ବନ୍ଦ ହେଲା ବିଜ୍ଞାପନ : ଏକାସାଥିରେ ନଜର ଆସିବେନି ଅମିତାଭ ଓ ଝିଅ ଶ୍ବେତା

ମୁମ୍ବାଇ: ନିକଟରେ ମିଡ଼ିଆରେ ବହୁ ଚର୍ଚ୍ଚାର ବିଷୟ ପାଲିଟିଥିଲା ବଲିଉଡ଼ର ସେହେନ୍ସା ଅମିତାଭ ଏବଂ ତାଙ୍କ ଝିଅ ଶ୍ବେତା ବଚ୍ଚନ ବିଜ୍ଞାପନ। ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏକା ସାଙ୍ଗରେ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଥିଲେ। ଦୁଇ ବାପା ଝିଅଙ୍କୁ ଏକା ସାଙ୍ଗରେ ଦେଖିବାକୁ ଦର୍ଶକଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ବିଜ୍ଞାପନକୁ ବର୍ତ୍ତମାନ ରୋକ ଲଗାଇଛି କଲ୍ୟାଣ ଜୁଏଲର୍ସ।

ସୂଚନା ଅନୁଯାୟୀ, ଏହି ବିଜ୍ଞାପନରେ ମୋଗାଷ୍ଟାର ଅଭିତାଭ ବଚ୍ଚନ ଜଣେ ବୁଢ଼ା ବାପା ଚରିତ୍ରରେ ନଜର ଆସିଥିବା ବେଳେ ଶ୍ବେତା ତାଙ୍କ ଝିଅର ଭୂମିକାରେ ନଜର ଆସିଥିଲେ। ଏଥିରେ ଅଭିତାଭଙ୍କ ପେନସନ ଖାତାକୁ କିଛି ଅଧିକ ଆର୍ଥିକ ରାଶି ଅଜାଣତରେ ଆସିଯାଇଛି। ଯାହାକୁ ଫେରାଇବା ପାଇଁ ତାଙ୍କ ଝିଅଙ୍କ ସହ ସେ ବ୍ୟାଙ୍କକୁ ଆସିଛନ୍ତି। କିନ୍ତୁ ବ୍ୟାଙ୍କରେ କିଛି ଅଣକୁସଳି କର୍ମଚାରୀଙ୍କ ସହ ତାଙ୍କର ଶାକ୍ଷାତ ହୁଏ, ଯେଉଁମାନେ ସେହି ଟଙ୍କାକୁ ନିଜ ପାଖରେ ରଖିବା ପାଇଁ ଅମିତାଭଙ୍କୁ କୁହନ୍ତି। ଯାହାକୁ ବିରୋଧ କରିଛନ୍ତି ଅମିତାଭ। ଅନ୍ୟପଟେ ଏହି ବିଜ୍ଞାପନଟି ସମାଜ ଉପରେ ଏକ ବଡ଼ ପ୍ରଭାବ ପକାଇବା ସହ ବ୍ୟାଙ୍କ ଗୁଡ଼ିକର କାର୍ୟ୍ୟକଳାପ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ତେଣୁ ଏହାକୁ ବ୍ୟାଙ୍କ ଆସୋସିଏସନ ବିରୋଧ କରିଛନ୍ତି। ଯାହା ପରେ କଲ୍ୟାଣ ଜୁଏଲର ଏକ୍ଜୁକେଟିଭ୍ ଡ଼ାଏରେକ୍ଟର ରମେଶ କଲ୍ୟାଣନାରାମନ୍ ଗଣମାଧ୍ୟମକୁ ସୂଚନା ଦେଇ କ୍ଷମା ମାଗିବା ସହ ଏହି ବିଜ୍ଞାପନକୁ ବନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.