଜନେସ୍ମ୍ୟାନ ଆୟୁଷ୍ମାନ ଅଗ୍ରଓ୍ଵାଲଙ୍କୁ ବିବାହ କରିଛନ୍ତି। ବିବାହର ଏତେ ବର୍ଷ ବିତିଯିବା ପରେ ଅଭିନେତ୍ରୀ ଫ୍ୟାନମାନଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି। ନେହା ନିଜ ବେବି ବମ୍ପ୍ ସହିତ ସୁନ୍ଦର ଫଟୋ ସେୟାର କରି ନିଜ ପ୍ରେଗ୍ନାନ୍ସି ଖବର ସେୟାର କରିଛନ୍ତି, ଯାହା ଉପରେ ତାଙ୍କ ସାଙ୍ଗ ଏବଂ ଲକ୍ଷ ଲକ୍ଷ ଫ୍ୟାନ୍ସ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
ଫଟୋରେ ନେହା ଲାଲ୍ ରଙ୍ଗର ଏକ ସୁନ୍ଦର ଗାଉନରେ ନଜର ଆସୁଛନ୍ତି। ନିଜ ବେବି ବମ୍ପ ଉପରେ ହାତ ରଖି ନେହା ଫଟୋଶୁଟ୍ କରାଇଛନ୍ତି। ଏହି ଫଟୋରେ ତାଙ୍କ ସ୍ୱାମୀ ଆୟୁଷ୍ମାନ ଅଗ୍ରଓ୍ଵାଲ ମଧ୍ୟ ତାଙ୍କ ସହିତ ଅଛନ୍ତି। କ୍ୟାପସନରେ ନେହା ଲେଖିଛନ୍ତି, ‘ଶେଷରେ ଭଗବାନ ମୋ ଭିତରେ ଆସିଯାଇଛନ୍ତି, ବେବି ଜଲ୍ଦି ଆସୁଛି ୨୦୨୩’।
ନେହାଙ୍କ ସାଙ୍ଗମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଶ୍ରେନୁ ପାରିଖ ଲେଖିଛନ୍ତି, ‘ଆପଣମାନଙ୍କ ପାଇଁ ମୁଁ ବହୁତ ଖୁସି’। ଅନିତା ହସନନ୍ଦାନୀ, ସ୍ମିତା ବଂସଲ, ମାୟରା ମିଶ୍ରା, ବିକାଶ କଲନ୍ତରୀଙ୍କ ଭଳି ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଅଭିନେତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି।
କହି ରଖୁଛୁ, ଏକ ଇଣ୍ଟରଭ୍ୟୁରେ ନେହା କହିଥିଲେ କି, ସେ ନିଜ ଶାଶୁଙ୍କ ପାଖକୁ ସ୍ୱାମୀଙ୍କ ହୋମ୍ ଟାଉନ ଚାଲି ଯାଇଥିଲେ। କାହିଁକି ନା, ଶାଶୁ ଅସୁସ୍ଥ ଥିଲେ। କିନ୍ତୁ ଅଭିନେତ୍ରୀ ଏହା କହି ନ ଥିଲେ କି, ସେ ଜଲ୍ଦି ମା’ ହେବାକୁ ଯାଉଛନ୍ତି। ନେହା କହିଥିଲେ, ‘ମୁଁ ୩୫ ବର୍ଷର ଏବଂ ୩୦ ବର୍ଷ ବୟସରୁ ମୁଁ ପିଲା ଚାହିଁ ଆସୁଛି। କିନ୍ତୁ ମୁଁ ବୁଝୁଛି ଯେ ଏହା ସବୁ ସେତେବେଳେ ହୋଇଥାଏ, ଯେତେବେଳେ ହେବାର ଥାଏ। ଏହି ବର୍ଷ ମୋର ପୂରା ଧ୍ୟାନ ମୋ ଶାଶୁଙ୍କ ସ୍ୱାସ୍ଥ୍ୟ ଉପରେ ଥିଲା, ଯେପରି ସେ ଜଲ୍ଦି ଠିକ୍ ହୋଇପାରିବେ’।
View this post on Instagram
ନେହା ୨୦୧୨ରେ ଆୟୁଷ୍ମାନ ଅଗ୍ରଓ୍ଵାଲଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ହୋଇଥିଲା। ନେହାଙ୍କ ଓ୍ଵାର୍କ ଫ୍ରଣ୍ଟ ଦେଖିଲେ, ସେ ଟିଭି ସିରିଏଲ୍ ‘ବାଲିକା ବଧୁ’ରେ ଗହନା ଚରିତ୍ରରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଥିଲେ। ଏହା ବ୍ୟତୀତ ମହାଦେବ, ଡୋଲି ଅରମାନୋଁ କୀ ଏବଂ ଲାଲ୍ ଇସ୍କରେ ମଧ୍ୟ ତାଙ୍କର ଅଭିନୟ ପାଇଁ ତାଙ୍କୁ ଖୁବ୍ ପସନ୍ଦ କରାଯାଇଥିଲା।